ଭୁବନେଶ୍ବର,08।09: ସାର ବଣ୍ଟନ ସମସ୍ୟାକୁ ନେଇ ସମବାୟ ବିଭାଗ ପକ୍ଷରୁ କଡା ନିର୍ଦ୍ଦେଶ ଜାରି ହୋଇଛି। ସମବାୟ ବିଭାଗର କଡା ନିର୍ଦ୍ଦେଶ ସାର ବଣ୍ଟନକୁ ଗୁରୁତ୍ୱ ଦେଉ ପ୍ୟାକ୍ସ ଓ ସମସ୍ତ ପ୍ୟାକ୍ସକୁ ନିଜର ଲାଇସେନ୍ସ ନବୀକରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସାର ବଣ୍ଟନକୁ ପ୍ରାଥମିକତା ଦେଇ ସାର ବଣ୍ଟନକୁ ପ୍ୟାକ୍ସ ଗୁରୁତ୍ୱ ଦେଉ ବୋଲି ନିର୍ଦ୍ଦେଶରେ କୁହାଯାଇଛି। ସାର ବଣ୍ଟନରେ ସାମିଲ ନହେଲେ ପ୍ୟାକ୍ସ ଧାନ କିଣି ପାରିବେନି। ଆଗକୁ ପ୍ରତି ବର୍ଷ ଏପ୍ରିଲ ମାସରୁ ସାର ବଣ୍ଟନ ନେଇ ପ୍ରସ୍ତୁତି ଆରମ୍ଭ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି। ଗୋଦାମ ଏବଂ ବୈଧ ଲାଇସେନ୍ସ ଅଭାବରୁ ଏମିତି ନିଅଣ୍ଟ ସାର ବଣ୍ଟନ ପ୍ରଭାବିତ ହୋଇଥିବା ବୈଠକରୁ ଜଣାପଡିବା ପରେ ସମବାୟ ବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ସମସ୍ତ ଡିଆରସିଏସଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ସମବାୟ ବିଭାଗର ରେଜିଷ୍ଟାର। ଏହା ସହ ଏବେ ତୃଣମୂଳ ସ୍ତରରେ ଥିବା ସମସ୍ୟା ଏବଂ ସାର ବଣ୍ଟନ ସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। ମହଜୁଦ ଥିବା ସାର ୭ ଦିନ ଭିତରେ ବାଣ୍ଟିବାକୁ ନିର୍ଦ୍ଦେଶ ଜାରି ହୋଇଛି। ଖରାପ ମେସିନ ଗୁଡିକୁ ଚଳିତ ସପ୍ତାହ ଭିତରେ ବଦଳାଇବାକୁ ନିର୍ଦ୍ଦେଶ। ଫିଲ୍ଡ ଲେବୁଲରେ ଥିବା କର୍ମଚାରୀଙ୍କ ସହ ସମନ୍ୱୟ ରଖିବାକୁ ଗୁରୁତ୍ୱ ପ୍ରଦାନ କରାଯାଇଛି। ପ୍ୟାକ୍ସ ଆଉ ମାର୍କପେଡରୁ ଷ୍ଟକ କ୍ଲିୟର ହେଉ ନଥିବାରୁ ସାର କମ୍ପାନି ସାର ପଠାଇ ପାରୁନାହାନ୍ତି । ୫ ରୁ ୧୦ ଦିନ ଭିତରେ ଉପକୂଳ ଓଡିଶାରେ ଥିବା ଅଭାବ ପୂରଣ କରାଯିବ। ଆସନ୍ତା ବର୍ଷ ସାର ବଣ୍ଟନ ପାଇଁ ରଣନୀତି ତିଆରି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ସନ୍ଥ ଗୁରୁ ଶ୍ରୀ ରବିଦାସ ମହାରାଜଙ୍କ ଜୀବନ, ଦର୍ଶନ ବ୍ୟାପକ ଭାବେ ପ୍ରଚାର କରାଯିବ: ମନମୋହନ
ଭୁବନେଶ୍ୱର,: ତ୍ରୟୋଦଶ – ଚତୁର୍ଦ୍ଦଶ ଶତାଦ୍ଦୀ ବେଳକୁ ବାହ୍ୟ ଶତୃଙ୍କ ଆକ୍ରମଣ ଏବଂ ଧର୍ମାନ୍ତୀରଣ ପ୍ରକ୍ରିୟା କାରଣରୁ ସାମାଜିକ ବୈଷମ୍ୟ ଓ ଜାତିଭେଦର ଅସ୍ପୃଶ୍ୟତା ପ୍ରମୁଖ ଶିଖରରେ ପହଁଚିଥିଲା । ସାମଗ୍ରିକ ଭାବେ ସତାନତ ଧର୍ମ ମଧ୍ୟ ବହୁ ଆହ୍ୱାନର ସମ୍ମୁଖୀନ…




