ଚୀନ୍‌କୁ ୪-୩ ଗୋଲରେ ହରାଇଲା ଭାରତ

ରାଜଗିରି : ଅଧିନାୟକ ହରମନପ୍ରୀତ ସିଂହଙ୍କ ୪ଟି ଗୋଲ ବଳରେ ଆୟୋଜକ ଭାରତ ଏସିଆ କପ୍‌ ପୁରୁଷ ହକି ପ୍ରତିଯୋଗିତା -୨୦୨୫ରେ ବିଜୟରୁ ଅଭିଯାନ ଆରମ୍ଭ କରିଛି।
ବିହାରର ରାଜଗିରିରେ ଶୁକ୍ରବାର ଆରମ୍ଭ ହୋଇଥିବା ଉକ୍ତ ପ୍ରତିଯୋଗିତାର ପୁଲ-ଏ ର ଦ୍ବିତୀୟ ମ୍ୟାଚରେ ଭାରତ ୪-୩ ଗୋଲରେ ଚୀନ୍‌କୁ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ୩ ପଏଣ୍ଟ ପାଇଛି। ପ୍ରାରମ୍ଭରୁ ଚୀନ ଘରୋଇ ଭାରତ ଉପରେ ଚାପ ପକାଇଥିଲା। ୧୨ ମିନିଟ୍‌ରେ ଚୀନ୍‌କୁ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏହାକୁ ଡୁ ସିହାଓ ଗୋଲରେ ପରିଣତ କରି ଦଳକୁ ୧-୦ରେ ଆଗୁଆ କରିଥିଲେ। ପ୍ରଥମ କ୍ବାର୍ଟର ସୁଦ୍ଧା ଚୀନ୍‌ ୧-୦ ଗୋଲରେ ଆଗୁଆ ରହିଥିଲା। ଦ୍ବିତୀୟ କ୍ବାର୍ଟର ତଥା ଖେଳର ୧୮ ମିନିଟ୍‌ରେ ଭାରତକୁ ପ୍ରଥମ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏହାକୁ ଅଧିନାୟକ ହରମନପ୍ରୀତ ସିଂହ ଗୋଲରେ ପରିଣତ କରି ମ୍ୟାଚକୁ ୧-୧ ବରାବର କରିଥିଲେ। ୨୦ ମିନି୍‌ଟ୍‌ରେ ଭାରତକୁ ଆଉ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏହାକୁ ହରମନପ୍ରୀତ ସିଂହ ଗୋଲରେ ପରିଣତ କରି ଦଳକୁ ୨-୧ ରେ ଆଗୁଆ କରିଥିଲେ। ପ୍ରଥମାର୍ଦ୍ଧ ସୁଦ୍ଧା ଭାରତ ୨-୧ ଗୋଲରେ ଆଗୁଆ ରହିଥିଲା। ତୃତୀୟ କ୍ବାର୍ଟର ତଥା ଖେଳର ୩୩ ମିନିଟ୍‌ରେ ଭାରତକୁ ଆଉ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏହାକୁ ହରମନପ୍ରୀତ ସିଂହ ଗୋଲରେ ପରିଣତ କରି ଦଳକୁ ୩-୧ରେ ଆଗୁଆ କରିଥିଲେ। ୩୫ ମିନିଟ୍‌ରେ ଚୀନ୍‌କୁ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏହାକୁ ଚେନ ବେନହାଇ ଗୋଲରେ ପରିଣତ କରି ମ୍ୟାଚକୁ ୨-୩ ସ୍ତରକୁ ଆଣିଥିଲେ। ୪୧ ମିନିଟ୍‌ରେ ଚୀନକୁ ଆଉ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏହାକୁ ଗାଓ ଜିସାଙ୍ଗ ଗୋଲରେ ପରିଣତ କରି ମ୍ୟାଚକୁ ୩-୩ ବରାବର କରିଥିଲେ।୪୭ ମିନିଟ୍‌ରେ ଭାରତକୁ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏହାକୁ ହରମନପ୍ରୀତ ସିଂହ ଗୋଲରେ ପରିଣତ କରି ଦଳକୁ ୪-୩ରେ ଆଗୁଆ କରିଥିଲେ। ଚୀନ ଶେଷ ପର୍ୟ୍ୟନ୍ତ ଗୋଲ ବରାବର କରିବାକୁ ଉଦ୍ୟମ କରି ମଧ୍ୟ ବିଫଳ ହୋଇଥିଲା। ଭାରତ ୩୧ରେ ଜାପାନ ସହିତ ପରବର୍ତ୍ତୀ ମ୍ୟାଚ ଖେଳିବ।

  • Related Posts

    ରାଜସ୍ଥାନ ରୟାଲ୍‌ସ ମୁଖ୍ୟ ପ୍ରଶିକ୍ଷକ ପଦ ଛାଡ଼ିଲେ ଦ୍ରାବିଡ଼

    ନୂଆଦିଲ୍ଲୀ: ଆଇପିଏଲ ଦଳ ରାଜସ୍ଥାନ ରୟାଲ୍‌ସର ମୁଖ୍ୟ ପ୍ରଶିକ୍ଷକ ପଦ ଛାଡ଼ିଛନ୍ତି ରାହୁଲ ଦ୍ରାବିଡ଼। ଗୋଟିଏ ଋତୁ ପରେ ଦ୍ରାବିଡ଼ ରାଜସ୍ଥାନ ରୟାଲ୍‌ସର ମୁଖ୍ୟ ପ୍ରଶିକ୍ଷକ ପଦ ଛାଡ଼ିଛନ୍ତି। ଦଳ ଆଇପିଏଲ-୨୦୨୫ରେ ଭଲ ପ୍ରଦର୍ଶନ କରିପାରି ନ ଥିବାରୁ ଦ୍ରାବିଡ଼ ମୁଖ୍ୟ…

    Continue reading
    ବିଶ୍ୱ ବ୍ୟାଡମିଂଟନ ଚାମ୍ପିୟନଶିପରେ ପିଭି ସାନ୍ଧୁ଼ଙ୍କ ଅଭିଯାନ ଶେଷ

    ନୂଆଦିଲ୍ଲୀ,29/08: ବିଶ୍ୱ ବ୍ୟାଡମିଂଟନ ଚାମ୍ପିୟନଶିପରେ ଷଷ୍ଠ ପଦକ ହାସଲ ଲକ୍ଷ୍ୟରେ ଥିବା ଭାରତର ଷ୍ଟାର ଖେଳାଳି ପିଭି ସାନ୍ଧୁ ନିରାଶ ହୋଇଛନ୍ତି । ମହିଳା ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲରେ ସାନ୍ଧୁ ଇଣ୍ଡୋନେସିଆର ପୂତ୍ରୀ କୁସୁମା ୱାର୍ଦ୍ଦାନୀଙ୍କ ନିକଟରୁ ୨୧-୧୪, ୧୩-୨୧ ଓ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଖଣି ମାଲିକ ଘରେ ଇଡି ରେଡ୍ ୧୦କାର୍, ୩ ସୁପର ବାଇକ୍ ଓ କୋଟିଏ ଟଙ୍କାର ଗହଣା ଜବତ

    ସାର୍ବଜନୀନ ଅଧିକାରର ସୁନିଶ୍ଚିତତା ଓ ଅନ୍ତର୍ଭୁକ୍ତୀକରଣ ସମାଜ ପାଇଁ ଓଡ଼ିଶା ସରକାରଙ୍କ ସହ ଟାଟା ଷ୍ଟିଲ ଫାଉଣ୍ଡେସନର ଏମଓୟୁ

    ଗାଁରେ ବାଘ ପାଦଚିହ୍ନ : ସତର୍କ ସୂଚନା ଜାରି କଲା ବନବିଭାଗ

    ଚାକିରି ନାଁରେ ଘରୁ ଆଣି ଗଣଦୁଷ୍କର୍ମ ଅଭିଯୋଗ ଏକ ନାଟକ: ଉଦଳା ପୋଲିସ

    ଡ୍ରାଗନ ଏବଂ ହାତୀ ଏକା ସାଥୀରେ ରହିବା ଜରୁରୀ: ଜିନପିଙ୍ଗ

    ୨୦୨୬ ଏପ୍ରିଲ ସୁଦ୍ଧା ରାଜ୍ୟର ସମସ୍ତ ପୌରାଞ୍ଚଳକୁ ଗର୍ତ୍ତମୁକ୍ତ ହେବ : ମୁଖ୍ୟମନ୍ତ୍ରୀ