୪ବଦଳରେ ରହିବ ୨ଟି ଜିଏସଟି ସ୍ଲାବ ୫% ଓ ୧୮%

ନୂଆଦିଲ୍ଲୀ,21/08:ରାଜ୍ୟ ଅର୍ଥମନ୍ତ୍ରୀମାନଙ୍କୁ ନେଇ ଗଠିତ ଗୋଷ୍ଠୀ (ଜିଓଏମ)ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ, ଦ୍ରବ୍ୟ ଏବଂ ସେବା ଟିକସ (ଜିଏସଟି)ର ହାରକୁ ଯୁକ୍ତିଯୁକ୍ତ କରିବା ପାଇଁ କେନ୍ଦ୍ର ସରକାରଙ୍କ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ବୈଠକରେ, ଟିକସ ସ୍ଲାବକୁ ୫ ପ୍ରତିଶତ ଏବଂ ୧୮ ପ୍ରତିଶତକୁ ହ୍ରାସ କରିବା ପାଇଁ କେନ୍ଦ୍ର ସରକାର ଦେଇଥିବା ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା, ଯେଉଁଥିରେ ଜିଓଏମ ସହମତ ହୋଇଛି। କେନ୍ଦ୍ର ସରକାର ଜିଏସଟିରେ ଏକ ବଡ଼ ଧରଣର ପରିବର୍ତ୍ତନ ପ୍ରସ୍ତାବ ଦେଇଛନ୍ତି, ଯେଉଁଥିରେ ୧୨% ଏବଂ ୨୮% ସ୍ଲାବକୁ ହଟାଇ କେବଳ ୫% ଏବଂ ୧୮% ଦୁଇଟି ହାର ରଖିବାକୁ କୁହାଯାଇଛି। ଏହା ବ୍ୟତୀତ, ତମାଖୁ, ପାନ ମସଲା, ଲକଜୁରୀ ସାମଗ୍ରୀ ଉପରେ ୪୦% ର ଏକ ସ୍ୱତନ୍ତ୍ର ହାର ଲାଗୁ କରାଯାଇପାରିବ।
ବର୍ତ୍ତମାନ ପ୍ରଚଳିତ ୪ଟି ଜିଏସଟି ସ୍ଲାବ ହେଲା ୫%, ୧୨%, ୧୮% ଓ ୨୮% । ସରକାରଙ୍କ ଯୋଜନା ଅନୁସାରେ କେବଳ ୫% ଓ ୧୮% ସ୍ଲାବ ରହିବ । ୨୮% ସ୍ଲାବରେ ଆସୁଥିବା ପ୍ରାୟ ୯୦% ସାମଗ୍ରୀ ୧୮% ସ୍ଲାବକୁ ଆସିବ । ସେହିପରି ୧୨% ଜିଏସଟି ଆଦାୟ କରାଯାଉଥିବା ଅଧିକାଂଶ ସାମଗ୍ରୀ ୫% ଅଧିନକୁ ଆସିବେ । ଏହା ଫଳରେ ଔଷଧ, ଡେରି ଉତ୍ପାଦ, ପ୍ରୋସେସଡ ଫୁଡ୍ ଆଦି ଶସ୍ତା ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ସ୍ବାଧୀନତା ଦିବସ ଭାଷଣରେ ଆସନ୍ତା ଦୀପାବଳିରେ ଜିଏସଟି ହାର ହ୍ରାସ କରିବା ସଂପର୍କରେ ଘୋଷଣା କରିଥିଲେ । ଜିଏସଟିରେ ପରିବର୍ତ୍ତନ ମାଧ୍ୟମରେ ସରକାର ସାଧାରଣ ଲୋକ, ଚାଷୀ, ମଧ୍ୟବିତ୍ତ ବର୍ଗ ଏବଂ ଏମଏସଏମଇ ଗୁଡ଼ିକୁ ଆଶ୍ୱସ୍ତି ଦେବାକୁ ଚାହୁଁଛନ୍ତି। ଏହା ମାଧ୍ୟମରେ ଟିକସ ବ୍ୟବସ୍ଥାକୁ ମଧ୍ୟ ସରଳ କରିବାକୁ ଚାହୁଁଛନ୍ତି।

  • Related Posts

    ପଞ୍ଚାୟତ ଓ ପୌର ନିର୍ବାଚନ : ୨୬ ରୁ ନଭେମ୍ବର ୭ ଯାଏଁ ଡୋର ଟୁ ଡୋର ସର୍ଭେ

    ଭୁବନେଶ୍ବର : ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ସ୍ବଚ୍ଛ ,ନିରପେକ୍ଷ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ଲକ୍ଷ୍ୟ ନେଇ ଅକ୍ଟୋବର ୨୬ ରୁ ନଭେମ୍ବର ୭ ଯାଏଁ ଡୋର ଟୁ ଡୋର ସର୍ଭେ ହେବ। ଏସଆଇଆରରେ ନାଁ କଟିଥିଲେ…

    Continue reading
    ସାତପଡ଼ା ଡିଗ୍ରୀ କଲେଜରେ ବୋମା ମାଡ଼, ନିର୍ବାଚନ ବାତିଲ

    ଭୁବନେଶ୍ଵର : ବ୍ରହ୍ମଗିରି ସାତପଡ଼ା ପଞ୍ଚାୟତ ଡିଗ୍ରୀ କଲେଜରେ ବୋମା ମାଡ଼ । ନିର୍ବାଚନ ବାତିଲ କଲେ କଲେଜ ଅଧ୍ୟକ୍ଷ । କଲେଜ ପରିସରରେ ୮ ରୁ ୧୦  ବୋମା ମାଡ଼ ହୋଇଥିବା ସୂଚନା ମିଳିଛି । ଚୟନ ପ୍ରକ୍ରିୟା ମାଧ୍ୟମରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି