କଟକ ବଡ଼ ଡାକ୍ତରଖାନାରେ ମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀଙ୍କର ଅସ୍ତ୍ରୋପଚାର

କଟକ,21/08 : କଟକ ବଡ଼ ଡାକ୍ତରଖାନାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସ୍ତ୍ରୀ ପ୍ରିୟଙ୍କା ମାର୍ଣ୍ଡି ଚିକିତ୍ସିତ ହେଉଛନ୍ତି। ଘରୋଇ ଡାକ୍ତରଖାନା ନଯାଇ ରାଜ୍ୟର ବଡ଼ ଡାକ୍ତରଖାନାରେ ଚିକିତ୍ସା କରାଇ ମୁଖ୍ୟମନ୍ତ୍ରୀ ଉଦାହରଣ ସୃଷ୍ଟି କରିଛନ୍ତି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀ ସାଧାରଣ ଲୋକଙ୍କ ଭଳି ଏସସିବି ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଆଜି ତାଙ୍କର ଅସ୍ତ୍ରୋପଚାର କରାଯିବ, ଏ ନେଇ ୧୦ ଜଣିଆ ଡାକ୍ତରୀ ଟିମ୍‌ ଗଠନ କରାଯାଇଛି। ଆଜି ଶଲ୍ୟ ଚିକିତ୍ସା ବିଭାଗରେ ପ୍ରିୟଙ୍କାଙ୍କ ସିଷ୍ଟ ଅସ୍ତ୍ରୋପଚାର କରାଯିବ। ବୁଧବାର ଡାକ୍ତରୀ ଦଳ ଶ୍ରୀମତୀ ମାର୍ଣ୍ଡିଙ୍କ ସ୍ବାସ୍ଥ୍ୟ ଅବସ୍ଥା ଯାଞ୍ଚ କରିଛନ୍ତି। ସର୍ଜରୀ ବିଭାଗ ପ୍ରଫେସର ଏଲ.ଭି. ଗୌରୀଙ୍କ ନେତୃତ୍ବରେ ଏହି ଅସ୍ତ୍ରୋପଚାର କରାଯିବ। ତାଙ୍କୁ ପ୍ରଫେସର ଡାକ୍ତର ଜୟନ୍ତ ବିଶ୍ବାଳ ଗାଇଡ୍‌ କରିବେ। ଏହି ଦଳରେ ମେଡିସିନ, ପ୍ରସୂତି ଓ ସ୍ତ୍ରୀ ରୋଗ ବିଭାଗ, ପଲମୁନାରି ମେଡିସିନ, ନିଶ୍ଚେତକ, ଏଣ୍ଡୋକ୍ରାଇନୋଲଜି, କାର୍ଡିଓଲଜି ବିଭାଗର ଡାକ୍ତର ସାମିଲ ହୋଇଛନ୍ତି। ଅସ୍ତ୍ରୋପଚାର ପୂର୍ବରୁ ସମସ୍ତ ପରୀକ୍ଷା କରାଯାଇଛି ଏବଂ ସମସ୍ତ ରିପୋର୍ଟ ସ୍ବଭାବିକ ରହିଛି। ଏସସିବି ମେଡ଼ିକାଲ କଲେଜ ହସ୍ପିଟାଲ ଅଧୀକ୍ଷକ ଡାକ୍ତର ଗୌତମ ଶତପଥୀଙ୍କ ନେତୃତ୍ବରେ ସମସ୍ତ କାର୍ଯ୍ୟ ତଦାରଖ କରାଯାଉଛି। ଆଜି ଅସ୍ତ୍ରୋପଚାର ପରେ ଡିସ୍‌ଚାର୍ଜ ନେଇ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଡାକ୍ତର ଶତପଥୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଉକ୍ତ ଖବରଦାତା ସମ୍ମିଳନୀରେ ମେଡିକାଲର ପ୍ରଶାସନିକ ଅଧିକାରୀ ସୁଭାଷ ରଏ, ମେଡିକାଲର ଲୋକ ସମ୍ପର୍କ ଅଧିକାରୀ ସ୍ୱାଗତିକା ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

  • Related Posts

    ବିଜେପି ନେତାଙ୍କୁ ହତ୍ୟା; ୨ ଅଟକ

    କଳାହାଣ୍ଡି: କଳାହାଣ୍ଡି ମଦନପୁର ରାମପୁର ଥାନା ଅଞ୍ଚଳରେ ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ୨ ଜଣ ଅଟକ । ଏ ନେଇ ସୂଚନା ଦେଇଛନ୍ତି କଳାହାଣ୍ଡି ଏସପି । ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି…

    Continue reading
    ଆଜି ଦିଲ୍ଲୀ-ଗୁରୁଗାଓଁରେ ଇନଭେଷ୍ଟର୍ସ ମିଟ୍

    ଭୁବନେଶ୍ୱର:ଓଡ଼ିଶାରେ ଶିଳ୍ପ ନିବେଶ ବୃଦ୍ଧି ଲକ୍ଷ୍ୟରେ ଆଜି ଦିଲ୍ଲୀ ଓ ଗୁରୁଗାଓଁରେ ଆୟୋଜିତ ହେବ ଇନଭେଷ୍ଟର୍ସ ମିଟ୍ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ଟିମ୍ ଓଡ଼ିଶା ବିଭିନ୍ନ ଶିଳ୍ପପତି ଓ ନିବେଶକାରୀଙ୍କ ସହ ଆଲୋଚନା କରିବ । ଏହି ମିଟ୍‌ରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ