ଏସିଆ କପ୍ ହକି ବିଜୟରୁ ଭାରତର ଅଭିଯାନ ଆରମ୍ଭ

ନୂଆଦିଲ୍ଲୀ,29/08:ଆଜିଠୁ ବିହାରର ରାଜଗିରରେ ଏସିଆ କପ୍ 2025(Asia Cup 2025) ହକି ଆରମ୍ଭ ହୋଇଛି । ଏଥିସହ ବିଜୟରୁ ଭାରତର ଅଭିଯାନ ଆରମ୍ଭ ହୋଇଛି । ଅଧିନାୟକ ହରମନପ୍ରୀତ ସିଂ(Harmanpreet Singh)ଙ୍କ ଦମଦାର ହ୍ୟାଟ୍ରିକ୍ ଗୋଲ୍ (20’, 33’, 47’) ବଳରେ ଚୀନ ବିପକ୍ଷରେ ଭାରତ ବିଜୟ ହାସଲ କରିଛି । ଚୀନ ବିପକ୍ଷ ରୋମାଞ୍ଚକର ମ୍ୟାଚରେ ଭାରତ ୪-୩ଗୋଲ୍ ରେ ବିଜୟ ହାସଲ କରିଛି । ମ୍ୟାଚ୍‌ର ପ୍ରଥମ କ୍ୱାର୍ଟରରେ ଚୀନ୍‌ ଗୋଟିଏ ଗୋଲ (12’) ସ୍କୋର କରିଥିଲା। ପ୍ରଥମ କ୍ୱାର୍ଟର ପରେ ଭାରତ ୦-୧ ଗୋଲରେ ପଛୁଆ ଥିଲା। ଏହା ପରେ, ଭାରତ ଦ୍ୱିତୀୟ କ୍ୱାର୍ଟରରେ ସାନଦାର ପ୍ରଦର୍ଶନ କରି ​​ ଦୁଇଟି ଗୋଲ କରିଥିଲା । ଜୁଗରାଜ ସିଂ (18’)ପେନାଲ୍ଟି କର୍ଣ୍ଣରରେ ଭାରତ ପାଇଁ ପ୍ରଥମ ଗୋଲ କରିଥିଲେ ଏବଂ ଗୋଟିଏ ମିନିଟ୍ ପରେ ହରମନପ୍ରୀତ ସିଂହ (20’) ଆଉ ଏକ ଗୋଲ ଦେଇ ଭାରତକୁ ଅଗ୍ରଣୀ କରାଇଥିଲେ। ଭାରତ ହାପ୍ ଟାଇମ୍ ପର୍ଯ୍ୟନ୍ତ ଆଗୁଆ ଥିଲା। ତୃତୀୟ କ୍ୱାର୍ଟରରେ ଭାରତ ଅଧିନାୟକ ହରମନପ୍ରୀତ ସିଂହ ଆଉ ଏକ ଗୋଲ ଦେଇ ଚୀନ୍ ବିପକ୍ଷରେ ଅଗ୍ରଣୀକୁ 3-1କୁ ବୃଦ୍ଧି କରିଥିଲେ। ଏହା ପରେ, ଚୀନ୍ ଖେଳାଳିମାନେ ଚମତ୍କାର ଖେଳିଥିଲେ ଏବଂ ଗୋଟିଏ ପରେ ଗୋଟିଏ ଦୁଇଟି ଗୋଲ (35’,41) ଦେଇ ସ୍କୋର ବରାବର କରିଥିଲେ ।

  • Related Posts

    ଏସୀୟ କ୍ରୀଡା ; ହାରିଲା ପାକିସ୍ତାନ; ଟିମ୍ ଇଣ୍ଡିଆ ଜିତିଲା ସ୍ୱର୍ଣ୍ଣ ପଦକ

    ନୂଆଦିଲ୍ଲୀ : ଏସୀୟ କ୍ରୀଡାରେ ଇତିହାସ ରଚିଲା ଭାରତ। କ୍ରିକେଟରେ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ। ଫାଇନାଲରେ ପାକିସ୍ତାନକୁ ହରାଇ ସୁନା ଜିତିଲା ଟିମ୍ ଇଣ୍ଡିଆ। ଲଗାତାର ୨ୟ ଥର ପାଇଁ ସ୍ୱର୍ଣ୍ଣ ପଦକ ହାତେଇଲା ଭାରତ। ୧୯ ରନରେ ପାକିସ୍ତାନକୁ…

    Continue reading
    ଲଭଲିନା ରଚିଲେ ଇତିହାସ, ମେରି କମଙ୍କ ପରେ ସ୍ବର୍ଣ୍ଣ ଜିତିଥିବା ଦ୍ବିତୀୟ ଭାରତୀୟ

    ଭାରତୀୟ ବକ୍ସର ଲଭଲିନା ବୋରଗୋହେନ ୨୦୨୬ ଏସୀୟ କ୍ରୀଡ଼ାରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି । ମହିଳା ୭୫ କିଲୋଗ୍ରାମ ବର୍ଗର ଫାଇନାଲରେ ଚୀନର ବକ୍ସର ବାଓ ଜିୟିଙ୍କୁ ୫-୦ରେ ପରାସ୍ତ କରିଛନ୍ତି । ପ୍ରଥମ ଦୁଇ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ