ରଙ୍ଗ ବଦଳାଇବାରେ ଓସ୍ତାଦ ହେଉଛି ବିଜେଡି : ସୁରେଶ ପୁଜାରୀ

ଭୁବନେଶ୍ୱର: ଆମର ରଙ୍ଗ କେବେହେଲେ ବଦଳି ନାହିଁ । କିନ୍ତୁ ରଙ୍ଗ ବଦଳାଇବାରେ ଓସ୍ତାଦ ହେଉଛି ବିଜେଡି । ରଙ୍ଗ ବଦଳାଇ ବିଜେଡି ୧୯୯୮ରେ ଆମ ସହ ମେଂଟ କରିଥିଲା । ନିଜ ଆବଶ୍ୟକତା ପୁର୍ତି ହୋଇଯିବା ପରେ ଏବଂ ନିଜ ସ୍ୱାର୍ଥ ଦୃଷ୍ଟିକୋଣରୁ ବିଜେଡି ୨୦୦୯ରେ ପୁଣି ଥରେ ବିଜେପି ସହ ସଂପର୍କ ଛିନ୍ନ କରିଥିଲା ଏବଂ କଂଗ୍ରେସ ସହ ସାଲିସ କରି ସଂପର୍କ ସ୍ଥାପନା କରିଥିଲା । ବର୍ତମାନ ବି କଂଗ୍ରେସ ସହ ନିବିଡ ସଂପର୍କ ରହିଛି । ବିଧାନସଭା ଭିତରେ ଓ ବାହାରେ ସାଲିସ ଜାରୀ ରଖିଛି ଏବଂ ଦୁଇ ଦଳର ଭାଷା ମଧ୍ୟ ସମାନ ରହିଛି ବୋଲି ବରିଷ୍ଠ ନେତା ତଥା ମାନ୍ୟବର ମନ୍ତ୍ରୀ ଶ୍ରୀ ସୁରେଶ ପୁଜାରୀ କହିଛନ୍ତି ।

ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଶ୍ରୀ ପୁଜାରୀ କହିଛନ୍ତି ଯେ, ଚାପରେ ପଡି ବରିଷ୍ଠ ବିଧାୟକ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ ନିଜ ଇଚ୍ଛା ବିରୁଦ୍ଧରେ ଅନେକ କଥା କହିଥାନ୍ତି । ଆଜି ମଧ୍ୟ ଶ୍ରୀ ଆଚାର୍ଯ୍ୟ ମୁହଁରୁ ମିଛ କୁହାଇବାର ପ୍ରୟାସ କରିଛି ବିଜେଡି । ୨୦୧୬ ପୂର୍ବରୁ ଖଣିଜ ସଂପଦର ସମସ୍ତ ଲାଭ କେନ୍ଦ୍ର ନେଉଥିଲା । ଖଣିବହୁଳ ରାଜ୍ୟମାନଙ୍କ ସ୍ୱାର୍ଥ ଦୃଷ୍ଟିରୁ ମୋଦି ସରକାର ୨୦୧୬ ରେ ଏମଏମଡିଆର ଆଇନରେ ସଂଶୋଧନ ଆଣି ପ୍ରଧାନମନ୍ତ୍ରୀ ଖଣିଜ ପଦାର୍ଥ କ୍ଷେତ୍ର କଲ୍ୟାଣ ଯୋଜନା (ପିଏମକେକେକେଓ୍‌ôାଇ) ପ୍ରଚଳନ କଲେ । ଏହା ଦ୍ୱାରା ଖଣି ସଂପତି ଲାଭାଂଶର ସର୍ବନିମ୍ନ ୨ ପ୍ରତିଶତ ସ୍ଥାନୀୟ ଅଂଚଳର ବିକାଶ ପାଇଁ ପାଂଠି ଗଠନ ହେଲା । ପରବର୍ତୀ ସମୟରେ କଂପାନୀ ଆଇନରେ ସଂଶୋଧନ ଆଣି ସିଏସଆର ପାଂଠି ଜରିଆରେ ଓଡିଶାକୁ ପର୍ଯ୍ୟାପ୍ତ ପରିମାଣ ଟଙ୍କା କେନ୍ଦ୍ରରୁ ଆସିଛି । ଓଡିଶା ସର୍ବାଧିକ ଲାଭାନ୍ୱିତ ହେଲା । ଏହି ଆଇନ ବଳରେ ବିଜେଡି ସରକାରରେ ମଧ୍ୟ ପର୍ଯ୍ୟାପ୍ତ ଟଙ୍କା ଆସିଛି । ବିଜେଡି ଲାଭାନ୍ୱିତ ହେଲା, କିନ୍ତୁ ଓଡିଶାବାସୀ ଲାଭାନ୍ୱିତ ହେଲେ ନାହିଁ । ଲୋକଙ୍କ ସ୍ୱାର୍ଥରେ ଖର୍ଚ୍ଚ ନକରି ମୁଳତଃ ଠିକାଦାରମାନଙ୍କୁ ପୋଷିବା ପାଇଁ ଖର୍ଚ୍ଚ କରିଛନ୍ତି ବୋଲି ଶ୍ରୀ ପୁଜାରୀ ଅଭିଯୋଗ କରିଛନ୍ତି ।

ବିଜେଡି ଶାସନରେ ଓଡିଶାର ଏସଏଚଜି ମହିଳାମାନଙ୍କୁ ସୁଧଯୁକ୍ତ ଋଣ ଦିଆଯାଉଥିଲା । ମୋହନ ମାଝୀ ନେତୃତ୍ୱ ବିଜେପି ସରକାରରେ ସୁଭଦ୍ରା ଯୋଜନାରେ ସିଧାସଳଖ ବାର୍ଷିକ ୧୦ ହଜାର ଟଙ୍କା ୨୧ ବର୍ଷରୁ ୬୦ ବର୍ଷ ପର୍ଯ୍ୟନ୍ତ ମହିଳାଙ୍କୁ ପ୍ରଦାନ କରାଗଲା । ସେହିପରି ସୋହେଲା ଠାରେ ଧାନ କ୍ୱିଂଟାଲ ପିଛ ୧୦୦ ଟଙ୍କାର ବୋନସ ଘୋଷଣା କେବଳ ପ୍ରତିଶୃତିରେ ରହିଗଲା । ନବୀନ ବାବୁଙ୍କ କାର୍ଯ୍ୟକାଳ ସରିଗଲା, କିନ୍ତୁ ଓଡିଶାର ଚାଷୀକୁଳକୁ ଟଙ୍କାଟାଏ ମିଳିଲା ନାହିଁ । ମୋହନ ମାଝୀ ନେତୃତ୍ୱ ବିଜେପି ସରକାର ଏମଏସପି ଉପରେ ୮୦୦ ଟଙ୍କା ଇନପୁଟ ସବସିଡି (ସ୍ୱତନ୍ତ୍ର ସହାୟତା ରାଶି) ଦେଲେ । ଆଖି କାନ ବନ୍ଦ କରିଦେଲେ କିଛି ଦିଶିବ ନାହିଁ କି କିଛି ଶୁଭିବ ନାହିଁ । ଶାସନରୁ ବିଦା ହେବା ପରେ ବିଜେଡି ନିଜ ଆଖି ଓ କାନ ବନ୍ଦ କରିଦେଇଛି । ତେଣୁ ବିକାଶ ଦେଖାଯାଉନାହିଁ ବୋଲି ଶ୍ରୀ ପୁଜାରୀ କହିଛନ୍ତି ।

ଓଡିଶାର ଜନସଂଖ୍ୟା ହେଉଛି ଦେଶ ଜନସଂଖ୍ୟାର ୪ ପ୍ରତିଶତ । ତେଣୁ ଅତୀତରେ ସମୁଦାୟ କେନ୍ଦ୍ର ବଜେଟର ୪ ପ୍ରତିଶତ ଅର୍ଥ ଦାବୀ କରାଯାଉଥିଲା । ୨୦୧୪ ରୁ ୨୦୨୪ ପର୍ଯ୍ୟନ୍ତ ବିଜେଡି ସରକାରର ଦାବୀଠାରୁ ଅଧିକ ଅର୍ଥ କେନ୍ଦ୍ରରୁ ମୋଦି ସରକାର ଦେଇଛନ୍ତି । କିନ୍ତୁ ନିଜ ପୈତୃକ ସଂପତି ଭଳି ଖର୍ଚ୍ଚ କରିଥିଲା ବିଜେଡି ସରକାର । ଓଡିଶାବାସିଙ୍କ ସ୍ୱାର୍ଥକୁ ଜଳାଞ୍ଜଳୀ ଦେଇ ତତ୍କାଳୀନ ବିଜେଡି ସରକାର ଦଳୀୟ ଓ ବ୍ୟକ୍ତିଗତ ସ୍ୱାର୍ଥକୁ ପ୍ରାଧାନ୍ୟ ଦେଇଥିଲେ ବୋଲି ଶ୍ରୀ ପୁଜାରୀ କହିଛନ୍ତି । ଗଣତନ୍ତ୍ରର ପରିଭାଷା ଶିଖିବା ନବୀନ ବାବୁଙ୍କଠାରୁ ଶତୃର ମଧ୍ୟ ସେ ଦୁର୍ଭାଗ୍ୟ ନମିଳୁ । ଗଣତନ୍ତ୍ରକୁ ରକ୍ତାକ୍ତ କରିଥିବା ବିଜେଡି ମୁହଁରେ ଗଣତନ୍ତ୍ରର ପରିଭାଷା ଶୋଭା ପାଉନାହିଁ । ବିଜେଡିର କଥା ଓ କାର୍ଯ୍ୟ ଭିତରେ ସବୁବେଳେ ଅସାମଞ୍ଜ୍ୟସ ରହିଆସିଛି । ସୁସ୍ଥ ଗଣତନ୍ତ୍ରର ପରିଭାଷା ପ୍ରଥମେ ନିଜେ ଶିଖି ବିଜେଡି ପାଳନ କରିବା ଆବଶ୍ୟକ ରହିଛି ବୋଲି ଶ୍ରୀ ପୁଜାରୀ କହିଛନ୍ତି । ଏହି ଅବସରରେ ରାଜ୍ୟ ମୁଖପାତ୍ର ଶ୍ରୀ ଦିଲୀପ ମଲ୍ଲିକ ଉପସ୍ଥିତ ଥିଲେ ।

  • Related Posts

    ବିଜେପି ନେତାଙ୍କୁ ହତ୍ୟା; ୨ ଅଟକ

    କଳାହାଣ୍ଡି: କଳାହାଣ୍ଡି ମଦନପୁର ରାମପୁର ଥାନା ଅଞ୍ଚଳରେ ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ୨ ଜଣ ଅଟକ । ଏ ନେଇ ସୂଚନା ଦେଇଛନ୍ତି କଳାହାଣ୍ଡି ଏସପି । ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି…

    Continue reading
    ଆଜି ଦିଲ୍ଲୀ-ଗୁରୁଗାଓଁରେ ଇନଭେଷ୍ଟର୍ସ ମିଟ୍

    ଭୁବନେଶ୍ୱର:ଓଡ଼ିଶାରେ ଶିଳ୍ପ ନିବେଶ ବୃଦ୍ଧି ଲକ୍ଷ୍ୟରେ ଆଜି ଦିଲ୍ଲୀ ଓ ଗୁରୁଗାଓଁରେ ଆୟୋଜିତ ହେବ ଇନଭେଷ୍ଟର୍ସ ମିଟ୍ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ଟିମ୍ ଓଡ଼ିଶା ବିଭିନ୍ନ ଶିଳ୍ପପତି ଓ ନିବେଶକାରୀଙ୍କ ସହ ଆଲୋଚନା କରିବ । ଏହି ମିଟ୍‌ରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ