
ଭୁବନେଶ୍ୱର: ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ। ଅପରାହ୍ଣ ୫ଟାରେ ଲୋକସଭା ଭବନ ସମ୍ମିଳନୀ କକ୍ଷରେ ବୈଠକ ହେବ। ବୈଠକରେ ରାଜ୍ୟର ବିକାଶକୁ ଦୃଷ୍ଟିରେ ରଖି ବାଣିଜ୍ୟ ଓ ପରିବହନ ବିଭାଗ, ସାଧାରଣ ପ୍ରଶାସନ ବିଭାଗ ଭଳିି ୪ଟି ବିଭାଗ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ଦିଆଯିବାକୁ ରହିଛି। ଉଲ୍ଲେଖଯୋଗ୍ୟ, ରାଜ୍ୟ ସରକାର ୨୦୩୬ ସୁଦ୍ଧା ଓଡ଼ିଶାର ବିକାଶକୁ ଶୀର୍ଷରେ ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି। ତାକୁ ନେଇ ରାଜ୍ୟ ସରକାର ଗତ ୧୪ ମାସ ମଧ୍ୟରେ ୧୧ଟି ନୂତନ ଯୋଜନା କାର୍ୟ୍ୟକାରୀ କରିଛନ୍ତି, ଯେଉଁଥିରେ ‘ସୁଭଦ୍ରା’ଠାରୁ ଆରମ୍ଭ କରି ବାର୍ଦ୍ଧକ୍ୟ ଭତ୍ତା ପରିମାଣ ୩,୫୦୦ଟଙ୍କା(୮୦ ବର୍ଷରୁ ଊର୍ଦ୍ଧ୍ୱ)କୁ ବୃଦ୍ଧି କରିବା ଭଳି ଲୋକାଭିମୁଖୀ ଯୋଜନା ରହିଛି। ତେବେ ବୁଧବାର ଅନୁଷ୍ଠିତ ହେବାକୁଥିବା କ୍ୟାବିନେଟ୍ ବୈଠକରେ ରାଜ୍ୟ ସରକାର କେଉଁସବୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ଦେବେ ତାହା ଉପରେ ରହିଛି ରାଜ୍ୟବାସୀଙ୍କ ନଜର।




