ଜେଲରୁ ସରକାର ଗଠନ ହୋଇପାରିବ ନାହିଁ: ଶାହ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ୧୩୦ତମ ସମ୍ବିଧାନ ସଂଶୋଧନ ବିଲ୍‌, ଉପରାଷ୍ଟ୍ରପତି ନିର୍ବାଚନ ଓ ବିରୋଧୀଙ୍କ ଅଭିଯୋଗକୁ ନେଇ ନ୍ୟୁଜ ଏଜେନ୍ସି ଏଏନଆଇକୁ ସାକ୍ଷାତକାର ଦେଇଛନ୍ତି । ଏ ତମାମ ବିଷୟକୁ ନେଇ ଆଲୋଚନା କରିଛନ୍ତି । ୧୩୦ତମ ସମ୍ବିଧାନ ସଂଶୋଧନ ବିଲ୍ ବିରୋଧରେ ବିରୋଧୀଙ୍କ ମତ ଉପରେ ଶାହ କହିଛନ୍ତି, ବିରୋଧୀ ଚେଷ୍ଟା କରୁଛନ୍ତି, ଯଦି ସେମାନେ କେବେ ଜେଲ ଯାଆନ୍ତି ତେବେ ଜେଲରୁ ସହଜରେ ସରକାର ଗଠନ କରିପାରିବେ । ସେମାନେ ଜେଲକୁ ପିଏମ୍‌-ସିଏମ୍‌ ହାଉସ୍ କରିଦେବେ । ଡିଜିପି, ମୁଖ୍ୟ ଶାସନ ସଚିବ, କ୍ୟାବିନେଟ ସଚିବ କିମ୍ବା ଗୃହ ସଚିବ ଜେଲରୁ ହିଁ ଆଦେଶ ଦେବେ । ଏମିତି ହୋଇପାରିବ ନାହିଁ ।’ ଅମିତ ଶାହ ଦାବି କରିଛନ୍ତି ଯେ କଂଗ୍ରେସର କିଛି ଲୋକ ଏହି ବିଲ୍‌କୁ ସମର୍ଥନ କରିବେ ଯାହା ଦ୍ୱାରା ବିଲ୍ ସହଜରେ ପାସ୍ ହୋଇଯିବ । ସେହିପରି ଜଗଦୀପ ଧନଖଡ଼ଙ୍କ ଇସ୍ତଫା ବାବଦରେ ଶାହ କହିଛନ୍ତି, ଏହା ସ୍ପଷ୍ଟ ଯେ ଏହାର କାରଣ ସ୍ୱାସ୍ଥ୍ୟଗତ ସମସ୍ୟା ।
ବିରୋଧୀଙ୍କୁ କଟାକ୍ଷ କରି ଗୃହମନ୍ତ୍ରୀ କହିଛନ୍ତି, “ଲାଲୁ ଯାଦବଙ୍କୁ ବଞ୍ଚାଇବା ପାଇଁ ମନମୋହନ ସିଂହ ଆଣିଥିବା ଅଧ୍ୟାଦେଶକୁ ଚିରି ଦେବା ପାଇଁ ରାହୁଲ ଗାନ୍ଧୀଙ୍କ ଯୁକ୍ତି କ’ଣ ଥିଲା ? ଯଦି ସେଦିନ ନୈତିକତା ଥିଲା, ତେବେ ଆଜି ନାହିଁ କାରଣ ଆପଣ ଲଗାତାର ୩ଟି ନିର୍ବାଚନ ହାରିଛନ୍ତି ? ମୁଁ ବିଶ୍ୱାସ କରେ ଯେ ଏହା ଗୃହୀତ ହେବ । କଂଗ୍ରେସ ଦଳ ଏବଂ ବିରୋଧୀ ଦଳରେ ଅନେକ ଲୋକ ନୈତିକତାକୁ ସମର୍ଥନ କରିବେ ଏବଂ ନୈତିକତାର ଆଧାର ବଜାୟ ରଖିବେ । ବିରୋଧୀ ଯେଉଁ ଆଇନ୍‌ରୁ ବିରୋଧ କରୁଛନ୍ତି ଯଦି ତାହା ପୂର୍ବରୁ ହୋଇଥାଆନ୍ତା ତେବେ ଅରବିନ୍ଦ କେଜ୍ରିୱାଲଙ୍କୁ ଜେଲ ହୋଇଥିଲା ତାଙ୍କୁ ଇସ୍ତଫା ଦେବାକୁ ପଡ଼ିଥାନ୍ତା ” ।’ଏହାକୁ ଲମ୍ବା କରିବା ଅନୁଚିତ୍’- ଜଗଦୀପ ଧନଖଡ଼ଙ୍କ ଅଚାନକ ଇସ୍ତଫା ବାବଦରେ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ କହିଛନ୍ତି, ଜଗଦୀପ ଧନଖଡଙ୍କ ଇସ୍ତଫା ସମ୍ପୂର୍ଣ୍ଣ ସ୍ପଷ୍ଟ । ଏହାର କାରଣ ସ୍ୱାସ୍ଥ୍ୟଗତ ସମସ୍ୟା । ସେ ତାଙ୍କ କାର୍ୟ୍ୟକାଳରେ ବହୁତ ଭଲ କାମ କରିଛନ୍ତି । କିଛି ବିରୋଧୀ ନେତା ଧନଖଡ଼ଙ୍କୁ ‘ନଜରବନ୍ଦୀ’ କରି ରଖାଯାଇଥିବା ଦାବି କରିଛନ୍ତି । ସତ ଏବଂ ମିଛର ବାଖ୍ୟା କେବଳ ବିରୋଧୀଙ୍କ ବୟାନ ଉପରେ ନିର୍ଭର ହେବା କଥା ନୁହେଁ । ଏହାକୁ ଅଧିକ ବଡ଼ କରିବା ଅନୁଚିତ୍ ।

  • Related Posts

    ଜଳିଗଲା ଘର: ଶାଶୁ ଏବଂ ବୋହୂ ଜୀବନ୍ତ ଦଗ୍ଧ

    ସୀତାପୁର: ଉତ୍ତର ପ୍ରଦେଶର ସୀତାପୁର ଜିଲ୍ଲାର ସଦରପୁର ଥାନା ଅଞ୍ଚଳର ସରାୟା ଚଲକାପୁର ଗାଁରେ ଶନିବାର ସନ୍ଧ୍ୟାରେ ଏକ ବଡ଼ ଦୁଃଖଦ ଘଟଣା ଘଟିଛି। ପ୍ରବଳ ଝଡ଼ ତୋଫାନ ମଧ୍ୟରେ ଏକ ଘରେ ନିଆଁ ଲାଗିଯାଇ ଦ୍ରୁତ ଗତିରେ ବ୍ୟାପି ଯାଇଥିଲା,…

    Continue reading
    ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ବର୍ଷକୁ ୨ଟି ଗ୍ୟାସ୍ ସିଲିଣ୍ଡର ମିଳିବ ମାଗଣା

    ନୂଆଦିଲ୍ଲୀ: ଆସାମ ବିଧାନସଭା ନିର୍ବାଚନ ପାଇଁ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ଏଭଳି ସମୟରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଜନତାଙ୍କ ପାଇଁ ଏକ ବଡ଼ ଉପହାର ଘୋଷଣା କରିଛନ୍ତି। ନିର୍ବାଚନ ଜିତିବା ପରେ ବର୍ଷକୁ ଦୁଇଟି ଖଚଏ ସିଲିଣ୍ଡର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ