ପ୍ରେମିକାକୁ ହତ୍ୟା କରି ମୃତଦେହ ସହ ଦୁଇଦିନ ବିତାଇଲା ଅଭିଯୁକ୍ତ

ବେଙ୍ଗାଲୁରୁର ଏକ ସର୍ଭିସ୍ ଆପାର୍ଟମେଣ୍ଟ ହୋଟେଲରେ ଘଟିଥିବା ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ନିଜ ପ୍ରେମିକାକୁ ହତ୍ୟା କରିଥିବା ଅଭିଯୁକ୍ତ ପ୍ରେମିକକୁ ରାଜ୍ୟ ବାହାରୁ ଗିରଫ କରିଛି ପୁଲିସ। ସବୁଠାରୁ ବଡ଼ କଥା ହେଉଛି ପ୍ରେମିକାକୁ ହତ୍ୟା କରିବା ପରେ ମୃତଦେହ ପାଖରେ ଦୁଇ ଦିନ ବିତାଇଥିଲା ନରହନ୍ତା ପ୍ରେମିକ।

ସୂଚନା ଅନୁସାରେ ଆସାମର ଜଣେ ବ୍ଲଗର୍ ମାୟା ଗୋଗୋଇ ବେଙ୍ଗାଲୁରୁରେ ଆସି ନିଜ ଭଉଣୀ ଘରେ ରହୁଥିଲେ। ସେ ଏକ ଘରୋଇ କମ୍ପାନୀରେ ଚାକିରି କରୁଥିଲେ। ସେ ଅଭିଯୁକ୍ତ ଆରବ ହାନୋଇ ସହ ଗତ ଛଅ ମାସ ହେବ ପ୍ରେମ ସମ୍ପର୍କରେ ଥିଲେ ବୋଲି ମାୟାଙ୍କ ଭଉଣୀ ପୁଲିସକୁ ଜଣାଇଛନ୍ତି। ଉଭୟ ସୋଶାଲ ମିଡିଆରେ ମିଶିବା ପରେ ସେମାନଙ୍କ ସମ୍ପର୍କ ଆଗକୁ ବଢ଼ିଥିଲା। ତେବେ କ’ଣ ପାଇଁ ଅଭିଯୁକ୍ତ ନିଜ ପ୍ରେମିକାଙ୍କୁ ହତ୍ୟା କଲା, ସେନେଇ ଅଧିକ ତଦନ୍ତ କରୁଛି ପୁଲିସ। ପୁଲିସ କହିବା ଅନୁସାରେ ଅଭିଯୁକ୍ତ ପ୍ରେମିକ ଆରବ ହାନୋଇ କିଛିଦିନ ପୂର୍ବରୁ ବେଙ୍ଗାଲୁରୁର ଇନ୍ଦିରାନଗରସ୍ଥିତ ଏକ ଥ୍ରି-ଷ୍ଟାର ସର୍ଭିସ୍ ଆପାର୍ଟମେଣ୍ଟରେ ମାୟାଙ୍କୁ ହତ୍ୟା କରିଥିଲା। କେବଳ ଏତିକି ନୁହେଁ, ହତ୍ୟାକାରୀ ମୃତଦେହ ସହିତ ସେହି ଆପାର୍ଟମେଣ୍ଟରେ ଦୁଇ ଦିନ ବିତାଇଥିଲା। ଏହାପରେ ସେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ପ୍ରାଥମିକ ତଦନ୍ତରୁ ପୁଲିସ ଜାଣିବାକୁ ପାଇଛି ଯେ ଅଭିଯୁକ୍ତ ପ୍ରେମିକ ଏହି ହତ୍ୟାକାଣ୍ଡ ସମୟରେ ମଦ ନିଶାରେ ଥିଲା। ଏହାପରେ ସେ ଦୁଇଦିନ ଧରି ପ୍ରେମିକାଙ୍କ ମୃତଦେହ ପାଖରେ ବସି ସିଗାରେଟ ଟାଣିଥିଲା। ଏହାପରେ ସେ ସେଠାରୁ ଖସି ଯାଇ ରାଜ୍ୟ ବାହାରକୁ ଫେରାର ହୋଇଯାଇଥିଲା। ଦୁଇଟି ସ୍ପେଶାଲ ଟିମ ଗଠନ କରି ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି କର୍ଣ୍ଣାଟକ ପୁଲିସ।

  • Garvita Odia

    Related Posts

    ଶାହରୁଖ ଓ ବିକ୍ରାନ୍ତ ଶ୍ରେଷ୍ଠ ଅଭିନେତା

    ଘୋଷଣା ହୋଇଛି ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର। ବଲିଉଡ କିଙ୍ଗ ଶାହରୁଖ ଖାନ ଓ ବିକ୍ରାନ୍ତ ମେସି ଶ୍ରେଷ୍ଠ ଅଭିନେତା ଭାବେ ଜାତୀୟ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ‘ଯବାନ’ ପାଇଁ ଶାହରୁଖ ଓ ୧୨th ଫେଲ ପାଇଁ ବିକ୍ରାନ୍ତଙ୍କୁ ଏହି…

    ଭିଜିଲାନ୍ସ ଜାଲରେ ସିନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ

    ଯାଜପୁର: ଭିଜିଲାନ୍ସ ଜାଲରେ ଏବେ ଆଉ ଜଣେ ସରକାରୀ ବାବୁ । ଯାଜପୁର ଜିଲ୍ଲା ବ୍ୟାସନଗର ତହସିଲ କାର୍ୟ୍ୟାଳୟରେ କାର୍ୟ୍ୟରତ ସିନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ ବା ବରିଷ୍ଠ ରାଜସ୍ବ ସହାୟକ ହେମନ୍ତ କୁମାର ପେରେଇ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା…

    Leave a Reply

    Your email address will not be published. Required fields are marked *

    You Missed

    ରାଜ୍ୟରେ ଖୋଲିବ ମଡେଲ ମଣ୍ଡି

    ରାଜ୍ୟରେ ଖୋଲିବ ମଡେଲ ମଣ୍ଡି

    ଶାହରୁଖ ଓ ବିକ୍ରାନ୍ତ ଶ୍ରେଷ୍ଠ ଅଭିନେତା

    ଶାହରୁଖ ଓ ବିକ୍ରାନ୍ତ ଶ୍ରେଷ୍ଠ ଅଭିନେତା

    ‘ପୁଷ୍କରା’କୁ ମିଳିଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର

    ‘ପୁଷ୍କରା’କୁ ମିଳିଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର

    ୨୦ ହଜାର ମହିଳା ବିଧାନସଭା ଘେରାଉ କରିବେ-ପିସିସି ସଭାପତି

    ୨୦ ହଜାର ମହିଳା ବିଧାନସଭା ଘେରାଉ କରିବେ-ପିସିସି ସଭାପତି

    ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣା : କ୍ରାଇମ୍ ବ୍ରାଞ୍ଚ ତଦନ୍ତ ଦାବି କଲେ ବିଜୟ ପଟ୍ଟନାୟକ

    ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣା : କ୍ରାଇମ୍ ବ୍ରାଞ୍ଚ ତଦନ୍ତ  ଦାବି କଲେ ବିଜୟ ପଟ୍ଟନାୟକ

    ଭିଜିଲାନ୍ସ ଜାଲରେ ସିନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ

    ଭିଜିଲାନ୍ସ ଜାଲରେ ସିନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ