ନିଶା ମହାରଣାଙ୍କ ଉପରକୁ ଚେୟାର ମାଡ଼

ଜଟଣୀ: ଯାତ୍ରା ନୃତ୍ୟଶିଳ୍ପୀ ନିଶା ମହାରଣାଙ୍କ ଉପରକୁ ଚେୟାର ମାଡ଼ । ଜଟଣୀ ଥାନା ଛକ ଅଞ୍ଚଳରେ ଯାତ୍ରା ନୃତ୍ୟଶିଳ୍ପୀ ନିଶା ମହାରଣାଙ୍କ ଉପରକୁ ଚେୟାର ମାଡ଼ ହୋଇଛି । ଯାତ୍ରା ଚାଲିଥିବା ବେଳେ ନିଶା ନୃତ୍ୟ ପରିବେଷଣ କରୁଥିଲେ । ଏହି ସମୟରେ କିଛି ଯୁବକ ପେଣ୍ଡାଲ ତଳେ ନାଚୁଥିଲେ । ସେଠାରେ ବସିଥିବା ଅନ୍ୟ ଜଣେ ଯୁବକଙ୍କୁ ସେମାନେ ହାତ ଧରି ନାଚିବାକୁ ଡାକିଥିଲେ । ତେବେ ଯୁବକ ଜଣକ ସିଧାସିଧା ମନା କରିଦେଇଥିଲେ । ଆଇଟମ୍ ନମ୍ବର ନାଚରେ ଅଶ୍ଳୀଳତା ଥିବା କହି ନିଶା ମହାରଣାଙ୍କ ଉପରକୁ ଲକ୍ଷ୍ୟ କରି ଚେୟାର ଫୋପାଡ଼ିଥିଲେ । ଚେୟାର ମଞ୍ଚ ଉପରେ ପଡ଼ିବା ପରେ ନିଶା ସେଠାରୁ ଚାଲିଯାଇଥିଲେ ।

ନାଚ ବନ୍ଦ ହୋଇଯିବାରୁ କିଛି ଯୁବକ ଉତ୍ତ୍ୟକ୍ତ ହୋଇ ଚେୟାର ଫୋପାଡ଼ିଥିବା ଯୁବକଙ୍କୁ ନିସ୍ତୁକ ମାଡ଼ମାରି ଲାହୁଲୁହାଣ କରିଦେଇଥିଲେ । ପେଣ୍ଡାଲ ତଳେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା । ଘଟଣାସ୍ଥଳରେ ପୁଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଛି । ଏହି ଆକ୍ରମଣ ପଛରେ ରାଜନୈତିକ ଆକ୍ରୋଶ ଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି ।

  • Related Posts

    ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହେଲା ସ୍ଵଗଣନା

    ଭୁବନେଶ୍ୱର: ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ଡିଜିଟାଲ ଜନଗଣନା । ଏଣିକି ଘରେ ବସି ନିଜେ କରି ପାରିବେ ସ୍ଵ-ଜନଗଣନା। ପ୍ରଥମ ପର୍ଯ୍ୟାୟରେ ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହୋଇଛି ସ୍ଵ-ଜନଗଣନା । ରାଜ୍ୟପାଳ ନିଜ ମୋବାଇଲରୁ ଲଗିନ କରି ଜନଗଣନା କରିଛନ୍ତି।…

    Continue reading
    ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି

    ଭୁବନେଶ୍ୱର : ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି। ୪ ପୃଷ୍ଠାର ଚିଠି ଲେଖିଛନ୍ତି ପିଏମ୍। ଓଡ଼ିଆ ଅସ୍ମିତା, ସମୃଦ୍ଧ ପରମ୍ପରା ଓ ମନମୁଗ୍ଧକର ଐତିହ୍ୟର କଥା ଉଲ୍ଲେଖ ରହିଛି। ବିଜୁ ବାବୁଙ୍କ ସାହାସିକତାକୁ ଭୁରି ଭୁରି ପ୍ରଶଂସା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ