ସୁକିନ୍ଦା ଓ ଟମକା ବନାଞ୍ଚଳରେ ୧୧ ଦିନ ଧରି ବେଧଡ଼କ ବୁଲୁଛନ୍ତି ୨ ଦନ୍ତା

ସୁକିନ୍ଦା।ଟମକା,08।09: କଟକ ବନଖଣ୍ଡ ସୁକିନ୍ଦା ଓ ଟମକା ବନାଞ୍ଚଳରେ ୧୧ ଦିନ ଧରି ୨ ଗୋଠଛଡ଼ା ଦନ୍ତା ବିଭିନ୍ନ ଗାଁଗଣ୍ଡାରେ ବେଧଡ଼କ ବୁଲୁଛନ୍ତି। ଗତକାଲି ରାତିରେ ଦନ୍ତା ଦ୍ବୟ ଟମକା ବନାଞ୍ଚଳରୁ କେନ୍ଦୁଝରଜିଲ୍ଲା ଆନନ୍ଦପୁର ବନ୍ୟପ୍ରାଣୀ ବନଖଣ୍ଡର ବ୍ରାହ୍ମଣୀପାଳ ବନାଞ୍ଚଳ ହୋଇ ଦେଓଗାଁ ବନାଞ୍ଚଳରେ ପଶିଥିଲେ। ୮ ଘଣ୍ଟା ପରେ ପୁଣି ଦନ୍ତାଦ୍ବୟ କଟକ ବନଖଣ୍ଡ ଫେରି ସୋମବାର ରାତି କୁମ୍ଭନାଗରା ଗାଁରେ ରହିଛନ୍ତି। ସୋମବାର ସକାଳ ୨ ଦନ୍ତା ଦେଓଗାଁ ବନାଞ୍ଚଳ ଦରଡ଼ିପାଳ ଓ ରେକୁଟିଆ ଗାଁ ଦାଣ୍ଡରେ ବୁଲୁଥିବା ଦେଖାଯାଇଥିଲା। ଏହାପରେ ଦେଓଗାଁ ଶନିତୋଟା ପାଖରେ ଯାଜପୁର-କେନ୍ଦୁଝର ଜିଲ୍ଲା ସୀମାନ୍ତ ସେତୁ ତଳେ କୁଶଭଦ୍ରା(କୁଶେଇ) ନଦୀ‌ରେ ଦନ୍ତା ଦ୍ବୟ ଘଣ୍ଟାଏ ଧରି ଜଳକ୍ରୀଡ଼ା କରିଥିଲେ। ନଦୀରୁ ଉଠି ପାର୍ଶ୍ବସ୍ଥ ଟମକା ରେଞ୍ଜ୍ କୁମ୍ଭନାଗରା ଗାଁର ଧାନଜମିରେ ଧାନଗଛ ଖାଉଥିବା ଦେଖାଯାଇଥିଲା। ଠାକୁରାଣୀଶାଳ ବଣରେ ଥିବା ବରଗଛରୁ ଡାଳ ଖାଇ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଶୋଇଥିଲେ। ଏଠାରୁ ଗଉଡ଼ବାହାଳି ଗାଁକୁ ଯାଇ ପୁଣି ଫେରି ରାତିରେ ସେହି ଠାକୁରାଣୀଶାଳ ବରଗଛ ପାଖରେ ହାତୀଦ୍ବୟ ରହିଛନ୍ତି। ବନ ବିଭାଗ ବାଣ ଫୁଟାଇ ଓ ବାଜା ବଜାଇ ତଡ଼ିବା ଉଦ୍ୟମ କରୁଥିଲେ ହେଁ ଦନ୍ତା ଦ୍ବୟ ନିର୍ଭୟରେ ବୁଲାବୁଲି କରିବା, ମନଭରି ଖାଇବା, ବିଶ୍ରାମ ପରେ ହାତୀ ଦ୍ବୟ ସ୍ଥାନ ପରିବର୍ତ୍ତନ କରୁଥିବା ଦେଖାଯାଉଛି।

  • Related Posts

    ଜେନ୍‌-ଜିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ; ବାହ୍ୟଶକ୍ତିରୁ ଦୂରେଇ ରୁହ

    ଭୁବନେଶ୍ୱର: ରାଜ୍ୟବ୍ୟାପୀ ଆୟୋଜିତ ହେଉଛି ଘରେ ଘରେ ତ୍ରିରଙ୍ଗା ଅଭିଯାନ। ଆଜି ଠାରୁ ଅଗଷ୍ଟ ୧୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେଉଛି ତ୍ରିରଙ୍ଗା ଅଭିଯାନ। ରାଜଧାନୀ ଭୁବନେଶ୍ୱର ଠାରୁ ଆରମ୍ଭ କରି ବ୍ଲକ ଓ ପଞ୍ଚାୟତ ସ୍ତର ଯାଏଁ “ଘରେ ଘରେ…

    Continue reading
    ଚିନି ଦର ଗ୍ରାହକଙ୍କ ଚିନ୍ତା ବଢ଼ାଇଲାଣି

    ଭୁବନେଶ୍ବର : ପାର୍ବଣ ପୂର୍ବରୁ ଚିନି ଦର ଗ୍ରାହକଙ୍କ ଚିନ୍ତା ବଢ଼ାଇଲାଣି। ଗତ ମାସକ ମଧ୍ୟରେ ଚିନି ଦର କ୍ବିଣ୍ଟାଲ ପିଛା ପ୍ରାୟ ୫୦୦ରୁ ୭୦୦ ଟଙ୍କା ପର୍ଯ୍ୟନ୍ତ ବଢ଼ିଗଲାଣି । ଦିଲ୍ଲୀରେ କିଲୋଗ୍ରାମ ପିଛା ଚିନି ଦର ୪୯ ଟଙ୍କାରେ,…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ