ବନ୍ୟା ଘେରରେ ୧୫ ପଞ୍ଚାୟତ, ୨ ଦିନ ପାଇଁ ୨୫ ସ୍କୁଲକୁ ଛୁଟି ଘୋଷଣା

ଆରଡି: ବୈତରଣୀ ବନ୍ୟାସ୍ଥିତି ଗମ୍ଭୀର। ଧାମନଗର ଓ ଚାନ୍ଦବାଲି ୨ ବ୍ଲକର ୧୫ପଞ୍ଚାୟତ ବନ୍ୟା ଘେରରେ । ଧାମନଗର ୫ପଞ୍ଚାୟତର ୩୦ ଗାଁ ବାହ୍ୟ ଜଗତରୁ ବିଛିନ୍ନ। ଅର୍ଜୁନପୁ, ହସନାବାଦ, ପଧାନୀ ୩ ପଞ୍ଚାୟତର ଶହଶହ ଲୋକ ପାଣି ଘେରରେ । ଆଖଣ୍ଡଳମଣି-କୁଆଖିଆ ୨୦ନମ୍ଵର ଜାତୀୟ ରାଜପଥ ବୋଡକ ନିକଟରେ ବୈତରଣୀ ନଦୀ କୂଳ ଲଘିଂବାରୁ ୧ମି ଯାଏଁ ୨/୩ଫୁଟ ଉଚ୍ଚରେ ଚାଲିଛି ବନ୍ୟାପାଣି। ଚାନ୍ଦବାଲି ୪ପଞ୍ଚାୟତର ଶହଶହ ଏକର ଚାଷଜମି ଜଳମଗ୍ନ। ଏହ ସହ ବହୁ ତଳିଆ ଅଞ୍ଚଳ ମଧ୍ୟ ଜଳମଗ୍ନ ହୋଇଛି। ଆରଡି-ଧାନଖଣିଆ, ଆରଡି- ଚାନ୍ଦବାଲି ୨ଟି ରାସ୍ତାର ବନ୍ୟାପାଣି ଚାଲୁଥିବାରୁ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛ।

ବୈତରଣୀ ନଦୀରେ ଆସିଥିବା ବନ୍ୟାକୁ ଲକ୍ଷ୍ୟ କରି ଧାମନଗର ବ୍ଲକର କେତେକ ସ୍କୁଲକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ୨ଦିନ ଛୁଟି ଘୋଷଣା କରାଯାଇଛି। ରାସ୍ତାରେ ବନ୍ୟାଜଳ ପ୍ରବାହିତକୁ ନେଇ ଛୁଟି ଘୋଷଣା କରାଯାଇଛି। ସୋହଡା, ପ୍ରଧାନୀ, ହସାନବାଦ, ଅର୍ଜୁନପୁର ପଞ୍ଚାୟତର ୨୫ଟି ସ୍କୁଲକୁ ଛୁଟି ଘୋଷଣା କରିଛି ପ୍ରଶାସନ।

  • Related Posts

    କ୍ରେନ୍ ଖସି ଦୁଇ ଓଡ଼ିଆ ଶ୍ରମିକ ମୃତ

    ଗଞ୍ଜାମ: ଆନ୍ଧ୍ରପ୍ରଦେଶରେ ଅଭାବନୀୟ ଦୁର୍ଘଟଣା। ନିର୍ମାଣାଧୀନ କୋଠାରେ କାମ କରୁଥିବା ବେଳେ କ୍ରେନ୍ ଖସି ପଡ଼ିବାରୁ ଦୁଇ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଏହି ଦୁଃଖଦ ଘଟଣା ଗୁଣ୍ଟୁର ନିକଟରେ ଘଟିଛି। ଦୁର୍ଘଟଣାରେ ଅନ୍ୟ ତିନି ଜଣ ଶ୍ରମିକ ଗୁରୁତର ଆହତ…

    Continue reading
    ସର୍ଟ ସର୍କିଟରୁ ଜଳିଗଲା ଚଳନ୍ତା ଟ୍ରକ୍

    କେନ୍ଦୁଝର: ସର୍ଟ ସର୍କିଟରୁ ଜଳିଗଲା ଚଳନ୍ତା ଟ୍ରକ୍ । କେନ୍ଦୁଝର ଜିଲ୍ଲା ବମେବାରୀ ଥାନା ହେଶା ବେଡା ଗାଁ ନିକଟରେ ଲୁହା ପଥର ବୋଝେଇ କରିଯାଉଥିବା ବେଳେ ଟ୍ରକ୍‌ରେ ଲାଗିଗଲା ନିଆଁ । ଗତକାଲି ବିଳମ୍ବିତ ରାତିରେ ଲୁହାପଥର ବୋଝେଇ କରି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି