ମୋଦୀଙ୍କୁ ୬କୋଟିର କାର ଉପହାର ଦେଲେ ଜିନ୍‍ପିଙ୍ଗ

ନୂଆଦିଲ୍ଲୀ: ଭାରତ-ଚୀନ୍‍ ସମ୍ପର୍କରେ ଆସୁଛି ସୁଧାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ୬କୋଟିର କାର ଗିଫ୍ଟ ଦେଇଛନ୍ତି ଚୀନ୍‍ ରାଷ୍ଟ୍ରପତି ସି ଜିନ୍‍ପିଙ୍ଗ । ଏହି କାରଟି ମାତ୍ର ୮ସେକେଣ୍ଡରେ ୧୦୦ କିଲୋମିଟର ସ୍ପିଡ୍‌ ରେ ଦୌଡିଥାଏ । କାର ଭିତରେ ରହିଛି ଖାସ୍‍ ଅସ୍ତ୍ରଶସ୍ତ୍ର, ଟାୟର ପମ୍ପଚର୍‍ ହେଲେ ବି ୧୦୦କିଲୋମିଟର ପର୍ୟ୍ୟନ୍ତ ଏହା ଚାଲିବାର କ୍ଷମତା ରହିଛି । ଏହି ଫଟୋ ହେଉଛି ଚୀନ ରାଷ୍ଟ୍ରପତି ସି ଜିନ୍‍ପିଙ୍ଗଙ୍କ ସବୁଠାର ପସନ୍ଦର କାର । ଯାହାକୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦେଇଛନ୍ତି । ଦୁଇ ଦିନିଆ ଚୀନ୍‍ ଗସ୍ତରେ ଯାଇଥିବା ମୋଦୀ ଏହି କାରରେ ବସି ଯାତ୍ରା କରିବେ । ଏହି କାରଟି ଯେତେବେଳେ ସାମ୍ନାକୁ ଆସିଲା ଗୁଗଲ୍‍ ରେ ଏହାର ନାମ, ଫିଚର ଏବଂ ଦାମ୍‍ ସର୍ଚ୍ଚ ହେବାରେ ଲାଗିଛି । କାରଣ ଏହି କାରଟି ରୁଷ ରାଷ୍ଟ୍ରପତି ପୁଟିନଙ୍କ ପସନ୍ଦର କାର ଠାରୁ ମଧ୍ୟ ଅନେକ ଗୁଣ ମହଙ୍ଗା ଅଟେ ।

ଏ ହେଉଛି ପୁଟିନଙ୍କ େଔର୍‍ ସିନେଟ୍‍ କାର । ଯାହାକୁ ନେଇ ସେ ଚୀନ୍‍ ଗସ୍ତରେ ଯାଇଛନ୍ତି । ପୁଟିନ୍‍ ଏୟାରପୋର୍ଟରେ ପହଞ୍ଚିବା ପରେ ଏହି କାରରେ ବସି ଯାତ୍ରା କରନ୍ତି । ଏହାର ଦାମ୍‍ ୩କୋଟି ହେବ । ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜିନ୍‍ପିଙ୍ଗ ଯେଉଁ କାରଟି ଚୀନରେ ଯାତ୍ରା କରିବାକୁ ଦେଇଛନ୍ତି ତାହାର ଦାମ୍‍ ଶୁଣିଲେ ଆପଣଙ୍କ ହୋସ୍‍ ଉଡିଯିବ । ଏହି କାରର ମୂଲ୍ୟ ୬ଲକ୍ଷ ୮୦ହଜାର ଡଲାର ଅର୍ଥାତ୍‍ ଭାରତୀୟ ମୁଦ୍ରାରେ ୬କୋଟି ଟଙ୍କା । କାରର ନାମ ହେଉଛି ହଙ୍ଗକ୍ୱି ଏଲ୍‍-୫, ଏହି କାର ଚୀନର ସବୁଠାରୁ ବଡ ବ୍ରାଣ୍ଡ ଏବଂ ଦାମୀ ବୋଲି କୁହାଯାଉଛି । ୨୦୧୯ରେ ଏହି କାର ନେଇ ଜିନ୍‍ପିଙ୍ଗ ଭାରତ ଆସିଥିଲେ । ଏହି କାରରେ ଯାତ୍ରାବେଳେ ଯଦି କେହି ଗୁଳିମାନେ ବା ବମ୍‍ ପକାଏ ତେବେ କାରରେ ବସିଥିବା ବ୍ୟକ୍ତି ସମ୍ପୂର୍ଣ୍ଣ ସୁରକ୍ଷିତ ରହିବେ । ମୋଦୀ ବିଦେଶ ଗସ୍ତରେ ଯିବା ବେଳେ ନିଜ କାର ସାଙ୍ଗରେ ନେଇ ଯାଇନଥାନ୍ତି । ସେଠାରେ ତାଙ୍କୁ ଭିନ୍ନ ଭିନ୍ନ କାରରେ ଯାତ୍ରା କରିବାକୁ ଦିଆଯାଇଥାଏ ।

  • Related Posts

    ଜଳିଗଲା ଘର: ଶାଶୁ ଏବଂ ବୋହୂ ଜୀବନ୍ତ ଦଗ୍ଧ

    ସୀତାପୁର: ଉତ୍ତର ପ୍ରଦେଶର ସୀତାପୁର ଜିଲ୍ଲାର ସଦରପୁର ଥାନା ଅଞ୍ଚଳର ସରାୟା ଚଲକାପୁର ଗାଁରେ ଶନିବାର ସନ୍ଧ୍ୟାରେ ଏକ ବଡ଼ ଦୁଃଖଦ ଘଟଣା ଘଟିଛି। ପ୍ରବଳ ଝଡ଼ ତୋଫାନ ମଧ୍ୟରେ ଏକ ଘରେ ନିଆଁ ଲାଗିଯାଇ ଦ୍ରୁତ ଗତିରେ ବ୍ୟାପି ଯାଇଥିଲା,…

    Continue reading
    ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ବର୍ଷକୁ ୨ଟି ଗ୍ୟାସ୍ ସିଲିଣ୍ଡର ମିଳିବ ମାଗଣା

    ନୂଆଦିଲ୍ଲୀ: ଆସାମ ବିଧାନସଭା ନିର୍ବାଚନ ପାଇଁ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ଏଭଳି ସମୟରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଜନତାଙ୍କ ପାଇଁ ଏକ ବଡ଼ ଉପହାର ଘୋଷଣା କରିଛନ୍ତି। ନିର୍ବାଚନ ଜିତିବା ପରେ ବର୍ଷକୁ ଦୁଇଟି ଖଚଏ ସିଲିଣ୍ଡର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ