ନୂଆଦିଲ୍ଲୀ,08।09:୮ ବର୍ଷ ପରେ ଏସିଆ କପ୍ ହାତେଇଲା ଭାରତ। ରାଜଗିରରେ ଅନୁଷ୍ଠିତ ପୁରୁଷ ଏସିଆ କପ୍ ହକିରେ ଦକ୍ଷିଣ କୋରିଆକୁ ୪-୧ ଗୋଲରେ ହରାଇ ଏହି ସଫଳତା ହାସଲ କରିଛି ଭାରତ । ଏଥିସହ ୨୦୨୬ରେ ହେବାକୁ ଥିବା ଏଫଆଇଏଚ୍ ବିଶ୍ବକପ୍ ପାଇଁ ଯୋଗ୍ୟତା ଅର୍ଜନ କରିଛି । ବିହାରରେ ପ୍ରଥମଥର ଖେଳାଯାଉଥିବା ଏହି ଟୁର୍ଣ୍ଣାମେଣ୍ଟରେ ଭାରତକୁ ଆରମ୍ଭରୁ ଟାଇଟଲ୍ ଦାବିଦାର କୁହାଯାଉଥିଲା । ଆଉ ପୂରା ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ରହି ଭାରତ ଚାମ୍ପିୟନ୍ ହୋଇଛି । ଟିମ୍ ଇଣ୍ଡିଆ ପାଇଁ ସୁଖଜିତ ସିଂହ, ଅମିତ ରୋହିଦାସ ଗୋଟିଏ ଲେଖାଏଁ ଗୋଲ ଏବଂ ଦିଲପ୍ରୀତ ସିଂହ ଦୁଇଟି ଗୋଲ ଦେଇଥିଲେ । ଏହା ସହିତ, ଭାରତ ୨୦୧୩ ଫାଇନାଲର ପରାଜୟର ପ୍ରତିଶୋଧ ନେଇଛି, ଯେତେବେଳେ ଦକ୍ଷିଣ କୋରିଆ ଭାରତକୁ ୪-୩ ଗୋଲରେ ପରାସ୍ତ କରି ଟ୍ରଫି ଜିତିଛି । ପଞ୍ଜାବର ଦିଲପ୍ରୀତ ସିଂହଙ୍କ ୨ଟି ଗୋଲ ଦେଇ ଦେଶକୁ ବିଜୟର ସ୍ବାଦ ଚଖାଇଛନ୍ତି ସେହିଭଳି ଓଡିଆ ଯୁବ ଫରୱାର୍ଡ ଶିଳାନନ୍ଦ ଲାକ୍ରା ଏବଂ ଅଭିଜ୍ଞ ଅଲିମ୍ପିଆନ୍ ଅମିତ ରୋହିଦାସ ଏହି ଦଳର ଅଂଶବିଶେଷ ଥିଲେ। ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କି ବି ଫାଇନାଲ୍ର ଅତିଥି ଥିଲେ। ଶିଳାନନ୍ଦ ପ୍ରଥମ ଥର ଏବଂ ଅମିତ ତୃତୀୟ ଥର ଏସିଆ କପ୍ ପଦକ ଜିତିଥିଲେ। ଅମିତ ପୂର୍ବରୁ ୨୦୧୩ରେ ରୌପ୍ୟ ଏବଂ ୨୦୧୭ରେ ସ୍ବର୍ଣ୍ଣ ପଦକ ଜିତିଥିଲେ।
ଏସୀୟ କ୍ରୀଡା ; ହାରିଲା ପାକିସ୍ତାନ; ଟିମ୍ ଇଣ୍ଡିଆ ଜିତିଲା ସ୍ୱର୍ଣ୍ଣ ପଦକ
ନୂଆଦିଲ୍ଲୀ : ଏସୀୟ କ୍ରୀଡାରେ ଇତିହାସ ରଚିଲା ଭାରତ। କ୍ରିକେଟରେ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ। ଫାଇନାଲରେ ପାକିସ୍ତାନକୁ ହରାଇ ସୁନା ଜିତିଲା ଟିମ୍ ଇଣ୍ଡିଆ। ଲଗାତାର ୨ୟ ଥର ପାଇଁ ସ୍ୱର୍ଣ୍ଣ ପଦକ ହାତେଇଲା ଭାରତ। ୧୯ ରନରେ ପାକିସ୍ତାନକୁ…








