କଟକ,୨୫/୦୮: କଟକ ଦୁର୍ଗା ପୂଜା ପାଇଁ ନିର୍ଦ୍ଦେଶନାମା ଜାରି କଲେ ଜିଲ୍ଲାପାଳ। ଦୁର୍ଗା ପୂଜାକୁ ଆଉ ମାସେ ବାକି ଥିବା ବେଳେ ଏଥିପାଇଁ ଜାରି ହେଲା ସର୍କୁଲାର। ରାସ୍ତା ଉପର ଦେଇ ନିର୍ମାଣ ହେବନି ସୁଉଚ୍ଚ ତୋରଣ କିମ୍ବା ଲାଇଟ ଗେଟ। ବିଶେଷ କରି ସଂକୀର୍ଣ୍ଣ ରାସ୍ତା ପାଇଁ ଏହି ନିୟମ ଲାଗୁ କରାଯାଇଛି। ଆଜି ଆୟୋଜିତ ମହାନଗର ଶାନ୍ତି କମିଟି ବୈଠକରେ ପୂଜା କମିଟିଗୁଡ଼ିକୁ ଏହି ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ସେହିପରି ମଣ୍ଡପର ସୁରକ୍ଷା, ଅଗ୍ନି ଓ ବିଦ୍ୟୁତ ନିରାପତ୍ତା ଏବଂ ଶ୍ରଦ୍ଧାଳୁଙ୍କ ଗମନାଗମନ ସୁନିଶ୍ଚିତ କରିବେ ପୂଜା କମିଟି। ଏଥିପାଇଁ ପ୍ରତିଟି ପୂଜା କମିଟି ପ୍ରଶାସନ ନିକଟରେ ସତ୍ୟପାଠ ଦାଖଲ କରିବେ। ଯଦି ତୋରଣ ନିର୍ମାଣ କରାଯାଉଥାଏ, ତେବେ ପୂର୍ବ ନିର୍ଦ୍ଧାରିତ ନକ୍ସା ପ୍ରଶାସନ ନିକଟରେ ଦାଖଲ କରିବାକୁ ପଡ଼ିବ। ଏହି ସତ୍ୟପାଠ ଆଧାରରେ ପୂଜା କମିଟିମାନଙ୍କୁ NOC ପ୍ରଦାନ କରାଯିବ।ବ୍ୟବସ୍ଥାକୁ ଅଧିକ ସହଜ କରିବାକୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା କରାଯିବ। ଏହାସହ ପୂଜାରେ ଡିଜେ, ୬୫ ଡେସିବିଲରୁ ଅଧିକ ଶବ୍ଦ ପ୍ରଦୂଷଣ, ଲେଜର ଲାଇଟ ଓ ଫାୟାର ଗନ ବ୍ୟବହାର ଉପରେ କଟକଣା ରହିବ। ସେପଟେ ଏଭଳି ନିର୍ଦ୍ଦେଶନାମାକୁ ପୂଜା କମିଟି ନାପସନ୍ଦ କରିଛି। ଜିଲ୍ଲାପାଳଙ୍କ ଏହି ସର୍କୁଲାର ବିରୋଧରେ ଆବଶ୍ୟକ ପଡ଼ିଲେ କମିଟି ହାଇକୋର୍ଟ ଯିବାକୁ ଚେତାବନୀ ଦେଇଛି।
ଓଏମସି ପୁରୀ କୋଷ୍ଟାଲ ମାରାଥନ୍ର ପ୍ରଚାର ପାଇଁ ପ୍ରୋମୋ ରନ୍
ଭୁବନେଶ୍ୱର: ଡିସେମ୍ବର ୧୩ ତାରିଖରେ ପୁରୀରେ ଅନୁଷ୍ଠିତ ହେବାକୁ ଥିବା ଭବ୍ୟ ‘ଓଏମ୍ସି ପୁରୀ କୋଷ୍ଟାଲ ମାରାଥନ୍ ୨୦୨୬’ ପୂର୍ବରୁ ଆଜି ଭୁବନେଶ୍ୱରରେ ଏକ ଉତ୍ସାହଜନକ ପ୍ରୋମୋ ରନ୍ ଆୟୋଜିତ ହୋଇଯାଇଛି। ଏହି ପ୍ରୋମୋ ରନକୁ ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ…







