ମହାନଦୀରେ ଛୋଟ ଧରଣର ବନ୍ୟା ଆଶଙ୍କା

ଭୁବନେଶ୍ବର,07/09: ଲଘୁଚାପ ପ୍ରଭାବରେ ମହାନଦୀ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳ ଭଣ୍ଡାରକୁ ଅଧିକ ଜଳ ପଶୁଥିଲା। ୨୪ଟି ଫାଟକରେ ବନ୍ୟାଜଳ ନିଷ୍କାସିତ ହେବା ଦ୍ବାରା ମହାନଦୀ ଅବବାହିକାରେ ଛୋଟ ବନ୍ୟାର ଆଶଙ୍କା ରହିଛି। ଶନିବାର ସନ୍ଧ୍ୟାରେ ମୁଣ୍ଡଳି ଦେଇ ସାଢ଼େ ୫ଲକ୍ଷ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ତଳିଆ ଅଞ୍ଚଳରେ ଛୋଟ ବନ୍ୟା ଆସିବ ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ କହିଛନ୍ତି। ବୈତରଣୀ, ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ବ୍ରାହ୍ମଣୀ ଏବଂ ଜଳକା ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି। ଗତ ୨୪ଘଣ୍ଟା ମଧ୍ୟରେ ମହାନଦୀ ଉପର ମୁଣ୍ଡରେ ବିଶେଷ ବର୍ଷା ନାହିଁ। ଉପରମୁଣ୍ଡରୁ ହୀରାକୁଦକୁ ଜଳ ପ୍ରବାହ କମୁଛି। ରାଜ୍ୟର ଅନ୍ୟାନ୍ୟ ନଦୀ ଜଳସ୍ତର ବିପଦ ସଙ୍କେତ ତଳେ ରହିଛି। ବିପଦ ସଙ୍କେତ ତଳକୁ ଜଳକା ଖସିଥିବାରୁ ତଳିଆ ଅଞ୍ଚଳରୁ ବନ୍ୟା ପାଣି କମୁଛି। ଶନିବାର ସନ୍ଧ୍ୟାରେ ହୀରାକୁଦ ଜଳସ୍ତର ୬୨୬.୩୭ଫୁଟ ଥିଲା। ଉପରମୁଣ୍ଡରୁ ପ୍ରତି ସେକେଣ୍ଡରେ ୪ ଲକ୍ଷ ୩୬ ହଜାର ୮୦୩ କ୍ୟୁସେକ୍‌ ଜଳ ପଶୁଥିଲା। ୧୬ଟି ଫାଟକ, ପାୱାର ଚ୍ୟାନେଲ ଏବଂ କେନାଲଗୁଡ଼ିକ ଦେଇ ପ୍ରତି ସେକେଣ୍ଡରେ ୨ଲକ୍ଷ ୯୪ ହଜାର ୯୩୮କ୍ୟୁସେକ୍‌ ନିଷ୍କାସିତ ହେଉଥିଲା। ପୂର୍ବାହ୍ଣରେ ୨୪ଟି ଫାଟକରେ ବନ୍ୟାଜଳ ନିଷ୍କାସନ ହେଉଥିଲା; କିନ୍ତୁ ଦୁଇଟି ପର୍ଯ୍ୟାୟରେ ୮ଟି ଫାଟକ ବନ୍ଦ କରି ଦିଆଯାଇଛି। ସନ୍ଧ୍ୟା ୬ଟା ସୁଦ୍ଧା ମୁଣ୍ଡଳୀରେ ୪ଲକ୍ଷ ୩୬ ହଜାର ୮୦୩ କ୍ୟୁସେକ ପ୍ରବାହିତ ହେଉଥିବାବେଳେ ଖଇରମଳରେ ୫ଲକ୍ଷ ୩୪ହଜାର କ୍ୟୁସେକ୍‌ ଏବଂ ବରମୂଳରେ ୪ଲକ୍ଷ ୮୪ହଜାର ୫୦୦ କ୍ୟୁସେକ୍‌ ବନ୍ୟାଜଳ ପ୍ରବାହିତ ହେଉଥିଲା। ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି, ଆଜି ସନ୍ଧ୍ୟା ୬ଟାରେ ୫ଲକ୍ଷ ୫୦ ହଜାର କ୍ୟୁସେକ୍‌ ବନ୍ୟାଜଳ ମୁଣ୍ଡଳୀକୁ ଆସିବ। ବନ୍ୟାଜଳ ମୁଣ୍ଡଳୀରେ ଶୀର୍ଷ ଛୁଇଁବା ପରେ ତଳକୁ ଖସିବାର ସମ୍ଭାବନା ରହିଛି। ତେଣୁ ବିପଦ ଆସିବ ନାହିଁ। ତେଲ ନଦୀରେ ବି ବର୍ଷା ନାହିଁ। ରେଙ୍ଗାଲିର ଦୁଇଟି ଫାଟକ ଦେଇ ବ୍ରାହ୍ମଣୀ ଜଳ ନିଷ୍କାସନ ହେଉଛି। ରେଙ୍ଗାଲି ଜଳ ଭଣ୍ଡାରକୁ ଜଳ ପ୍ରବେଶ କମୁଥିବାରୁ ଗୋଟିଏ ଫାଟକ ବନ୍ଦ କରି ଦିଆଯାଇଛି। କୌଣସି ନଦୀରେ ବନ୍ୟାନାହିଁ। ଗତକାଲି କେବଳ ୧୦ଟି ବ୍ଲକରେ ୫୦ ମି.ମି. ବର୍ଷା ହୋଇଛି। କୌଣସି ବ୍ଲକରେ ୧୦୦ମି.ମି. ବର୍ଷା ହୋଇନି। ଆଗାମୀ ୭ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା ନାହିଁ।

  • Related Posts

    ଓଏମସି ପୁରୀ କୋଷ୍ଟାଲ ମାରାଥନ୍ର ପ୍ରଚାର ପାଇଁ ପ୍ରୋମୋ ରନ୍

    ଭୁବନେଶ୍ୱର: ଡିସେମ୍ବର ୧୩ ତାରିଖରେ ପୁରୀରେ ଅନୁଷ୍ଠିତ ହେବାକୁ ଥିବା ଭବ୍ୟ ‘ଓଏମ୍‌ସି ପୁରୀ କୋଷ୍ଟାଲ ମାରାଥନ୍ ୨୦୨୬’ ପୂର୍ବରୁ ଆଜି ଭୁବନେଶ୍ୱରରେ ଏକ ଉତ୍ସାହଜନକ ପ୍ରୋମୋ ରନ୍ ଆୟୋଜିତ ହୋଇଯାଇଛି। ଏହି ପ୍ରୋମୋ ରନକୁ ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ…

    Continue reading
    ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ କୌଣସି ନୂଆ ମଦ ଦୋକାନ ଖୋଲାଯିବ ନାହିଁ: ମୁଖ୍ୟମନ୍ତ୍ରୀ

    ଡେଡ୍‌‌ଲାଇନ୍ ୨୦୨୯ ସୁଦ୍ଧା ଦେଶକୁ ନିଶାମୁକ୍ତ କରିବା ପାଇଁ ଓଡ଼ିଶା ପ୍ରତିବଦ୍ଧ ​ନିଶାକୁ ନାଁ, ଜୀବନକୁ ହଁ—ଜୀବନ ଜିଇଁବାର ପ୍ରକୃତ ଶିକ୍ଷା ନିଅନ୍ତୁ – ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର:ସ୍ଥାନୀୟ ରେଳ ଅଡିଟୋରିଅମଠାରେ କମିଶନରେଟ୍ ପୋଲିସ, ଆଜି ଆୟୋଜନ କରିଥିବା ଜନସଚେତନତା କାର୍ଯ୍ୟକ୍ରମ ‘ଜୀବନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ