୧ରୁ ଏସ୍‌ଟିଏଫ ଆରମ୍ଭ କରିବ ‘ଅପରେସନ ପ୍ରହାର’

ଭୁବନେଶ୍ୱର: ଏଣିକି ନିଶା ବେପାରୀ କି ସେବନକାରୀଙ୍କୁ ନିସ୍ତାର ମିଳିବନି । ଯିଏ ନିଶା ଖାଇବ କି ବେପାରରେ ସମ୍ପୃକ୍ତ ରହିବ, ତାକୁ ବାନ୍ଧି ଜେଲ ପଠାଯିବ । ସେପ୍ଟେମ୍ବର ୧ ତାରିଖରୁ ରାଜ୍ୟ ସାରା ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହେବ । ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଶୁକ୍ରବାର ଏହି ନିର୍ଦ୍ଦେଶ ଦେଇଛନ୍ତି ।
ଭୁବନେଶ୍ୱର ସମେତ ଅନ୍ୟାନ୍ୟ ସହରରେ ଲୁଚାଛପାରେ ଡ୍ରଗ୍ସ, ମାଦକ ଦ୍ରବ୍ୟ କାରବାର ଚାଲୁଛି । ସେବନକାରୀଙ୍କ ସଂଖ୍ୟା ବି ବଢ଼ୁଛି । ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଏନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଚାଲିଥିଲା । ଶ୍ରୀ ହରିଚନ୍ଦନଙ୍କ ସମେତ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ବୈଠକରେ ଉପସ୍ଥିତ ଥିଲେ । ବୈଠକରେ ନିଷ୍ପତ୍ତି ନିଆଯାଇଛି, ସେପ୍ଟେମ୍ବର ପହିଲାରୁ ସବୁ ଜିଲ୍ଲାରେ ସ୍ୱତନ୍ତ୍ର ଧରପଗଡ଼ ଚାଲିବ । ନିଶା ନିବାରଣ ପାଇଁ ପ୍ରତି ଜିଲ୍ଲାରେ ଗୋଟିଏ ଲେଖାଏଁ ମଡେଲ ନିଶା ନିବାରଣ କେନ୍ଦ୍ର ସ୍ଥାପନ କରାଯିବ । ଏସ୍‌ଟିଏଫ୍‌ ଆରମ୍ଭ କରିବ ‘ଅପରେସନ ପ୍ରହାର’ । ବିଭିନ୍ନ ନିଶାଦ୍ରବ୍ୟ ହବ୍‌ରୁ ସାରା ରାଜ୍ୟକୁ ଚାଲଣ ହେଉଥିବା ମାଫିଆଙ୍କ ସିଣ୍ଡିକେଟ୍‌କୁ ଛାରଖାର କରାଯିବ । ଭୁବନେଶ୍ୱରକୁ ଏକ ନିଶାମୁକ୍ତ ସହର ଭାବେ ଗଢ଼ିତୋଳିବା ଦିଗରେ ସ୍କେଶାଲ ଟାସ୍କ ଫୋର୍ସ, ଅବକାରୀ, ଏନ୍‌ସିବି, ବିଏମ୍‌ସି ମିଳିତ ଭାବେ ଲାଗିପଡ଼ିବେ । ପେସାଦାର ନିଶା ବେପାରୀଙ୍କୁ ଚେକ୍‌ ଦେବାକୁ ସିଆର୍‌ପିସି ୧୧୦ (ବିଏନ୍‌ଏସ୍‌ଏସ୍‌-୧୨୯) ଧାରା ଲଗାଯିବ । ସ୍ୱତନ୍ତ୍ର ଅଭିଯାନକୁ କଡ଼ାକଡି କରିବାକୁ ବୈଠକରେ ସମସ୍ତ ଅଧିକାରୀଙ୍କୁ ଚେତାଇଛନ୍ତି ମନ୍ତ୍ରୀ । କହିଛନ୍ତି, ସ୍ୱତନ୍ତ୍ର ରଣକୌଶଳ ଆପଣାଅ କି ନୂଆ ଟେକ୍ନୋଲୋଜିର ବ୍ୟବହାର କର । ନିଶା ବେପାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ଧର । ଅବକାରୀ ବିଭାଗ ପ୍ରମୁଖ ସଚିବ ଭାସ୍କର ଜ୍ୟୋତି ଶର୍ମା, ଆଇଜି (ଏସ୍‌ଟିଏଫ) ଡ. ସାର୍ଥକ ଷଡ଼ଙ୍ଗୀ, ଅବକାରୀ କମିଶନର ପି. ଅନ୍ୱେଷା ରେଡ୍ଡୀ, ଏନ୍‌ସିବି ଆଞ୍ଚଳିକ ନିର୍ଦ୍ଦେଶକ କୁଳଦୀପ ଶର୍ମା, ଭୁବନେଶ୍ୱର-କଟକ ଅତିରିକ୍ତ କମିଶନର ନରସିଂହ ଭୋଳଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।

  • Related Posts

    ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହେଲା ସ୍ଵଗଣନା

    ଭୁବନେଶ୍ୱର: ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ଡିଜିଟାଲ ଜନଗଣନା । ଏଣିକି ଘରେ ବସି ନିଜେ କରି ପାରିବେ ସ୍ଵ-ଜନଗଣନା। ପ୍ରଥମ ପର୍ଯ୍ୟାୟରେ ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହୋଇଛି ସ୍ଵ-ଜନଗଣନା । ରାଜ୍ୟପାଳ ନିଜ ମୋବାଇଲରୁ ଲଗିନ କରି ଜନଗଣନା କରିଛନ୍ତି।…

    Continue reading
    ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି

    ଭୁବନେଶ୍ୱର : ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି। ୪ ପୃଷ୍ଠାର ଚିଠି ଲେଖିଛନ୍ତି ପିଏମ୍। ଓଡ଼ିଆ ଅସ୍ମିତା, ସମୃଦ୍ଧ ପରମ୍ପରା ଓ ମନମୁଗ୍ଧକର ଐତିହ୍ୟର କଥା ଉଲ୍ଲେଖ ରହିଛି। ବିଜୁ ବାବୁଙ୍କ ସାହାସିକତାକୁ ଭୁରି ଭୁରି ପ୍ରଶଂସା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ