ଭାରତ ପାଇଁ ଆମେରିକାର ନୂଆ ରାଷ୍ଟ୍ରଦୂତ ସର୍ଗିଓ ଗୋର୍‌

ୱାଶିଂଟନ,୨୪/0୮:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କର ଜଣେ ଅତି ଘନିଷ୍ଠ ରାଜନୈତିକ ସହଯୋଗୀ ସର୍ଜିଓ ଗୋର୍‌ଙ୍କୁ ଭାରତରେ ଆମେରିକାର ରାଷ୍ଟ୍ରଦୂତ ନିଯୁକ୍ତ କରିଛନ୍ତି। ୩୮ ବର୍ଷୀୟ ସର୍ଗିଓ ବର୍ତ୍ତମାନ ହ୍ବାଇଟ ହାଉସରେ ଟ୍ରମ୍ପଙ୍କ ବ୍ୟକ୍ତିଗତ ପରାମର୍ଶଦାତାଭାବେ କାର୍ଯ୍ୟରତ ଅଛନ୍ତି। ସର୍ଗିଓଙ୍କୁ ଟ୍ରମ୍ପ ନିଜର ଅନ୍ତରଙ୍ଗ ସହଯୋଗୀ ଦର୍ଶାଇଥିବାବେଳେ ନିର୍ବାଚନ ସମୟରେ ତାଙ୍କର ସହାୟତାକୁ ପ୍ରଶଂସା କରିଛନ୍ତି। ଭାରତ ସହ ଆମେରିକାର ସମ୍ପର୍କ ତିକ୍ତତା ଆଡ଼କୁ ମୁହାଁଇଥିବା ବେଳେ ଏଭଳି ସମୟରେ ଟ୍ରମ୍ପ ଗୋର୍‌ଙ୍କୁ ଭାରତର ରାଷ୍ଟ୍ରଦୂତ ନିଯୁକ୍ତ କରିବାକୁ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି। ୩୮ ବର୍ଷୀୟ ଗୋର୍ ରକ୍ଷଣଶୀଳ ରାଜନୀତିରେ ଖୁବ୍‌ ଶୀଘ୍ର ଉଚ୍ଚକୁ ଉଠି ହ୍ୱାଇଟ୍ ହାଉସ୍‌ରେ ଟ୍ରମ୍ପଙ୍କ ସବୁଠାରୁ ଶକ୍ତିଶାଳୀ ସହାୟକମାନଙ୍କ ମଧ୍ୟରୁ ଜଣେ ପାଲଟିଗଲେ। ଗୋର୍‌ଙ୍କ ଶତ୍ରୁମାନଙ୍କ ମଧ୍ୟରେ ଟେକ୍‌ ବିଲିୟନେୟାର ଏଲନ ମସ୍କ ସାମିଲ ଅଛନ୍ତି। ସର୍ଗିଓଙ୍କ ନୂତନ ନିଯୁକ୍ତିକୁ ଉପରାଷ୍ଟ୍ରପତି ଜେଡି ଭାନ୍‌ସ ଓ ବିଦେଶ ମନ୍ତ୍ରୀ ମାର୍କୋ ରୁବିଓ ସ୍ବାଗତ କରିଛନ୍ତି।

  • Related Posts

    ଜଳିଗଲା ଘର: ଶାଶୁ ଏବଂ ବୋହୂ ଜୀବନ୍ତ ଦଗ୍ଧ

    ସୀତାପୁର: ଉତ୍ତର ପ୍ରଦେଶର ସୀତାପୁର ଜିଲ୍ଲାର ସଦରପୁର ଥାନା ଅଞ୍ଚଳର ସରାୟା ଚଲକାପୁର ଗାଁରେ ଶନିବାର ସନ୍ଧ୍ୟାରେ ଏକ ବଡ଼ ଦୁଃଖଦ ଘଟଣା ଘଟିଛି। ପ୍ରବଳ ଝଡ଼ ତୋଫାନ ମଧ୍ୟରେ ଏକ ଘରେ ନିଆଁ ଲାଗିଯାଇ ଦ୍ରୁତ ଗତିରେ ବ୍ୟାପି ଯାଇଥିଲା,…

    Continue reading
    ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ବର୍ଷକୁ ୨ଟି ଗ୍ୟାସ୍ ସିଲିଣ୍ଡର ମିଳିବ ମାଗଣା

    ନୂଆଦିଲ୍ଲୀ: ଆସାମ ବିଧାନସଭା ନିର୍ବାଚନ ପାଇଁ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ଏଭଳି ସମୟରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଜନତାଙ୍କ ପାଇଁ ଏକ ବଡ଼ ଉପହାର ଘୋଷଣା କରିଛନ୍ତି। ନିର୍ବାଚନ ଜିତିବା ପରେ ବର୍ଷକୁ ଦୁଇଟି ଖଚଏ ସିଲିଣ୍ଡର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ