ଘରୋଇ ହିଂସା ଆଇନ ମହିଳାମାନଙ୍କୁ ସୁରକ୍ଷା ଦେବା ସହ ସଶକ୍ତ କରୁଛି : ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଯୌତୁକ ନିଷେଧ ଆଇନ ୧୯୬୧ ଓ ଘରୋଇ ହିଂସା ଆଇନ ୨୦୦୫ ଦେଶର ମହିଳାମାନଙ୍କୁ ସୁରକ୍ଷା ଦେବା ସହ ସଶକ୍ତ କରୁଛି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମତପ୍ରକାଶ କରିଛନ୍ତି । ଲୋକସେବା ଭବନ ସମ୍ମେଳନ କକ୍ଷରେ ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ଘରୋଇ ହିଂସାରୁ ମହିଳାମାନଙ୍କ ସୁରକ୍ଷା ଅଧିନିୟମ ୨୦୦୫ ଏବଂ ଯୌତୁକ ନିଷେଧ ଅଧିନିୟମ ୧୯୬୧ ବିଷୟରେ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଲେ ଯେ ବିପଦ ସମୟରେ ଯିଏ ପାଖରେ ରହି ଆହା କହେ, ସେ ରକ୍ତ ସମ୍ପର୍କ ଠାରୁ ବି ଅଧିକ ନିଜର । ଏହି ପରିପ୍ରେକ୍ଷୀରେ ଉପସ୍ଥିତ ସଦସ୍ୟମାନେ ନିଜ ନିଜ ପ୍ରଚେଷ୍ଟାରେ ପ୍ରତି ଜିଲ୍ଲାରେ ୫ ଜଣ ନିଃସହାୟ ମହିଳାଙ୍କ ଜୀବନରେ ନୂତନ ଊର୍ଜା ଓ ଉତ୍ସାହ ଆଣନ୍ତୁ ବୋଲି ସେ ସମସ୍ତଙ୍କୁ ଆହ୍ଵାନ ଦେଇଥିଲେ । କୁଟୀର ଶିଳ୍ପ ଭଳି ବହୁ କ୍ଷେତ୍ରରେ ମହିଳାମାନଙ୍କ ଅବଦାନ ଆଜି ପୁରୁଷମାନଙ୍କ ଠାରୁ ଅଧିକ । ମହିଳାମାନଙ୍କ ନିରାପତ୍ତା ଓ ସୁରକ୍ଷା ମହିଳାକୈନ୍ଦ୍ରିକ ଅର୍ଥନୀତି ଓ ମହିଳା କୈନ୍ଦ୍ରିକ ବିକଶିତ ଓଡ଼ିଶାର ପ୍ରାଥମିକତା ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ଦୃଢ ମତ ରଖିଛନ୍ତି।କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ତୃଣମୂଳସ୍ତରରେ ମହିଳା ସୁରକ୍ଷା କେସ ସହ ଜଡ଼ିତ ଆହ୍ଵାନଗୁଡିକୁ ବିଷୟରେ ପ୍ରତିନିଧିମାନଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶ ଶୁଭା ଶର୍ମା ଯୌତୁକ ନିଷେଧ ଆଇନ ୧୯୬୧ ଓ ଘରୋଇ ହିଂସା ଆଇନ ୨୦୦୫ ର ଆବଶ୍ୟକତା ବିଷୟରେ ଆଲୋଚନା କରିବା ସହ ସେ ସମ୍ପର୍କିତ ମହିଳା ଓ ଶିଶୁ ବିକାଶ ବିଭାଗର ଯୋଜନା ଓ କାର୍ଯ୍ୟକାରିତା ଉପରେ ମଧ୍ୟ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା, ବିଭାଗୀୟ ନିର୍ଦ୍ଦେଶିକା ମୋନିଷl ବାନାର୍ଜୀ ଓ ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ସୁମିତ୍ରା ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ । ପ୍ରତି ଜିଲ୍ଲାର ଶକ୍ତି ସଦନ, ୱାନ ଷ୍ଟପ ସେଣ୍ଟର, ପୋଲିସ ପ୍ରଶାସନିକ, ସୁରକ୍ଷା ଅଧିକାରୀ ଓ ସ୍ଵେଚ୍ଛାସେବୀ ଅନୁଷ୍ଠାନର ୧୮୦ ଜଣ ପ୍ରତିନିଧିବୃନ୍ଦ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ବିଶିଷ୍ଟ ଆଇନଜୀବୀ ଶ୍ରୀମତୀ ମାନସୀ ପାଢୀ ଆଇନଗତ ଢାଞ୍ଚା ଏବଂ ସୁରକ୍ଷା ଅଧିକାରୀଙ୍କ ଭୂମିକା, DIR ଦାଖଲ, କୋର୍ଟ ସମନ୍ୱୟ ଏବଂ ରିପୋର୍ଟିଂ ବ୍ୟବସ୍ଥା ସମ୍ପର୍କରେ, କ୍ଷେତ୍ରସ୍ତରୀୟ ଆହ୍ଵାନ ଏବଂ ସମନ୍ୱୟ ମଡେଲ, ପୋଲିସର ଭୂମିକା ଏବଂ ସେବା ପ୍ରଦାନକାରୀଙ୍କ ଭୂମିକା, ଯୌତୁକ ନିଷେଧ ଆଇନର ସାରାଂଶ, ମୁଖ୍ୟ ବ୍ୟବସ୍ଥା ଏବଂ ଦଣ୍ଡ ବିଧାନ ସମ୍ବନ୍ଧରେ, ଆଇନର ଅଭିଯୋଗ ପରିଚାଳନା, ତଦନ୍ତ ଏବଂ ସମନ୍ୱୟ, ପିଡବ୍ଲୁଡ଼ିଭିଏ ଓ ଡିପି ନିୟମର ଓଭରଲାପିଙ୍ଗ ମାମଲା ସମ୍ବନ୍ଧରେ ୬ଟି ଅଧିବେଶନ ମାଧ୍ୟମରେ ସୂଚନା ଉପସ୍ଥାପନ ପ୍ରଦାନ କରିବା ସହ ବିଶଦ ବିବରଣୀ ରଖିଥିଲେ। ଶେଷରେ ବିଭାଗୀୟ ଅତିରିକ୍ତ ସଚିବ ଶ୍ରୀମତୀ ସୁମିତ୍ରା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

  • Related Posts

    ଶାନ୍ତି ମଞ୍ଜରୀ ଦେଇ ଦେବଗଡ଼ ପୌରାଧ୍ୟକ୍ଷା ପଦରେ ପୁନଃ ଅବସ୍ଥାପିତ

    ଦେବଗଡ଼:ଦେବଗଡ଼ ପୌରପାଳିକାର ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ଶାନ୍ତି ମଞ୍ଜରୀ ଦେଇଙ୍କୁ ରାଜ୍ୟ ସରକାରଙ୍କ ଦ୍ୱାରା ଆଧାର ବିହୀନ ତଥା ଭୁଲ ଅଭିଯୋଗ ଆଧାରରେ ପଦଚ୍ୟୁତ କରାଯାଇଥିବା ବିବାଦରେ ଶେଷରେ ନ୍ୟାୟର ଜୟ ଘଟିଛି। ଏହାକୁ ଚ୍ୟାଲେଞ୍ଜ କରି ସେ ଉଚ୍ଚ ନ୍ୟାୟାଳୟର…

    Continue reading
    କୃଷିଅଧିକାରୀମାନଙ୍କୁ କାମର ହିସାବ ମାଗିଲେ ଉପମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର: କୃଷି ଅଧିକାରୀଙ୍କ ବାହାର ରାଜ୍ୟ ଓ ବିଦେଶ ଗସ୍ତକୁ ନେଇ ତାଗିଦ୍‌ କଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ଭୁବନେଶ୍ୱର କୃଷି ଭବନ ପରିସରରେ ଆୟୋଜିତ ରାଜ୍ୟସ୍ତରୀୟ ଉଦ୍ୟାନ କୃଷି ଅଧିକାରୀ ସମ୍ମିଳନୀରେ ସେ ଅଧିକାରୀମାନଙ୍କୁ କାମର ହିସାବ ମାଗିଛନ୍ତି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ