୫ ରାଜ୍ୟରେ ଏନଆଇଏର ଚଢ଼ାଉ

ନୂଆଦିଲ୍ଲୀ : ଆତଙ୍କବାଦୀ ଷଡ଼ଯନ୍ତ୍ର ବିରୋଧରେ ବଡ଼ କାର୍ୟ୍ୟାନୁଷ୍ଠାନ। ଜାମ୍ମୁ କାଶ୍ମୀର ସମେତ ୫ ରାଜ୍ୟରେ ଏନଆଇଏର ସର୍ଚ୍ଚ ଅପରେସନ। ସୋମବାର ୫ଟି ରାଜ୍ୟର ପ୍ରାୟ ୨୨ଟି ଠିକଣାରେ ଏନଆଇଏ ରେଡ୍ କରିଛି। ଆତଙ୍କୀ ଷଡ଼ଯନ୍ତ୍ର ସହ ଜଡ଼ିତ ଏକ ମାମଲାରେ ଯାଞ୍ଚ ଚାଲିଥିବା ସୂଚନା ମିଳିଛି। ଏନଆଇଏର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ଜାମ୍ମୁ କାଶ୍ମୀରର ବାରାମୁଲା, କୁଲଗାମ, ଅନନ୍ତନାଗ ଓ ପୁଲୱାମା ଜିଲ୍ଲାରେ ସର୍ଚ୍ଚ ଅପରେସନ ଚାଲିଛି। ବାରାମୁଲାର ଗଙ୍ଗମ ଗାଁର ରଶୀଦ ଲୋନ ନାମକ ଜଣେ ବ୍ୟକ୍ତିଙ୍କ ଘରେ ଚଢାଉ କରାଯାଇଛି। ବହୁ ସ୍ଥାନରୁ ମୋବାଇଲ୍ ଫୋନ ଓ ସନ୍ଦିଗ୍ଧ କାଗଜପତ୍ର ଜବତ କରାଯାଇଛି। ଏହା ପୂର୍ବରୁ ଜୁନ ମାସରେ ଏନଆଇଏ ଜାମ୍ମୁ କାଶ୍ମୀରର ୩୨ଟି ସ୍ଥାନରେ ଚଢାଉ କରାଯାଇଥିଲା। ଅପରପକ୍ଷରେ ଆଗକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାମ୍ମୁ କାଶ୍ମୀର ଗସ୍ତରେ ଯିବେ। ତେଣୁ ପିଏମ୍‌ଙ୍କ ସୁରକ୍ଷା ଦୃଷ୍ଟିରୁ ଯାଞ୍ଚ ଚାଲିଛି ବୋଲି ଚର୍ଚ୍ଚା ହେଉଛି। ତେବେ ଏହି ବାବଦରେ ଏନଆଇ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ। ସେପଟେ ବିହାରରେ ଏନଆଇଏ ଟିମ୍‌କୁ ସଫଳତା ମିଳିଛି। ଜଣେ ଖଲିସ୍ତାନୀ ଆତଙ୍କବାଦୀ ଶରଣଜିତଙ୍କୁ ଗିରଫ କରାଯାଇଛି। ସ୍ଵର୍ଣ୍ଣ ମନ୍ଦିରରେ ଗ୍ରେନେଡ୍ ଆକ୍ରମଣ ମାମଲାରେ ଅଭିଯୁକ୍ତ ହେଉଛି ଶରଣଜିତ୍ କୁମାର।

  • Related Posts

    ଆଶାରାମ ବାପୁଙ୍କୁ ଜାମିନ ଦେବାକୁ ମନା କଲେ ସୁପ୍ରିମକୋର୍ଟ

    ନୂଆଦିଲ୍ଲୀ: ଆଶାରାମ ବାପୁଙ୍କୁ ସୁପ୍ରିମକୋର୍ଟରୁ ଏକ ବଡ଼ ଝଟକା ଲାଗିଛି। ଜଣେ ନାବାଳିକା ବଳାତ୍କାର ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମ ବାପୁଙ୍କୁ ସୁପ୍ରିମକୋର୍ଟ ବର୍ତ୍ତମାନ ପାଇଁ ଅନ୍ତରୀଣ ଜାମିନ ଦେବାକୁ ମନା କରିଦେଇଛନ୍ତି। ୮୫ ବର୍ଷୀୟ ବୃଦ୍ଧ ସ୍ବାସ୍ଥ୍ୟଗତ ସମସ୍ୟା…

    Continue reading
    ଘର ଭୁଶୁଡ଼ି ଗୋଟିଏ ପରିବାରର ୬ ମୃତ

    ପ୍ରତାପଗଡ: ଉତ୍ତର ପ୍ରଦେଶର ପ୍ରତାପଗଡ଼ ଜିଲ୍ଲାର ମହୁଲି ବଜାର ଅଞ୍ଚଳରେ ଗୁରୁବାର ଭୋର ସମୟରେ ପ୍ରବଳ ବର୍ଷା ଯୋଗୁଁ ଏକ ପୁରୁଣା କୋଠା ଭୁଶୁଡ଼ି ପଡ଼ିବାରୁ ଗୋଟିଏ ପରିବାରର ୬ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଦୁଇଜଣ କୋମଳମତି ଶିଶୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ