ରାୟଗଡା,07।09: ଜୀବନ ମୃତ୍ୟୁ କାହା ହାତରେ ନାହିଁ, ମୃତ୍ୟୁ କେମିତି ଆସେ ତାହା କେହି କହିପାରେନା। ରାୟଗଡା ବ୍ଲକ କୁଲି ପଞ୍ଚାୟତରେ ଏକ ଅଭାବନୀୟ ଘଟଣାକ୍ରମରେ ସାପ କାମୁଡାରେ ମହିଳା ସରପଞ୍ଚଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତ୍ୟୁବରଣ କରିଥିବା ସରପଞ୍ଚ ମାଙ୍ଗି କାଡ୍ରାକା ବୋଲି ଜଣାପଡିଛି। ମାଙ୍ଗି ରାତିରେ ଘରେ ଶୋଇଥିବା ବେଳେ ବିଷାକ୍ତ ସାପ ତାଙ୍କୁ କାମୁଡିଥିଲା । ପରେ ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଜିଲ୍ଲା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ସରପଞ୍ଚଙ୍କ ମୃତ୍ୟୁକୁ ନେଇ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
କୌଣସି ବି ଶିଶୁ ଶିକ୍ଷାରୁ ବଞ୍ଚିତ ହେବେ ନାହିଁ- ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର :ସାହିଗଳିରେ ବିଦ୍ୟା ଆରମ୍ଭ ପର୍ବକୁ ଉତ୍ସବ ଭାବେ ପାଳନ କରାଯାଉଛି। ଏହାଦ୍ୱାରା ପିଲାଙ୍କ ନାମଲେଖା ପାଇଁ ବାପା ମା’ମାନେ ଉତ୍ସାହିତ ହେଉଛନ୍ତି। ଆଜି ରାଜ୍ୟ ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମ-୨୦୨୬ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ…




