‘ଆମେ ମାଗିଖିଆ ନୁହଁ’

ବ୍ୟୁରୋ: ପଶ୍ଚିମବଙ୍ଗରୁ ଆଳୁ ଆସିବା ବନ୍ଦ ହେବା ପରେ ସଙ୍କଟ ସୃଷ୍ଟି ହେଲାଣି । ଦର ବୃଦ୍ଧି ପାଇବାରେ ଲାଗିଛି । ଅନ୍ୟପଟେ ଦର ବୃଦ୍ଧି କଥା ମାନିବାକୁ ନାରାଜ ମନ୍ତ୍ରୀ । ଏଥିସହ ପଶ୍ଚିମବଙ୍ଗରୁ ଆଉ ଆଳୁ ମଗାଯିବନି ଓ ଉତ୍ତରପ୍ରଦେଶରୁ ଆସିବ ବୋଲି କହିଛନ୍ତି ମନ୍ତ୍ରୀ । ପଶ୍ଚିମବଙ୍ଗ ଯଦି ଆଳୁ ଛାଡିବ ତେବେ ମନା କରାଯିବନାହିଁ ।

ପଶ୍ଚିମବଙ୍ଗ ସରକାର ଓଡିଶାକୁ ଆଳୁ ରପ୍ତାନୀ ବନ୍ଦ କରିବାର ଦୁଇଦିନ ବିତିଗଲାଣି । ଆଳୁ ଦର ବି ଦୁଇଦିନରେ ପ୍ରାୟ ୧୦ ଟଙ୍କା ବଢିଗଲାଣି । କିଲୋ ପିଛା ଦର ୪୦ ଟଙ୍କାରେ ପହଞ୍ଚିଛି । ଆଳୁ ଦର ବୃଦ୍ଧିକୁ ନେଇ ଚିନ୍ତାରେ ପଡିଲେଣି ଖାଉଟି। ହେଲେ ଆଳୁ ଦର ବୃଦ୍ଧି କଥାକୁ ମାନିବାକୁ ନାରାଜ ଯୋଗାଣ ମନ୍ତ୍ରୀ । ଆଜି ସେ ନିଜେ ୩୦ଟଙ୍କାରେ ଆଳୁ କିଣିଛନ୍ତି ବୋଲି କହିଛନ୍ତି । ଏଥିସହ ପଶ୍ଚିମବଙ୍ଗକୁ ଆଜି କଡା ଜବାବ ଦେଇଛନ୍ତି ଯୋଗାଣ ମନ୍ତ୍ରୀ ।

କୃଷ୍ଣ ପାତ୍ର କହିଛନ୍ତି, ପଶ୍ଚିମବଙ୍ଗରୁ ଆଉ ଆଳୁ ଆସିବ ନାହିଁ କି ଆମେ ମାଗିବୁ ନାହିଁ । ଉତ୍ତରପ୍ରଦେଶରୁ ଆଜି ଆଳୁ ଆସିଛି । ବଜାରରେ ପର୍ଯ୍ୟାପ୍ତ ପରିମାଣରେ ଆଳୁ ଅଛି । ଉତ୍ତରପ୍ରଦେଶରେ ୨୨ଟଙ୍କାରେ ଆଳୁ ମିଳୁଛି ଭଡା ୪ ଟଙ୍କା ପଡୁଛି । ମମତାଙ୍କ ସହ ଆଲୋଚନା କରିବାକୁ ସଚିବଙ୍କୁ କୁହାଯାଇଛି।

ଗୋଟିଏ ପଟେ ଗୋଦାମରୁ ଧିରେ ଧିରେ ଆଳୁ ସରି ଆସିଲାଣି । ସେପଟେ ଭୁବନେଶ୍ୱର ଆଇଗିଣିଆ, କଟକ ଛତ୍ରବଜାର ଆଳୁଗଦିକୁ ପର୍ଯ୍ୟାପ୍ତ ପରିମାଣର ଆଳୁ ଆସୁନାହିଁ । ଏହାଛଡା ପଶ୍ଚିମବଙ୍ଗ ଅପେକ୍ଷା ୟୁପିରୁ ଆସୁଥିବା ଆଳୁରେ ପାଇକାରୀ ଦର ଅଧିକ ଥିବାରୁ ବ୍ୟବସାୟୀ ଓ ଖାଉଟିଙ୍କୁ ଚିନ୍ତାରେ ପକାଇଛି।

  • Related Posts

    ଡିନାମାଇଟ ବିସ୍ଫୋରଣରେ ମତ୍ସ୍ୟଜୀବୀ ଗୁରୁତର

    ଦେବଗଡ଼:ବାରକୋଟ ବ୍ଲକର ବିଜୟନଗର ଗ୍ରାମର ଗୋପାଳପାଲି ନାଳରେ ଆଜି ଡିନାମାଇଟ ସାହାର୍ଯ୍ୟରେ ମାଛ ମାରୁଥିବା ବେଳେ ଜଣେ ମତ୍ସ୍ୟଜୀବୀ ଗୁରୁତ ଆହତ ହୋଇଥିବା ଜଣାପଡିଛି। ଆହତ ମତ୍ସ୍ୟଜୀବି ହେଲେ ବିଜୟନଗର ଗ୍ରାମର ସଞ୍ଜୟ ବିରୁଆ(୩୨)। ସୂଚନା ଅନୁଯାୟୀ, ସଞ୍ଜୟ ଆଜି ମାଛ…

    Continue reading
    ପିପିଲିରେ ବିଶ୍ୱପ୍ରସିଦ୍ଧ ଚାନ୍ଦୁଆ ହସ୍ତଶିଳ୍ପ ହବ୍‌ର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

    ୮୦ କୋଟି ଟଙ୍କା ବିନିଯୋଗରେ ନିର୍ମାଣ ହେବ ୫ ମହଲା ବିଶିଷ୍ଟ ଅତ୍ୟାଧୁନିକ ଚାନ୍ଦୁଆ ବଜାର ଉପକୃତ ହେବେ ୬ ହଜାର ସ୍ଥାନୀୟ ଚାନ୍ଦୁଆ କାରିଗର ସମୃଦ୍ଧ ଓଡିଶା ଗଠନରେ ହେବ ଆଉ ଏକ ମାଇଲଖୁଣ୍ଟ ପ୍ରଧାନମନ୍ତ୍ରୀଙ୍କ ‘ଭୋକାଲ ଫର ଲୋକାଲ’…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ