ଭୋଟଦାନରୁ ବିରତ ରହିବା ଅର୍ଥ ବିଜେପିକୁ ସମର୍ଥନ କରିବା: କଂଗ୍ରେସ

ଆସନ୍ତାକାଲି ଉପରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଆଜି ରାଜ୍ୟସଭାରେ ବିଜେଡିର ନେତା ସସ୍ମିତ ପାତ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ “ଦଳର ବରିଷ୍ଠ ନେତା, ରାଜନୀତିକ ବ୍ୟାପାର କମିଟି ଓ ସାଂସଦମାନଙ୍କ ସହ ଦଳର ସଭାପତି ନବୀନ ପଟ୍ଟନାୟକ ବିଚାରବିମର୍ଶ କରିବା ପରେ ଉପରାଷ୍ଟ୍ରପତି ନିର୍ବାଚନରେ ଅନୁପସ୍ଥିତ ରହିବା ପାଇଁ ବିଜେଡି ନିଷ୍ପତ୍ତି ନେଇଛନ୍ତି । ଏନଡିଏ ଓ ଇଣ୍ଡିମେଂଟଠାରୁ ବିଜେଡି ସମଦୂରତ୍ୱ ବଜାୟ ରଖିବ । ଓଡ଼ିଶା ଓ ଓଡ଼ିଶାର ସାଢ଼େ ୪କୋଟି ଲୋକଙ୍କ ବିକାଶ ପାଇଁ ବିଜେଡି କାର୍ୟ୍ୟରତ ରହିଛି ବୋଲି ଶ୍ରୀ ପାତ୍ର କହିଛନ୍ତି ।

ପିସିସି ସଭାପତି ଭକ୍ତଚରଣ ଦାସ କହିଛନ୍ତି ଯେ “ ଭୋଟଦାନରୁ ବିରତ ରହିବା ଅର୍ଥ ବିଜେପିକୁ ସମର୍ଥନ କରିବା । ବିଜେଡି ପ୍ରକୃତରେ ବିଜେପିକୁ ବିରୋଧ କରୁଛନ୍ତି ବୋଲି ପ୍ରମାଣିତ କରିବାର ଏକ ସୁଯୋଗ ଏବେ ଥିଲା ।” ସେହିପରି ଭକ୍ତଙ୍କ ସହ ସ୍ୱର ମିଳାଇ କଂଗ୍ରେସ ସାଂସଦ ସପ୍ତଗିରି ଉଲାକା କହିଛନ୍ତି ଯେ “ଇଡି, ସିବିଆଇ-ଆଇଟି ଭୟରେ ପରୋକ୍ଷରେ ସମର୍ଥନ କରୁଛନ୍ତି । ସମଦୂରତ୍ୱର କଥା କହୁଛନ୍ତି କିନ୍ତୁ ବିଚାରଧାରାକୁ ଦେଖିଲେ ଏନଡିଏ ପ୍ରାର୍ଥୀଠାରୁ ଇଣ୍ଡିମେଂଟ ପ୍ରାର୍ଥୀ ଭଲ । ଏନଡିଏ ପ୍ରାର୍ଥୀ ଆରଏସଏସ୍ ଚିନ୍ତାଧାରାର ଓ ଇଣ୍ଡିମେଂଟ ପ୍ରାର୍ଥୀ ସାମାଜିକ ଚିନ୍ତାଧାରାର ପ୍ରାର୍ଥୀ । ସମୟ ଅଛି । ଆଶା କରୁଛୁ ନବୀନବାବୁ ନିଷ୍ପତ୍ତି ବଦଳାଇବେ ।”

ବିଜେଡିର ଏହି ଘୋଷଣାକୁ ବିଜେପି ସ୍ୱାଗତ କରିଛି । ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି ଯେ, “ଭୋଟଦାନରୁ ବିରତ ରହିବାକୁ ନିଷ୍ପତ୍ତି ନେଇ ନବୀନବାବୁ ପରୋକ୍ଷରେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଦେଇଛନ୍ତି ।” ସେହିପରି ବିଜେପି ସାଂସଦ ପ୍ରଦୀପ ପୁରୋହିତ କହିଛନ୍ତି ଯେ, “ ବିଜେଡିର ନିଷ୍ପତ୍ତିକୁ ଏନଡିଏ ପ୍ରାର୍ଥୀଙ୍କ ପାଇଁ ସୁବିଧାଦାୟକ ହୋଇଛି,ସେମାନେ ଆମର ପ୍ରାର୍ଥୀଙ୍କୁ ବିରୋଧ କରିନାହାନ୍ତି ।”

ବିଜେଡିର ଏହି ଘୋଷଣାକୁ ବିଜେପି ସ୍ୱାଗତ କରିଛି । ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି ଯେ, “ଭୋଟଦାନରୁ ବିରତ ରହିବାକୁ ନିଷ୍ପତ୍ତି ନେଇ ନବୀନବାବୁ ପରୋକ୍ଷରେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଦେଇଛନ୍ତି ।” ସେହିପରି ବିଜେପି ସାଂସଦ ପ୍ରଦୀପ ପୁରୋହିତ କହିଛନ୍ତି ଯେ, “ ବିଜେଡିର ନିଷ୍ପତ୍ତିକୁ ଏନଡିଏ ପ୍ରାର୍ଥୀଙ୍କ ପାଇଁ ସୁବିଧାଦାୟକ ହୋଇଛି,ସେମାନେ ଆମର ପ୍ରାର୍ଥୀଙ୍କୁ ବିରୋଧ କରିନାହାନ୍ତି ।”

  • Related Posts

    ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାରରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଶ୍ଚିମବଙ୍ଗରେ ବିଜେପି ପାଇଁ ନିର୍ବାଚନ ପ୍ରଚାରରେ ସାମିଲ ହୋଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ଦିନିକିଆ ପଶ୍ଚିମବଙ୍ଗ ଗସ୍ତରେ ଯାଇ ବୀରଭୂମ ଜିଲ୍ଲାର ଚାରି ଜଣ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ଦାଖଲରେ ସାମିଲ ହୋଇଥିଲେ। ଏହି ଅବସରରେ ବୀରଭୂମ…

    Continue reading
    ପଶ୍ଚିମବଙ୍ଗରେ ପ୍ରଚାର ମଇଦାନରେ ମୋହନ ମାଝୀ

    ଭୁବନେଶ୍ୱର: ପଶ୍ଚିମବଙ୍ଗ ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଶ୍ଚିମବଙ୍ଗରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ନିର୍ବାଚନ ରାଲି ଓ ପ୍ରଚାର ସଭାକୁ ସମ୍ୱୋଧିତ କରି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ପୂର୍ବରୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ