ନୂଆ କୀର୍ତ୍ତିମାନ ରଚିଲା ଭାରତୀୟ ଟିମ ବିଶ୍ୱ ତୀରନ୍ଦାଜୀ ଚାମ୍ପିୟନଶିପରେ ଭାରତକୁ ସ୍ୱର୍ଣ୍ଣ

ନୂଆଦିଲ୍ଲୀ,07।09: ଅମନ ସୈନି, ଋଷଭ ଯାଦବ ଓ ପ୍ରଥମେଶ ବାଲଚନ୍ଦ୍ର ଫୁଜେଙ୍କୁ ନେଇ ଗଠିତ ଭାରତୀୟ ତୀରନ୍ଦାଜୀ ଟିମ ହାସଲ କରିପାରିଛି ଐତିହାସିକ ସଫଳତା। ଭାରତକୁ ପ୍ରଥମଥର ପାଇଁ ମିଳିଛି ପୁରୁଷ କମ୍ପାଉଣ୍ଡ ଟିମ ବିଶ୍ୱ ତୀରନ୍ଦାଜୀ ଚାମ୍ପିୟନଶିପରେ ସ୍ୱର୍ଣ୍ଣ ପଦକ। ଫାଇନାଲରେ ଭାରତୀୟ ଟିମ ଫ୍ରାନ୍ସର ନିକୋଲ୍ସ ଗିରାର୍ଡ, ଜେନ ଫିଲିପେ ବୌଲଚ ଓ ଫ୍ରାଙ୍କୋସ ଡୁବୋଇସଙ୍କୁ ପରାସ୍ତ କରିଛି। ଫ୍ରାନ୍ସ ପୂର୍ବରୁ ୧୯୯୫ ଜାକାର୍ତ୍ତା ବିଶ୍ୱ ତୀରନ୍ଦାଜୀ ଚାମ୍ପିୟନଶିପରେ ସ୍ୱର୍ଣ୍ଣ ଜିତିଥିଲା କିନ୍ତୁ ୨୦୨୫ରେ ଭାରତୀୟ ଟିମ ଫ୍ରାନ୍ସକୁ ହରାଇ ଇତିହାସ ରଚିଛି। ଭାରତର ବିଜୟ ଯାତ୍ରା ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରୁ ଆରମ୍ଭ ହୋଇଥିଲା। ମ୍ୟାଚ୍‌ ୨୩୨ ପଏଣ୍ଟରେ ଟାଇ ରହିବାରୁ ଶୁଟ ଆଉଟ ସ୍ଥିତି ଉପୁଜି ଥିଲା। ଏହାକୁ ୩୦-୨୮ରେ ଭାରତ ଜିତି ପରବର୍ତ୍ତୀ ରାଉଣ୍ଡକୁ ଯାଇଥିଲା। ଏହାପରେ ଆମେରିକାକୁ କ୍ୱାର୍ଟର ଫାଇନାଲରେ ଓ ସେମି ଫାଇନାଲରେ ତୁର୍କୀକୁ ହରାଇ ଚମତ୍କାର ଢଙ୍ଗରେ ଫାଇନାଲରେ ପ୍ରବେଶ କରିଥିଲା ଭାରତୀୟ ଟିମ।
ଫାଇନାଲରେ ପୂର୍ବତନ ଚାମ୍ପିୟନ ଫ୍ରାନ୍ସ କଡ଼ା ଟକ୍କର ଦେଇଥିଲେ ବି ଶେଷରେ ଭାରତୀୟ ଟିମ ୨୩୫-୨୩୩ ପଏଣ୍ଟ ବ୍ୟବଧାନରେ ଫ୍ରାନ୍ସକୁ ହରାଇ ସ୍ୱର୍ଣ୍ଣ ପଦକ ନିଜ ନାଁରେ କରିଛି। ୨୩ ବର୍ଷୀୟ ଋଷଭ ଯାଦବଙ୍କ ପାଇଁ ଆଜିର ବିଜୟ ବେଶ ସ୍ମରଣୀୟ କାରଣ ସେ ରବିବାର ପୁରୁଷ ବର୍ଗର ମିକ୍ସଡ ଟିମ ଫାଇନାଲରେ ଭାରତ ରୌପ୍ୟ ପଦକ ଜିତାଇଥିଲେ।

  • Related Posts

    ଏସୀୟ କ୍ରୀଡା ; ହାରିଲା ପାକିସ୍ତାନ; ଟିମ୍ ଇଣ୍ଡିଆ ଜିତିଲା ସ୍ୱର୍ଣ୍ଣ ପଦକ

    ନୂଆଦିଲ୍ଲୀ : ଏସୀୟ କ୍ରୀଡାରେ ଇତିହାସ ରଚିଲା ଭାରତ। କ୍ରିକେଟରେ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ। ଫାଇନାଲରେ ପାକିସ୍ତାନକୁ ହରାଇ ସୁନା ଜିତିଲା ଟିମ୍ ଇଣ୍ଡିଆ। ଲଗାତାର ୨ୟ ଥର ପାଇଁ ସ୍ୱର୍ଣ୍ଣ ପଦକ ହାତେଇଲା ଭାରତ। ୧୯ ରନରେ ପାକିସ୍ତାନକୁ…

    Continue reading
    ଲଭଲିନା ରଚିଲେ ଇତିହାସ, ମେରି କମଙ୍କ ପରେ ସ୍ବର୍ଣ୍ଣ ଜିତିଥିବା ଦ୍ବିତୀୟ ଭାରତୀୟ

    ଭାରତୀୟ ବକ୍ସର ଲଭଲିନା ବୋରଗୋହେନ ୨୦୨୬ ଏସୀୟ କ୍ରୀଡ଼ାରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି । ମହିଳା ୭୫ କିଲୋଗ୍ରାମ ବର୍ଗର ଫାଇନାଲରେ ଚୀନର ବକ୍ସର ବାଓ ଜିୟିଙ୍କୁ ୫-୦ରେ ପରାସ୍ତ କରିଛନ୍ତି । ପ୍ରଥମ ଦୁଇ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ