ବାତିଲ୍‌ ହୋଇଥିବା ଆର୍‌ଆଇ ଓ ଆଇସିଡିଏସ୍‌ ସୁପରଭାଇଜର୍‌ ନିଯୁକ୍ତି ପାଇଁ ଅକ୍ଟୋବର ୮ରୁ ପ୍ରିଲିମିନାରୀ ପରୀକ୍ଷା

ଭୁବନେଶ୍ୱର,03/09: ବାତିଲ୍‌ ହୋଇଥିବା ଆର୍‌ଆଇ, ଏଆର୍‌ଆଇ, ଅମିନ ଓ ଆଇସିଡିଏସ୍‌ ସୁପରଭାଇଜର୍‌ ନିଯୁକ୍ତି ପାଇଁ ପ୍ରିଲିମିନାରୀ ପରୀକ୍ଷା ପୁଣିଥରେ ଅକ୍ଟୋବର ୮ ତାରିଖରୁ ଆରମ୍ଭ ହେବ। କମ୍ପ୍ୟୁଟର୍‌ ବେସଡ୍‌ ନିଯୁକ୍ତି ପରୀକ୍ଷା(ସିବିଆର୍‌ଇ) ମାଧ୍ୟମରେ ଆଶାୟୀମାନେ ପରୀକ୍ଷା ଦେବେ। ନଭେମ୍ବେର ତୃତୀୟ ସପ୍ତାହ ମଧ୍ୟରେ ଏକାଧିକ ସିଫ୍ଟରେ ପରୀକ୍ଷା ହେବ। ଏଥିପାଇଁ ନର୍ମାଲାଇଜେସନ୍‌ ପ୍ରକ୍ରିୟା ଆପଣାଯିବ। ଏହାସହ ପ୍ରତି ଜିଲ୍ଲାରେ ପରୀକ୍ଷା କେନ୍ଦ୍ର କରାଯିବ। ଯେଉଁ ଜିଲ୍ଲାରେ ଉପଯୁକ୍ତ ପରୀକ୍ଷା କେନ୍ଦ୍ର ନାହିଁ, ସେହି ଜିଲ୍ଲାର ପିଲାମାନେ ଆବେଦନ ସମୟରେ ଆଗ୍ରାଧିକାର ଦେଇଥିବା ଜିଲ୍ଲାରେ ପରୀକ୍ଷା ଦେବେ। ପରବର୍ତ୍ତୀ ସମୟରେ ଆଡମିଟ୍‌ କାର୍ଡ ପ୍ରକାଶ ପାଇବ ବୋଲି ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (ଓଏସ୍‌ଏସ୍‌ଏସ୍‌ସି) ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ସୂଚନାଯୋଗ୍ୟ, ପୂର୍ବରୁ ହୋଇଥିବା ପ୍ରଲିମିନାରୀ ପରୀକ୍ଷାରେ ବ୍ୟାପକ ଅନିୟମିତତା ଅଭିଯୋଗ ହେବା ପରେ ସମସ୍ତ ପରୀକ୍ଷାର୍ଥୀଙ୍କୁ ମେନ୍‌ ପରୀକ୍ଷା ପାଇଁ ଉତ୍ତୀର୍ଣ୍ଣ କରାଯାଇଥିଲା। ମୋଟ୍‌ ପଦର ୫ ଗୁଣା ପରୀକ୍ଷାର୍ଥୀ ମେନ୍‌ ପରୀକ୍ଷାକୁ ଉତ୍ତୀର୍ଣ୍ଣ ହେବାର ନିୟମ ଥିବାରୁ ଉଚ୍ଚ ନ୍ୟାୟାଳୟରେ ମାମଲା ହୋଇଥିଲା। ଫଳରେ ସରକାର ପ୍ରିଲିମିନାରୀ ପରୀକ୍ଷାଫଳକୁ ରଦ୍ଦ କରିବା ସହ ପୁଣିଥରେ ନୂତନ ଭାବେ ପରୀକ୍ଷା କରିବାକୁ ଉଚ୍ଚ ନ୍ୟାୟାଳୟକୁ ଅବଗତ କରିଥିଲେ।

  • Related Posts

    ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର

    କୋଷାଗୁମୁଡ଼ା: ବୁଲା କୁକୁରର ଦୌରାତ୍ମ୍ୟ । ଘରେ ପଶି ଶୋଇଥିବା ଶିଶୁକୁ ଝୁଣି ଲହୁଲୁହାଣ କରିଦେଇଛି । ଶିଶୁର ମୁହଁ ସହ ଶରୀରର ବିଭିନ୍ନ ଅଂଶକୁ କାମୁଡ଼ି କ୍ଷତାକ୍ତ କରିଦେଇଛି । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା…

    Continue reading
    ବଡ଼ ଭାଇକୁ ହତ୍ୟା କଲା ସାନ

    ବ୍ରଜରାଜନଗର: ଝାରସୁଗୁଡ଼ାଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ କୁଶ୍ରାଲୋଇ ଖପରପଡ଼ା ଗାଁରେ ଭାଇ ହାତରେ ଭାଇର ହତ୍ୟା ଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣକ ଅଢାପଡା (ଖପରପଡ଼ା)ର ସୁଦର୍ଶନ ଓରାମ (୩୯) ଓ ଅଭିଯୁକ୍ତ ତାଙ୍କ ସାନ ଭାଇ କିଶୋର ଓରାମ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ