ଭାରତ-ପାକିସ୍ତାନ ମ୍ୟାଚ୍‌ ପାଇଁ ସ୍ବତନ୍ତ୍ର ପ୍ରକାରର ଟିକଟ

ଦୁବାଇ: ଏସିଆ କପ୍‌ରେ ଭାରତ ଓ ପାକିସ୍ତାନ ମଧ୍ୟରେ ବହୁ ପ୍ରତୀକ୍ଷିତ ଗ୍ରୁପ୍‌ ‘ଏ’ ମୁକାବିଲା ମାତ୍ର ୪ଦିନ ପରେ ହେବ। ହେଲେ ଏହି ମ୍ୟାଚ୍‌ର ଟିକଟ ଏବେ ସୁଦ୍ଧା ସମାପ୍ତ ନ ହେବା କ୍ରିକେଟ୍‌ ବିଶେଜ୍ଞଙ୍କୁ ଚକିତ କରିଛି। ରବିବାର ଦୁବାଇରେ ଏହି ମ୍ୟାଚ୍‌ ଖେଳାଯିବ। ଏହି ହାଇ ଭୋଲ୍‌ଟେଜ ମ୍ୟାଚ୍‌ ପାଇଁ କିଛି ସ୍ବତନ୍ତ୍ର ପ୍ରକାରର ଟିକଟ ରହିଛି। ସର୍ବାଧିକ ମୂଲ୍ୟର ୨ଟି ଟିକଟ ଜଣେ କିଣିପାରିବେ। ଗୋଟିଏ ଟିକଟ ଦିଆ ଯିବନାହିଁ। ଏହି ୨ଟି ଟିକଟ ପାଇଁ ଭାରତୀୟ ମୁଦ୍ରାରେ ୨,୫୭,୮୧୫ ଟଙ୍କା ଦେବାକୁ ପଡ଼ିବ। ଏହି ଟିକଟଧାରୀ ଦୁଇ ବ୍ୟକ୍ତିଙ୍କୁ ସ୍ବତନ୍ତ୍ର ପ୍ୟାକେଜ୍ ମିଳିବ। ଦୁହେଁ ସ୍ବତନ୍ତ୍ର ଫାଟକରେ ଷ୍ଟାଡିୟମ୍‌ରେ ପ୍ରବେଶ କରିବାର ସୁବିଧା ପାଇବେ ଏବଂ ଭିଆଇପିଙ୍କ ପାର୍କିଂ ସ୍ଥଳରେ ଗାଡ଼ି ରଖିବାକୁ ପାସ୍‌ ମିଳିବ।

ସେମାନେ ଶୀତତାପ ନିୟନ୍ତ୍ରିତ ଭିଆଇପି ସୁଟ୍‌ରେ ଆରାମ ଦାୟକ ୨ଟି ସୋଫାରେ ବସିବେ। ସେମାନଙ୍କ ପାଇଁ ଅସୀମିିତ ଖାଦ୍ୟ ଓ ସମସ୍ତ ପ୍ରକାର ପାନୀୟର ବ୍ୟବସ୍ଥା ରହିବ। ସେମାନେ ଭିଆଇପି କ୍ଲବ୍/ଲାଉଞ୍ଜ୍‌କୁ ଯାଇପାରିବେ। ଯଦି ସେମାନେ ବିଶ୍ରାମ ନେବାକୁ ଚାହିଁବେ; ସେମାନଙ୍କ ପାଇଁ ସ୍ବତନ୍ତ୍ର କୋଠରୀ ପ୍ରସ୍ତୁତ ହୋଇ ରହିବ। ଏହାକୁ ଛାଡ଼ି ରୟାଲ ବକ୍ସର ଟିକଟ ରହିଛି। ଏହାର ୨ଟି ଟିକଟ ପାଇଁ ୨,୩୦,୭୦୦ ଟଙ୍କା ଏବଂ ସ୍କାଏ ବକ୍ସ ଇଷ୍ଟ ଶ୍ରେଣୀର ୨ଟି ଟିକଟ ପାଇଁ ୧,୬୭,୮୫୧ ଟଙ୍କା ଦେବାକୁ ପଡ଼ିବ। ମଧ୍ୟମ ଶ୍ରେଣୀର ଟିକଟର ମୂଲ୍ୟ ମଧ୍ୟ ବହୁତ ଅଧିକ ରହିଛି। ପ୍ଲାଟିନମ୍‌ ବକ୍ସରେ ୨ଟି ଟିକଟର ମୂଲ୍ୟ ୭୫,୬୫୯ ଟଙ୍କା, ଗ୍ରାଣ୍ଡ ଲାଉଞ୍ଜ୍‌ ଟିକଟର ମୂଲ୍ୟ ୪୧,୧୫୩ ଟଙ୍କା, ୱେଷ୍ଟ ପାଭିଲିଅନ୍‌ର ମୁଲ୍ୟ ୨୮,୧୭୪ ଟଙ୍କା ରଖାଯାଇଛି। ଶସ୍ତା ବର୍ଗର ଜେନେରାଲ ଇଷ୍ଟ ଷ୍ଟାଣ୍ଡ୍‌ର ୨ଟି ଟିକର ମୂଲ୍ୟ ୧୦,୦୦୦ ଟଙ୍କା ରଖାଯାଇଛି। ପୂର୍ବରୁ ଭାରତ-ପାକିସ୍ତାନ ମ୍ୟାଚ୍‌ରେ ଦୁବାଇରେ ଟିକଟର ମୂଲ୍ୟ ପ୍ରାୟ ଏହା ରହିଥିଲା। ହେଲେ ଏଥର କିଛି ଟିକଟ ଏବେ ମଧ୍ୟ ବାକି ଅଛି।

  • Related Posts

    ଆଜି ସୁପର କିଙ୍ଗ୍‌ସ-କିଙ୍ଗ୍‌ସ ମୁକାବିଲା

    କଲକାତା: ଆଇପିଏଲରେ ଶୁକ୍ରବାର ଚେନ୍ନଇ ସୁପରକିଙ୍ଗ୍‌ସ ଓ ପଞ୍ଜାବ କିଙ୍ଗ୍‌ସ ମଧ୍ୟରେ ସପ୍ତମ ମ୍ୟାଚ ଖେଳାଯିବ। ଉଭୟ ଦଳ ଦ୍ବିତୀୟ ମ୍ୟାଚରେ ଅବତ୍ତୀର୍ଣ୍ଣ ହେ​‌େ​‌ବ। ଚେନ୍ନଇ ସୁପରକିଙ୍ଗ୍‌ସ ପ୍ରଥମ ମ୍ୟାଚରେ ପରାଜିତ ହୋଇଥିବାବେଳେ ପଞ୍ଜାବ କିଙ୍ଗ୍‌ସ ବିଜୟ ହାସଲ କରିଥିଲା। ଋତୁରାଜ…

    Continue reading
    ଲକ୍ଷ୍ନୌକୁ ୬ ଓ୍ବିକେଟରେ ହରାଇଲା ଦିଲ୍ଲୀ

    ଲକ୍ଷ୍ନୌ:ଆଇପିଏଲ୍ ୨୦୨୬ ର ପଞ୍ଚମ ଲିଗ୍ ମ୍ୟାଚ୍ ରେ, ଦିଲ୍ଲୀ କ୍ୟାପିଟାଲ୍ସ ଲକ୍ଷ୍ନୌ ସୁପରଜାଏଣ୍ଟସ୍ କୁ ୬ ୱିକେଟରେ ପରାସ୍ତ କରିଛି। ସମୀର ରିଜଭି ଏବଂ ଟ୍ରିଷ୍ଟନ୍ ଷ୍ଟବ୍ସ ଦଳକୁ ବିଜୟୀ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏହି ଯୋଡ଼ି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ