ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ ପଇଡ଼ ପାଣି, ଜାଣିନିଅନ୍ତୁ କ’ଣ ରହିଛି ଅପକାରିତା

ପଇଡ ପାଣି ପିଉଛନ୍ତି କି । ହୋଇଯଆନ୍ତୁ ସାବଧାନ । କାରଣ ଏହି ପ୍ରାକୃତିକ ପାନୀୟ ଆପଣଙ୍କ ସ୍ବାସ୍ଥ୍ୟକୁ ପହଞ୍ଚାଇପାରେ କ୍ଷତି । ସାଧାରଣତଃ ପଇଡ ପାଣିକୁ ଏକ ପ୍ରାକୃତିକ ସୁପରଡ୍ରିଙ୍କ୍ସ ଭାବେ ବିବେଚନା କରାଯାଏ । ସେ ଖରା ଦିନ ହେଉ କି ଶୀତ, ଲୋକେ ସକାଳୁ ସକାଳୁ ପଇଡ ପାଣି ପିଇବାକୁ ଭଲ ପାଆନ୍ତି । କିନ୍ତୁ ମେଡିକାଲ ସାଇନ୍ସର ଏକ ଗବେଷଣାରୁ ଜଣାଯାଇଛି, ୬ଟି ଶ୍ରେଣୀର ଲୋକେ ଏଥିରୁ ଦୂରେଇ ରହିବା ଜରୁରୀ ।

ପଇଡ ପାଣିରେ କଣ ରହିଛି ଉପକାରିତା..
ପଇଡ ପାଣିରେ ଲୋ କ୍ୟାଲୋରୀ ସାଙ୍ଗକୁ ଭରପୁର ମାତ୍ରାରେ ଇଲେକ୍ଟ୍ରୋରେଟ୍ ରହିଥାଏ । ବାୟାମ କରିବା ପରେ ହାଇଡ୍ରେସନ ପାଇଁ ଏହା ଜୁରୁରୀ ଅଟେ । ସେହିପରି ଚର୍ମର ସୁସ୍ଥତା ପାଇଁ ପଇଡ ପାଣିରେ ଉପାଦାନ ରହିଛି । ଏହା ପାନୀୟ ଖାଦ୍ୟ ହଜମ କରିବାରେ ସାହାଯ୍ୟ କରିଥାଏ । ମାତ୍ର ଏ ସବୁ ପରେ ଏହା ପ୍ରତ୍ୟେକ ଲୋକଙ୍କ ପାଇଁ ହିତକର ନୁହେଁ ।

କେଉଁମାନେ ପଇଡ ପାଣିରୁ ଦୂରେଇ ରହିବା ଉଚିତ
ପଇଡ ପାଣିରେ ଥିବା ନ୍ୟାଚୁରାଲ ସୁଗାର କଣ୍ଟେଣ୍ଟ, ପ୍ରଚୁର ଇଲେକ୍ଟ୍ରୋରାଲ ଏବଂ ଅତ୍ୟନ୍ତ ଥଣ୍ଡା ଯୋଗୁଁ କେତେକ ଲୋକଙ୍କ ସ୍ବାସ୍ଥ୍ୟ ପାଇଁ ଏହା କ୍ଷତିକାରକ ହୋଇପାରେ । ଯେପରିକି ଡାଏବେଟିସ ବା ମଧୁମେୟ ରୋଗୀ, କିଡନୀ ସମସ୍ୟା ଭୋଗୁଥିବା ବ୍ୟକ୍ତି, ଉଚ୍ଚ ରକ୍ତ ଚାପ, ଖାଦ୍ୟ ପ୍ରତି ଆଲର୍ଜୀ ଥିବା ବ୍ୟକ୍ତି ପଇଡ ପାଣି ନପିଇବା ଭଲ । କାରଣ ଏଥିରେ ଥିବା ଉପାଦାନ ଏହି ସବୁ ରୋଗୀଙ୍କୁ ଅଧିକ କ୍ଷତି ପହଞ୍ଚାଇପାରେ ।

ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ପ୍ରତି ୨୦୦ ମିଲିଲିଟର ପଇଡ ପାଣିରେ ୬-୭ ଗ୍ରାମ ସୁଗାର ଥାଏ । ଯାହାକି ଆମ ରକ୍ତରେ ଥିବା ଗ୍ଲୁକୋଜ ଲେବଲକୁ କ୍ଷତି ପହଞ୍ଚାଇଥାଏ । ତେଣୁ ଏହା ମଧୁମେୟ ରୋଗୀଙ୍କ ପ୍ରତି କ୍ଷତିକାରକ । ସେହିପରି ନିୟମିତ ଏବଂ ପ୍ରଚୁର ପରିମାଣରେ ପଇଡ ପାଣି ପିଇବା ଦ୍ବାରା ଏହା ରକ୍ତରେ ଶର୍କରା ମାତ୍ରାକୁ ବୃଦ୍ଧି କରିଥାଏ । ସେହିପରି ଖାଦ୍ୟ ପ୍ରତି ଆଲର୍ଜୀ ଥିବା ବ୍ୟକ୍ତିମାନେ ଏଥିରୁ ଦୂରେଇ ରହିବା ଭଲ । କାରଣ ଏହା ଶରୀରରେ ଅଧିକ ପାର୍ଶ୍ବପ୍ରତିକ୍ରିୟା କରାଇଥାଏ । ଏସିଆ ପାସିଫିକ ଆଲର୍ଜୀରେ ପ୍ରକାଶିତ ଏକ ସର୍ବାକ୍ଷଣ ଅନୁଯାଇ, ଖାଦ୍ୟ ପ୍ରତି ଆଲର୍ଜୀ ଥିବା ପ୍ରାୟ ୯୦ ପ୍ରତିଶତ ପିଲା ପଇଡ ପାଣି ପିଇବା ଦ୍ବାରା ଚର୍ମ ରୋଗ ଚର୍ମ ସଂକ୍ରମଣରେ ପୀଡ଼ିତ ।
ତେଣୁ ଆପଣ ତଥା ଆପଣଙ୍କ ପିଲାଙ୍କ ଯଦି ଏଭଳି କିଛି ସ୍ବାସ୍ଥ୍ୟଗତ ସମସ୍ୟା ଅଛି, ତେବେ ପଇଡ ପାଣି ପିଇବାକୁ ଏଡାଇ ଯାଆନ୍ତୁ ।

  • Related Posts

    ଜେନ୍‌-ଜିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ; ବାହ୍ୟଶକ୍ତିରୁ ଦୂରେଇ ରୁହ

    ଭୁବନେଶ୍ୱର: ରାଜ୍ୟବ୍ୟାପୀ ଆୟୋଜିତ ହେଉଛି ଘରେ ଘରେ ତ୍ରିରଙ୍ଗା ଅଭିଯାନ। ଆଜି ଠାରୁ ଅଗଷ୍ଟ ୧୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେଉଛି ତ୍ରିରଙ୍ଗା ଅଭିଯାନ। ରାଜଧାନୀ ଭୁବନେଶ୍ୱର ଠାରୁ ଆରମ୍ଭ କରି ବ୍ଲକ ଓ ପଞ୍ଚାୟତ ସ୍ତର ଯାଏଁ “ଘରେ ଘରେ…

    Continue reading
    ଚିନି ଦର ଗ୍ରାହକଙ୍କ ଚିନ୍ତା ବଢ଼ାଇଲାଣି

    ଭୁବନେଶ୍ବର : ପାର୍ବଣ ପୂର୍ବରୁ ଚିନି ଦର ଗ୍ରାହକଙ୍କ ଚିନ୍ତା ବଢ଼ାଇଲାଣି। ଗତ ମାସକ ମଧ୍ୟରେ ଚିନି ଦର କ୍ବିଣ୍ଟାଲ ପିଛା ପ୍ରାୟ ୫୦୦ରୁ ୭୦୦ ଟଙ୍କା ପର୍ଯ୍ୟନ୍ତ ବଢ଼ିଗଲାଣି । ଦିଲ୍ଲୀରେ କିଲୋଗ୍ରାମ ପିଛା ଚିନି ଦର ୪୯ ଟଙ୍କାରେ,…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ