୨୫ରୁ ଆମେରିକାକୁ ଡାକସେବା ବନ୍ଦ

ନୂଆଦିଲ୍ଲୀ: ଚଳିତମାସ ୨୫ରୁ ଆମେରିକାକୁ ଡାକସେବା ବନ୍ଦ କରିବା ନିମନ୍ତେ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିବା ଜଣାପଡିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ବିରୋଧରେ ଯେଉଁ ୫୦ ପ୍ରତିଶତ ଆମଦାନୀ ଶୁଳ୍କ ଲାଗୁ କରିଛନ୍ତି, ତାହାର ପ୍ରତିବାଦ​‌େ​‌ର ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ଡାକ ବିଭାଗ ପକ୍ଷରୁ କୁହାଯାଇଛି। ଅଗଷ୍ଟ ୨୯ରୁ ଆମେରିକା ପଠାଯାଉଥିବା ପ୍ରତ୍ୟେକ ସାମଗ୍ରୀ ଉପରେ ନିର୍ଦ୍ଧାରିତ ଶୁଳ୍କ ଲାଗୁ କରାଯିବ ବୋଲି ଜଣାପଡିଛି। ଅବଶ୍ୟ ୧୦୦ ଆମେରିକୀୟ ଡଲାର ପର୍ୟ୍ୟନ୍ତ ଉପହାର ସାମଗ୍ରୀ ଉପରୁ ଏଭଳି ଶୁଳ୍କ ଛାଡ କରାଯିବ। ଯେଉଁ ସଂସ୍ଥା ଇଣ୍ଟରନ୍ୟାସନାଲ ପୋଷ୍ଟାଲ ନେଟୱାର୍କ ଜରିଆରେ ଆମେରିକାକୁ ସାମଗ୍ରୀ ପଠାଇବାକୁ ଯୋଜନା କରୁଛନ୍ତି, ସେମାନେ ଗ୍ରାହକଙ୍କ ନିକଟରୁ ନିର୍ଦ୍ଧାରିତ ଶୁଳ୍କ ଆଦାୟ କରିବାକୁ କୁହାଯାଇଛି। ତେବେ ଏହା ଏକ ଜଟିଳ ପ୍ରକ୍ରିୟା ହୋଇଥିବାରୁ ଆମେରିକାକୁ ସାମଗ୍ରୀ ପରିବହନ କରୁଥିବା ଏୟାର କୋରିୟର ସଂସ୍ଥାଗୁଡିକ ଗ୍ରାହକଙ୍କ ନିକଟରୁ କୌଣସି ଅର୍ଡର ନେବାକୁ ମନା କରିଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଅଗଷ୍ଟ ୨୫ରୁ ଡାକ ବିଭାଗ ଆମେରିକାକୁ ସାମଗ୍ରୀ ପଠାଇବା ଉପରେ କଟକଣା ଜାରି କରିଛି। ଅବଶ୍ୟ ଚିଠିପତ୍ର ଓ କାଗଜପତ୍ରକୁ ଏହି କଟକଣାରୁ ମୁକ୍ତ ରଖାଯାଇଥିବା ପ୍ରକାଶ।

  • Related Posts

    ଜଳିଗଲା ଘର: ଶାଶୁ ଏବଂ ବୋହୂ ଜୀବନ୍ତ ଦଗ୍ଧ

    ସୀତାପୁର: ଉତ୍ତର ପ୍ରଦେଶର ସୀତାପୁର ଜିଲ୍ଲାର ସଦରପୁର ଥାନା ଅଞ୍ଚଳର ସରାୟା ଚଲକାପୁର ଗାଁରେ ଶନିବାର ସନ୍ଧ୍ୟାରେ ଏକ ବଡ଼ ଦୁଃଖଦ ଘଟଣା ଘଟିଛି। ପ୍ରବଳ ଝଡ଼ ତୋଫାନ ମଧ୍ୟରେ ଏକ ଘରେ ନିଆଁ ଲାଗିଯାଇ ଦ୍ରୁତ ଗତିରେ ବ୍ୟାପି ଯାଇଥିଲା,…

    Continue reading
    ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ବର୍ଷକୁ ୨ଟି ଗ୍ୟାସ୍ ସିଲିଣ୍ଡର ମିଳିବ ମାଗଣା

    ନୂଆଦିଲ୍ଲୀ: ଆସାମ ବିଧାନସଭା ନିର୍ବାଚନ ପାଇଁ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ଏଭଳି ସମୟରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଜନତାଙ୍କ ପାଇଁ ଏକ ବଡ଼ ଉପହାର ଘୋଷଣା କରିଛନ୍ତି। ନିର୍ବାଚନ ଜିତିବା ପରେ ବର୍ଷକୁ ଦୁଇଟି ଖଚଏ ସିଲିଣ୍ଡର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ