‘କାର୍ୟ୍ୟ ତ୍ୱରାନ୍ୱିତ କର, ଲୋକଙ୍କ ସମସ୍ୟା ସମାଧାନ କର’-ବିଏମସି କମିଶନର

ଭୁବନେଶ୍ୱର:ଭୁବନେଶ୍ୱର ମହାନଗର ନିଗମ(ବିଏମସି) କମିଶନର ଚଞ୍ଚଳ ରାଣା ବିଭିନ୍ନ ଉପବିଭାଗର କାର୍ୟ୍ୟ ସମୀକ୍ଷା କରିଛନ୍ତି । ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ୟ୍ୟକୁ କିପରି ଆହୁରି ତ୍ୱରାନ୍ୱିତ କରାଯାଇ ପାରିବ ସେ ସଂପର୍କରେ ଅଧିକାରୀଙ୍କଠାରୁ ଆରମ୍ଭ କରି ତୃଣମୂଳସ୍ତରର କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ । ବିଭିନ୍ନ କାର୍ୟ୍ୟ କରିବା ସମୟରେ କେଉଁ କେଉଁ ସମସ୍ୟା ଆସୁଛି ଏବଂ ତାହାର କିପରି ସମାଧାନ କରାଯାଇ ପାରିବ ସେ ସଂପର୍କରେ ଆଲୋଚନା କରିଛନ୍ତି । ବିଏମ୍ ସି ଏକାମ୍ର ହଲରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ପ୍ରଥମେ ଏନଫୋର୍ସମେଣ୍ଟ ଓ ସାଇନ୍ ଟିମ୍ କାର୍ୟ୍ୟର ସମୀକ୍ଷା କରାଯାଇଥିଲା । ତୃଣମୂଳସ୍ତରରେ କର୍ମଚାରୀମାନେ ସମ୍ମୁଖିନ ହେଉଥିବା ବିଭିନ୍ନ ସମସ୍ୟା ସଂପର୍କରେ କମିଶନରଙ୍କୁ ଅବଗତ କରାଇଥିଲେ । କର୍ମଚାରୀ ଓ ଅଧିକାରୀଠାରୁ ବିଭିନ୍ନ ସମସ୍ୟା ସଂପର୍କରେ ସିଧାସଳଖ ଶୁଣିବା ସହ କାର୍ୟ୍ୟ ଅଗ୍ରଗତି ନିମନ୍ତେ ସେମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ କହିଛନ୍ତି କମିଶନର । ତେବେ ଜୋରିମାନା ନୁହେଁ, ଲୋକମାନଙ୍କୁ ପରିମଳ, ସ୍ୱଚ୍ଛତା, ଏକକ ବ୍ୟବହାର ପଲିଥିନି, ଜବର ଦଖଲ ଆଦି ସଂପର୍କରେ ସଚେତନ କରାଇବା ଆମର ଉଦ୍ଦେଶ୍ୟ ହେବା ଦରକାର । ଏଥିପାଇଁ ଲୋକମାନଙ୍କ ସହଯୋଗ କାମନା କରିବା ସହ ସେମାନଙ୍କୁ ସଚେତନ କରାଇବା ପାଇଁ ନିର୍ଦେଶ ଦେଇଛନ୍ତି ଶ୍ରୀ ରାଣା । ସେହିପରି ପରିମଳ ଉପବିଭାଗ ଏବଂ ଗଣଯୋଗାଯୋଗ ଉପବିଭାଗର କାର୍ୟ୍ୟକଳାପ ଉପରେ ସମୀକ୍ଷା କରିଥିଲେ । ପରିମଳ ଉପରେ ବିଶେଷ ଭାବେ ସେ ଗୁରୁତ୍ୱାରୋପ କରିଛନ୍ତି । ଭୁବନେଶ୍ୱରକୁ ୧ ନମ୍ବର କରିବା ପାଇଁ ସମସ୍ତେ ଆନ୍ତରିକତାର ସହ ଉଦ୍ୟମ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଯେଉଁମାନେ ପରିମଳ କ୍ଷେତ୍ରରେ ଭଲ କାମ କରିବେ, ସେମାନଙ୍କୁ ପୁରସ୍କୃତ କରାଯିବ । ଯେଉଁ ଓ୍ୱାର୍ଡରେ ପରିମଳ ବ୍ୟବସ୍ଥା ନିମ୍ନମାନର ରହିଛି, ସେହିସବୁ ଓ୍ୱାର୍ଡକୁ ଗୁରୁତ୍ୱ ଦେବା ସହ ଏକ ମାସ ମଧ୍ୟରେ ତାର ଚିତ୍ର ଯେପରି ବଦଳିବ, ସେହି ଅନୁପାତରେ କାର୍ୟ୍ୟ କରିବାକୁ ସେ ପରାମର୍ଶ ଦେଇଛନ୍ତି । ବିଏମ୍ ସିର ସାମାଜିକ ଗଣମାଧ୍ୟକୁ ସଶକ୍ତ ଏବଂ ଆହୁରି ସକ୍ରିୟ କରିବା ସହ ଲୋକମାନଙ୍କର ସମସ୍ୟା ଏବଂ ସହଯୋଗ କାମନା କରିଛନ୍ତି କମିଶନର । ଶେଷରେ ଆଇଇସି ଟିମର କାର୍ୟ୍ୟଧାରା ସଂପର୍କରେ ସମୀକ୍ଷା କରିଥିଲେ ଅତିରିକ୍ତ କମିଶନର ଶ୍ରୀ କୈଳାସ ଚନ୍ଦ୍ର ଦାସ ଓ ଡେପୁଟି କମିଶନର ଶ୍ରୀ ଏନ୍. ଗଣେଶ ବାବୁ । ପ୍ରତି ଓ୍ୱାର୍ଡରେ ଲୋକମାନଙ୍କୁ ସଚେତନ କରାଇବା ସହ ସେମାନଙ୍କ ଅଭ୍ୟାସର ପରିବର୍ତ୍ତନ ଆଣିବାକୁ ପରାମର୍ଶ ଦେଇଛନ୍ତି । ବର୍ଜ୍ୟ ଉତ୍ସରୁ ଶତକଡା ଶହେଭାଗ ପୃଥକିକରଣ କରିବା ପାଇଁ ଲୋକମାନଙ୍କୁ ପ୍ରବର୍ତ୍ତାଇବା ସହ ବର୍ଜ୍ୟ ପ୍ରବଣ ସ୍ଥାନ ବା ଜିଭିପି ଅଂଚଳରେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ଶ୍ରୀ ଦାସ ନିର୍ଦେଶ ଦେଇଛନ୍ତି । ଏହି ସମସ୍ତ କାର୍ୟ୍ୟର ସଂଯୋଜନା କରିଥିଲେ ଅତିରିକ୍ତ କମିଶନର ଶ୍ରୀ କୈଳାସ ଚନ୍ଦ୍ର ଦାସ ।

  • Related Posts

    ଶାନ୍ତି ମଞ୍ଜରୀ ଦେଇ ଦେବଗଡ଼ ପୌରାଧ୍ୟକ୍ଷା ପଦରେ ପୁନଃ ଅବସ୍ଥାପିତ

    ଦେବଗଡ଼:ଦେବଗଡ଼ ପୌରପାଳିକାର ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ଶାନ୍ତି ମଞ୍ଜରୀ ଦେଇଙ୍କୁ ରାଜ୍ୟ ସରକାରଙ୍କ ଦ୍ୱାରା ଆଧାର ବିହୀନ ତଥା ଭୁଲ ଅଭିଯୋଗ ଆଧାରରେ ପଦଚ୍ୟୁତ କରାଯାଇଥିବା ବିବାଦରେ ଶେଷରେ ନ୍ୟାୟର ଜୟ ଘଟିଛି। ଏହାକୁ ଚ୍ୟାଲେଞ୍ଜ କରି ସେ ଉଚ୍ଚ ନ୍ୟାୟାଳୟର…

    Continue reading
    କୃଷିଅଧିକାରୀମାନଙ୍କୁ କାମର ହିସାବ ମାଗିଲେ ଉପମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର: କୃଷି ଅଧିକାରୀଙ୍କ ବାହାର ରାଜ୍ୟ ଓ ବିଦେଶ ଗସ୍ତକୁ ନେଇ ତାଗିଦ୍‌ କଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ଭୁବନେଶ୍ୱର କୃଷି ଭବନ ପରିସରରେ ଆୟୋଜିତ ରାଜ୍ୟସ୍ତରୀୟ ଉଦ୍ୟାନ କୃଷି ଅଧିକାରୀ ସମ୍ମିଳନୀରେ ସେ ଅଧିକାରୀମାନଙ୍କୁ କାମର ହିସାବ ମାଗିଛନ୍ତି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ