୧ରୁ ଏସ୍‌ଟିଏଫ ଆରମ୍ଭ କରିବ ‘ଅପରେସନ ପ୍ରହାର’

ଭୁବନେଶ୍ୱର: ଏଣିକି ନିଶା ବେପାରୀ କି ସେବନକାରୀଙ୍କୁ ନିସ୍ତାର ମିଳିବନି । ଯିଏ ନିଶା ଖାଇବ କି ବେପାରରେ ସମ୍ପୃକ୍ତ ରହିବ, ତାକୁ ବାନ୍ଧି ଜେଲ ପଠାଯିବ । ସେପ୍ଟେମ୍ବର ୧ ତାରିଖରୁ ରାଜ୍ୟ ସାରା ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହେବ । ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଶୁକ୍ରବାର ଏହି ନିର୍ଦ୍ଦେଶ ଦେଇଛନ୍ତି ।
ଭୁବନେଶ୍ୱର ସମେତ ଅନ୍ୟାନ୍ୟ ସହରରେ ଲୁଚାଛପାରେ ଡ୍ରଗ୍ସ, ମାଦକ ଦ୍ରବ୍ୟ କାରବାର ଚାଲୁଛି । ସେବନକାରୀଙ୍କ ସଂଖ୍ୟା ବି ବଢ଼ୁଛି । ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଏନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଚାଲିଥିଲା । ଶ୍ରୀ ହରିଚନ୍ଦନଙ୍କ ସମେତ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ବୈଠକରେ ଉପସ୍ଥିତ ଥିଲେ । ବୈଠକରେ ନିଷ୍ପତ୍ତି ନିଆଯାଇଛି, ସେପ୍ଟେମ୍ବର ପହିଲାରୁ ସବୁ ଜିଲ୍ଲାରେ ସ୍ୱତନ୍ତ୍ର ଧରପଗଡ଼ ଚାଲିବ । ନିଶା ନିବାରଣ ପାଇଁ ପ୍ରତି ଜିଲ୍ଲାରେ ଗୋଟିଏ ଲେଖାଏଁ ମଡେଲ ନିଶା ନିବାରଣ କେନ୍ଦ୍ର ସ୍ଥାପନ କରାଯିବ । ଏସ୍‌ଟିଏଫ୍‌ ଆରମ୍ଭ କରିବ ‘ଅପରେସନ ପ୍ରହାର’ । ବିଭିନ୍ନ ନିଶାଦ୍ରବ୍ୟ ହବ୍‌ରୁ ସାରା ରାଜ୍ୟକୁ ଚାଲଣ ହେଉଥିବା ମାଫିଆଙ୍କ ସିଣ୍ଡିକେଟ୍‌କୁ ଛାରଖାର କରାଯିବ । ଭୁବନେଶ୍ୱରକୁ ଏକ ନିଶାମୁକ୍ତ ସହର ଭାବେ ଗଢ଼ିତୋଳିବା ଦିଗରେ ସ୍କେଶାଲ ଟାସ୍କ ଫୋର୍ସ, ଅବକାରୀ, ଏନ୍‌ସିବି, ବିଏମ୍‌ସି ମିଳିତ ଭାବେ ଲାଗିପଡ଼ିବେ । ପେସାଦାର ନିଶା ବେପାରୀଙ୍କୁ ଚେକ୍‌ ଦେବାକୁ ସିଆର୍‌ପିସି ୧୧୦ (ବିଏନ୍‌ଏସ୍‌ଏସ୍‌-୧୨୯) ଧାରା ଲଗାଯିବ । ସ୍ୱତନ୍ତ୍ର ଅଭିଯାନକୁ କଡ଼ାକଡି କରିବାକୁ ବୈଠକରେ ସମସ୍ତ ଅଧିକାରୀଙ୍କୁ ଚେତାଇଛନ୍ତି ମନ୍ତ୍ରୀ । କହିଛନ୍ତି, ସ୍ୱତନ୍ତ୍ର ରଣକୌଶଳ ଆପଣାଅ କି ନୂଆ ଟେକ୍ନୋଲୋଜିର ବ୍ୟବହାର କର । ନିଶା ବେପାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ଧର । ଅବକାରୀ ବିଭାଗ ପ୍ରମୁଖ ସଚିବ ଭାସ୍କର ଜ୍ୟୋତି ଶର୍ମା, ଆଇଜି (ଏସ୍‌ଟିଏଫ) ଡ. ସାର୍ଥକ ଷଡ଼ଙ୍ଗୀ, ଅବକାରୀ କମିଶନର ପି. ଅନ୍ୱେଷା ରେଡ୍ଡୀ, ଏନ୍‌ସିବି ଆଞ୍ଚଳିକ ନିର୍ଦ୍ଦେଶକ କୁଳଦୀପ ଶର୍ମା, ଭୁବନେଶ୍ୱର-କଟକ ଅତିରିକ୍ତ କମିଶନର ନରସିଂହ ଭୋଳଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।

  • Related Posts

    ସାର୍ବଜନୀନ ଅଧିକାରର ସୁନିଶ୍ଚିତତା ଓ ଅନ୍ତର୍ଭୁକ୍ତୀକରଣ ସମାଜ ପାଇଁ ଓଡ଼ିଶା ସରକାରଙ୍କ ସହ ଟାଟା ଷ୍ଟିଲ ଫାଉଣ୍ଡେସନର ଏମଓୟୁ

    ଭୁବନେଶ୍ୱର,01।09: ଭୁବନେଶ୍ୱରର ରେଳ ଅଡିଟୋରିଅମରେ ସ୍ୱାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଆୟୋଜିତ ରାଜ୍ୟସ୍ତରୀୟ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଟାଟା ଷ୍ଟିଲ ଫାଉଣ୍ଡେସନ ଓଡ଼ିଶା ସରକାରଙ୍କ ଗୃହ ଏବଂ ନଗର ଉନ୍ନୟନ ବିଭାଗ (ଏଚଆଣ୍ଡୟୁଡିଡି) ସହିତ ଏକ…

    Continue reading
    ଗାଁରେ ବାଘ ପାଦଚିହ୍ନ : ସତର୍କ ସୂଚନା ଜାରି କଲା ବନବିଭାଗ

    ସୁନ୍ଦରଗଡ଼,01।09: ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡ ଅନ୍ତର୍ଗତ ଘୋଷରା ଗାଁ ନିକଟ ପତ୍ରାପାଲି ଜଙ୍ଗଲରେ ରବିବାର ସକାଳେ ଏକ ବାଘର ପାଦଚିହ୍ନ ଦେଖିବାକୁ ମିଳିଛି। ପତ୍ରାପାଲି ଜଙ୍ଗଲରେ ରବିବାର ସକାଳେ ଏକ ବାଘର ପାଦଚିହ୍ନ ଦେଖିବାକୁ ମିଳିଛି। କିଛି ଲୋକ ଏହାକୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଖଣି ମାଲିକ ଘରେ ଇଡି ରେଡ୍ ୧୦କାର୍, ୩ ସୁପର ବାଇକ୍ ଓ କୋଟିଏ ଟଙ୍କାର ଗହଣା ଜବତ

    ସାର୍ବଜନୀନ ଅଧିକାରର ସୁନିଶ୍ଚିତତା ଓ ଅନ୍ତର୍ଭୁକ୍ତୀକରଣ ସମାଜ ପାଇଁ ଓଡ଼ିଶା ସରକାରଙ୍କ ସହ ଟାଟା ଷ୍ଟିଲ ଫାଉଣ୍ଡେସନର ଏମଓୟୁ

    ଗାଁରେ ବାଘ ପାଦଚିହ୍ନ : ସତର୍କ ସୂଚନା ଜାରି କଲା ବନବିଭାଗ

    ଚାକିରି ନାଁରେ ଘରୁ ଆଣି ଗଣଦୁଷ୍କର୍ମ ଅଭିଯୋଗ ଏକ ନାଟକ: ଉଦଳା ପୋଲିସ

    ଡ୍ରାଗନ ଏବଂ ହାତୀ ଏକା ସାଥୀରେ ରହିବା ଜରୁରୀ: ଜିନପିଙ୍ଗ

    ୨୦୨୬ ଏପ୍ରିଲ ସୁଦ୍ଧା ରାଜ୍ୟର ସମସ୍ତ ପୌରାଞ୍ଚଳକୁ ଗର୍ତ୍ତମୁକ୍ତ ହେବ : ମୁଖ୍ୟମନ୍ତ୍ରୀ