ପ୍ରେମିକାକୁ ହତ୍ୟା କରି ମୃତଦେହ ସହ ଦୁଇଦିନ ବିତାଇଲା ଅଭିଯୁକ୍ତ

ବେଙ୍ଗାଲୁରୁର ଏକ ସର୍ଭିସ୍ ଆପାର୍ଟମେଣ୍ଟ ହୋଟେଲରେ ଘଟିଥିବା ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ନିଜ ପ୍ରେମିକାକୁ ହତ୍ୟା କରିଥିବା ଅଭିଯୁକ୍ତ ପ୍ରେମିକକୁ ରାଜ୍ୟ ବାହାରୁ ଗିରଫ କରିଛି ପୁଲିସ। ସବୁଠାରୁ ବଡ଼ କଥା ହେଉଛି ପ୍ରେମିକାକୁ ହତ୍ୟା କରିବା ପରେ ମୃତଦେହ ପାଖରେ ଦୁଇ ଦିନ ବିତାଇଥିଲା ନରହନ୍ତା ପ୍ରେମିକ।

ସୂଚନା ଅନୁସାରେ ଆସାମର ଜଣେ ବ୍ଲଗର୍ ମାୟା ଗୋଗୋଇ ବେଙ୍ଗାଲୁରୁରେ ଆସି ନିଜ ଭଉଣୀ ଘରେ ରହୁଥିଲେ। ସେ ଏକ ଘରୋଇ କମ୍ପାନୀରେ ଚାକିରି କରୁଥିଲେ। ସେ ଅଭିଯୁକ୍ତ ଆରବ ହାନୋଇ ସହ ଗତ ଛଅ ମାସ ହେବ ପ୍ରେମ ସମ୍ପର୍କରେ ଥିଲେ ବୋଲି ମାୟାଙ୍କ ଭଉଣୀ ପୁଲିସକୁ ଜଣାଇଛନ୍ତି। ଉଭୟ ସୋଶାଲ ମିଡିଆରେ ମିଶିବା ପରେ ସେମାନଙ୍କ ସମ୍ପର୍କ ଆଗକୁ ବଢ଼ିଥିଲା। ତେବେ କ’ଣ ପାଇଁ ଅଭିଯୁକ୍ତ ନିଜ ପ୍ରେମିକାଙ୍କୁ ହତ୍ୟା କଲା, ସେନେଇ ଅଧିକ ତଦନ୍ତ କରୁଛି ପୁଲିସ। ପୁଲିସ କହିବା ଅନୁସାରେ ଅଭିଯୁକ୍ତ ପ୍ରେମିକ ଆରବ ହାନୋଇ କିଛିଦିନ ପୂର୍ବରୁ ବେଙ୍ଗାଲୁରୁର ଇନ୍ଦିରାନଗରସ୍ଥିତ ଏକ ଥ୍ରି-ଷ୍ଟାର ସର୍ଭିସ୍ ଆପାର୍ଟମେଣ୍ଟରେ ମାୟାଙ୍କୁ ହତ୍ୟା କରିଥିଲା। କେବଳ ଏତିକି ନୁହେଁ, ହତ୍ୟାକାରୀ ମୃତଦେହ ସହିତ ସେହି ଆପାର୍ଟମେଣ୍ଟରେ ଦୁଇ ଦିନ ବିତାଇଥିଲା। ଏହାପରେ ସେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ପ୍ରାଥମିକ ତଦନ୍ତରୁ ପୁଲିସ ଜାଣିବାକୁ ପାଇଛି ଯେ ଅଭିଯୁକ୍ତ ପ୍ରେମିକ ଏହି ହତ୍ୟାକାଣ୍ଡ ସମୟରେ ମଦ ନିଶାରେ ଥିଲା। ଏହାପରେ ସେ ଦୁଇଦିନ ଧରି ପ୍ରେମିକାଙ୍କ ମୃତଦେହ ପାଖରେ ବସି ସିଗାରେଟ ଟାଣିଥିଲା। ଏହାପରେ ସେ ସେଠାରୁ ଖସି ଯାଇ ରାଜ୍ୟ ବାହାରକୁ ଫେରାର ହୋଇଯାଇଥିଲା। ଦୁଇଟି ସ୍ପେଶାଲ ଟିମ ଗଠନ କରି ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି କର୍ଣ୍ଣାଟକ ପୁଲିସ।

  • Related Posts

    ସେକ୍ସ ରାକେଟ ଠାବ: ୨ ଯୁବତୀ ଉଦ୍ଧାର, ୩ ଅଟକ

    ରାଉରକେଲା: ରାଉରକେଲାର ରଘୁନାଥପାଲି ଥାନା ଅନ୍ତର୍ଗତ ସିଭିଲଟାଉନସିପ୍ ସ୍ଥିତ ଏକ ଘରେ ଚାଲିଥିଲା ସେକ୍ସ ରାକେଟ । ରବିବାର ସନ୍ଧ୍ୟାରେ ସେହି ଘରେ ପୁଲିସ୍ ଚଢ଼ଉ କରି ୨ ଯୁବତୀଙ୍କୁ ଉଦ୍ଧାର କରିଥିବା ବେଳେ ୩ ଜଣ ଯୁବକଙ୍କୁ ଥାନାରେ ଅଟକ…

    Continue reading
    ବନ୍ଦେ ଭାରତ ଟ୍ରେନରେ ଗଲା ଜୀବନ୍ତ ମାନବ ହୃତପିଣ୍ଡ

    ଅହମ୍ମଦାବାଦ: ପ୍ରଥମ ଥର ପାଇଁ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଯୋଗେ ଏକ ଜୀବନ୍ତ ମାନବ ହୃତପିଣ୍ଡ ସଫଳତାର ସହ ପରିବହନ କରାଯାଇଛି । ଅଙ୍ଗ ପ୍ରତିରୋପଣ ଏବଂ ଜରୁରୀକାଳୀନ ଚିକିତ୍ସା କ୍ଷେତ୍ରରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିବା ସହ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ