‘ଆମେ ମାଗିଖିଆ ନୁହଁ’

ବ୍ୟୁରୋ: ପଶ୍ଚିମବଙ୍ଗରୁ ଆଳୁ ଆସିବା ବନ୍ଦ ହେବା ପରେ ସଙ୍କଟ ସୃଷ୍ଟି ହେଲାଣି । ଦର ବୃଦ୍ଧି ପାଇବାରେ ଲାଗିଛି । ଅନ୍ୟପଟେ ଦର ବୃଦ୍ଧି କଥା ମାନିବାକୁ ନାରାଜ ମନ୍ତ୍ରୀ । ଏଥିସହ ପଶ୍ଚିମବଙ୍ଗରୁ ଆଉ ଆଳୁ ମଗାଯିବନି ଓ ଉତ୍ତରପ୍ରଦେଶରୁ ଆସିବ ବୋଲି କହିଛନ୍ତି ମନ୍ତ୍ରୀ । ପଶ୍ଚିମବଙ୍ଗ ଯଦି ଆଳୁ ଛାଡିବ ତେବେ ମନା କରାଯିବନାହିଁ ।

ପଶ୍ଚିମବଙ୍ଗ ସରକାର ଓଡିଶାକୁ ଆଳୁ ରପ୍ତାନୀ ବନ୍ଦ କରିବାର ଦୁଇଦିନ ବିତିଗଲାଣି । ଆଳୁ ଦର ବି ଦୁଇଦିନରେ ପ୍ରାୟ ୧୦ ଟଙ୍କା ବଢିଗଲାଣି । କିଲୋ ପିଛା ଦର ୪୦ ଟଙ୍କାରେ ପହଞ୍ଚିଛି । ଆଳୁ ଦର ବୃଦ୍ଧିକୁ ନେଇ ଚିନ୍ତାରେ ପଡିଲେଣି ଖାଉଟି। ହେଲେ ଆଳୁ ଦର ବୃଦ୍ଧି କଥାକୁ ମାନିବାକୁ ନାରାଜ ଯୋଗାଣ ମନ୍ତ୍ରୀ । ଆଜି ସେ ନିଜେ ୩୦ଟଙ୍କାରେ ଆଳୁ କିଣିଛନ୍ତି ବୋଲି କହିଛନ୍ତି । ଏଥିସହ ପଶ୍ଚିମବଙ୍ଗକୁ ଆଜି କଡା ଜବାବ ଦେଇଛନ୍ତି ଯୋଗାଣ ମନ୍ତ୍ରୀ ।

କୃଷ୍ଣ ପାତ୍ର କହିଛନ୍ତି, ପଶ୍ଚିମବଙ୍ଗରୁ ଆଉ ଆଳୁ ଆସିବ ନାହିଁ କି ଆମେ ମାଗିବୁ ନାହିଁ । ଉତ୍ତରପ୍ରଦେଶରୁ ଆଜି ଆଳୁ ଆସିଛି । ବଜାରରେ ପର୍ଯ୍ୟାପ୍ତ ପରିମାଣରେ ଆଳୁ ଅଛି । ଉତ୍ତରପ୍ରଦେଶରେ ୨୨ଟଙ୍କାରେ ଆଳୁ ମିଳୁଛି ଭଡା ୪ ଟଙ୍କା ପଡୁଛି । ମମତାଙ୍କ ସହ ଆଲୋଚନା କରିବାକୁ ସଚିବଙ୍କୁ କୁହାଯାଇଛି।

ଗୋଟିଏ ପଟେ ଗୋଦାମରୁ ଧିରେ ଧିରେ ଆଳୁ ସରି ଆସିଲାଣି । ସେପଟେ ଭୁବନେଶ୍ୱର ଆଇଗିଣିଆ, କଟକ ଛତ୍ରବଜାର ଆଳୁଗଦିକୁ ପର୍ଯ୍ୟାପ୍ତ ପରିମାଣର ଆଳୁ ଆସୁନାହିଁ । ଏହାଛଡା ପଶ୍ଚିମବଙ୍ଗ ଅପେକ୍ଷା ୟୁପିରୁ ଆସୁଥିବା ଆଳୁରେ ପାଇକାରୀ ଦର ଅଧିକ ଥିବାରୁ ବ୍ୟବସାୟୀ ଓ ଖାଉଟିଙ୍କୁ ଚିନ୍ତାରେ ପକାଇଛି।

  • Related Posts

    ରେଙ୍ଗାଲି ଜଳ ଭଣ୍ଡାରରୁ ଛଡାଗଲା ବର୍ଷା ଜଳ

    ଅନୁଗୋଳ: ରେଙ୍ଗାଲି ଜଳ ଭଣ୍ଡାରରୁ ଛଡାଗଲା ବର୍ଷା ଜଳ । ଦ୍ବିତୀୟ ଥର ପାଇଁ ଖୋଲିଲା ଗେଟ୍ । ଆଗାମୀ ଲଘୁଚାପ ବର୍ଷାକୁ ଦୃଷ୍ଟିରେ ରଖି ଗେଟ୍ ଖୋଲିଛନ୍ତି କର୍ତ୍ତୃପକ୍ଷ । ବ୍ରାହ୍ମଣୀ ତଳେ ବସବାସ କରୁଥିବା ଲୋକଙ୍କୁ ପ୍ରଶାସନ ପକ୍ଷରୁ…

    ଅଙ୍ଗନଓ୍ବାଡ଼ି ଛାତ ଉପରୁ ନାବାଳକ ମୃତଦେହ ଉଦ୍ଧାର

    କେନ୍ଦୁଝର: କେନ୍ଦୁଝର ଜିଲା ଯୋଡ଼ା ଥାନା ଅନ୍ତର୍ଗତ ବିଲେଇପଦା ଗ୍ରାମରେ ଅଙ୍ଗନଓ୍ବାଡ଼ି କେନ୍ଦ୍ର ଛାତ ଉପରୁ ମିଳିଲା ନାବାଳକର ମୃତଦେହ। ଗାଁରେ ଥିବା ପୁରୁଣା ଅଙ୍ଗନଓ୍ବାଡ଼ି କେନ୍ଦ୍ର ଛାତ ଉପରୁ ରବିବାର ଜଣେ ୭ ବର୍ଷୀୟ ନାବାଳକର ମୃତଦେହ ଉଦ୍ଧାର କରିଛି…

    Leave a Reply

    Your email address will not be published. Required fields are marked *

    You Missed

    ବିଷ ପିଇ ଦେଲେ ସ୍ବାମୀ-ସ୍ତ୍ରୀ

    ବିଷ ପିଇ ଦେଲେ ସ୍ବାମୀ-ସ୍ତ୍ରୀ

    ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ; ଥର୍ କାର ଜବତ

    ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ;  ଥର୍ କାର ଜବତ

    ରେଙ୍ଗାଲି ଜଳ ଭଣ୍ଡାରରୁ ଛଡାଗଲା ବର୍ଷା ଜଳ

    ରେଙ୍ଗାଲି ଜଳ ଭଣ୍ଡାରରୁ ଛଡାଗଲା ବର୍ଷା ଜଳ

    ଅଙ୍ଗନଓ୍ବାଡ଼ି ଛାତ ଉପରୁ ନାବାଳକ ମୃତଦେହ ଉଦ୍ଧାର

    ଅଙ୍ଗନଓ୍ବାଡ଼ି ଛାତ ଉପରୁ ନାବାଳକ ମୃତଦେହ ଉଦ୍ଧାର

    ୩ ବନ୍ଦେ ଭାରତ ଏକ୍ସପ୍ରେସ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

    ୩ ବନ୍ଦେ ଭାରତ ଏକ୍ସପ୍ରେସ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

    କୁକୁର କାମୁଡ଼ାରେ ଦୁଇ ମୃତ

    କୁକୁର କାମୁଡ଼ାରେ ଦୁଇ ମୃତ