ଉତ୍କଳ ବିଶ୍ବବିଦ୍ୟାଳୟ: ଜବରଦଖଲକାରୀଙ୍କ କବ୍‌ଜାରେ ୪୯ କ୍ବାର୍ଟର୍ସ

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟରେ ପ୍ରଫେସର ଓ କର୍ମଚ‌ାରୀଙ୍କ ପାଇଁ ନିର୍ମାଣ ହୋଇଥିବା ୪୯ଟି କ୍ବାର୍ଟର୍ସ ଏବେ ଜବରଦଖଲକାରୀଙ୍କ କବ୍‌ଜାରେ। କିଏ ଭଡ଼ା ଲଗାଇଛନ୍ତି ତ ଆଉ କିଏ ଚାକିରି ସରିବା ପରେ ମଧ୍ୟ କ୍ୟାମ୍ପସ ଛାଡ଼ି ଯାଇନାହାନ୍ତି। କିଛି କର୍ମଚାରୀ କ୍ୟାମ୍ପସ ବାହାରେ ରହି ନିଜ କ୍ବାର୍ଟର୍ସ ଅନ୍ୟମାନକୁ ଭଡ଼ାରେ ଦେଇଛନ୍ତି। ମାସିକ ୧୦ରୁ ୧୫ ହଜାର ଟଙ୍କା ଭଡ଼ା ଆଦାୟ ମଧ୍ୟ କରୁଛନ୍ତି। କ୍ବାର୍ଟର୍ସଗୁଡ଼ିକ ଜରାଜୀର୍ଣ୍ଣ କିମ୍ବା ବିପଦସଙ୍କୁଳ ଅବସ୍ଥାରେ ରହିଥିଲେ ମଧ୍ୟ ତାହାକୁ କେହି ଖାତିର କରୁନାହାନ୍ତି। ବରଂ ମାସିକ ଭଡ଼ା ଆଦାୟ କରି ଦଲାଲ୍‌ମାନେ ମାଲେମାଲ୍‌ ହେଉଛନ୍ତି। ବର୍ଷ ବର୍ଷ ଧରି ଏଭଳି ଚାଲିଥିଲେ ମଧ୍ୟ କେହି ବି ମୁହଁ ଖୋଲି ନ ଥିଲେ। ‘ଅପରେସନ୍‌ ଅଣଛାତ୍ର’ ପରେ ଛାତ୍ର ଓ ପୂର୍ବତନ ଛାତ୍ରଙ୍କ ଦାବି ମୁତାବକ ଏବେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ‘ଅପରେସନ୍‌ ଅଲ୍‌ଆଉଟ୍‌’ ହାତକୁ ନେଇଛନ୍ତି। ଯେଉଁଥିରେ କ୍ବାର୍ଟର୍ସଗୁଡ଼ିକର ସର୍ଭେ ପରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି।ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଭଡ଼ାରେ ରହୁଥିବା ଲୋକଙ୍କ ଘରେ ଏସି ଚାଲିଛି। ୫ରୁ ଅଧିକ ବିଜୁଳି ବଲ୍‌ ଜଳୁଛି। ହେଲେ ମାସ ଶେଷରେ ଟଙ୍କାଟିଏ ଦେବାକୁ ପଡ଼ୁନାହିଁ। ଗୋଟିଏ ଗୋଟିଏ ଘରେ ୪ରୁ ଅଧିକ ଫ୍ୟାନ୍‌ ଚାଲୁଥିଲେ ମଧ୍ୟ ବିଦ୍ୟୁତ୍‌ ବିଲ୍‌ ବାବଦରେ ଗୋଟିଏ ବି ଟଙ୍କା ଦେଉ ନାହାନ୍ତି। ବରଂ ପ୍ରତି ମାସରେ ବ୍ୟବହୃତ ହେଉଥିବା ବିଦ୍ୟୁତ୍‌ ବାବଦ ଅର୍ଥ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଭରଣା କରୁଛନ୍ତି। କେଉଁ ମାସରେ କ୍ବାର୍ଟର୍ସଗୁଡ଼ିକ ପାଇଁ ୩ ଲକ୍ଷ ଟଙ୍କାର ବିଲ୍‌ ଆସୁଛି ତ ‌କେତେବେଳେ ୫ ଲକ୍ଷରେ ପହଞ୍ଚୁଛି। ଗୋଟିଏ ପଟେ ଦିନ ଦି’ପହରରେ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ବିଜୁଳି ଚୋରି ହେଉଥିବା ବେଳେ ଅନ୍ୟପଟେ ହିଟର୍‌ ବ୍ୟବହାର କରି ବିଲ୍‌ ନ ଦେବା ଦ୍ବାରା ବିଶ୍ବବିଦ୍ୟାଳୟ ଉପରେ ଆର୍ଥିକ ଚାପ ବଢ଼ିବାରେ ଲାଗିଛି।ଦୁଇ ମାସ ପୂର୍ବରୁ କ୍ବାର୍ଟର୍ସରୁ ଗଞ୍ଜେଇ ଜବତ ହେବା ସହ ଦୁଇ ଜଣ ଯୁବକଙ୍କୁ କ୍ୟାମ୍ପସରୁ ଗିରଫ କରିଥିଲା ପୁଲିସ। ଏହାପରେ କ୍ବାର୍ଟର୍ସଗୁଡ଼ିକ ଭାଙ୍ଗିବାକୁ ଦାବି ହୋଇ ଆସୁଥିଲା। ଏବେ ସର୍ଭେ ଶେଷ ହୋଇଥିବା ବେଳେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି ।

  • Related Posts

    ଓଏମସି ପୁରୀ କୋଷ୍ଟାଲ ମାରାଥନ୍ର ପ୍ରଚାର ପାଇଁ ପ୍ରୋମୋ ରନ୍

    ଭୁବନେଶ୍ୱର: ଡିସେମ୍ବର ୧୩ ତାରିଖରେ ପୁରୀରେ ଅନୁଷ୍ଠିତ ହେବାକୁ ଥିବା ଭବ୍ୟ ‘ଓଏମ୍‌ସି ପୁରୀ କୋଷ୍ଟାଲ ମାରାଥନ୍ ୨୦୨୬’ ପୂର୍ବରୁ ଆଜି ଭୁବନେଶ୍ୱରରେ ଏକ ଉତ୍ସାହଜନକ ପ୍ରୋମୋ ରନ୍ ଆୟୋଜିତ ହୋଇଯାଇଛି। ଏହି ପ୍ରୋମୋ ରନକୁ ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ…

    Continue reading
    ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ କୌଣସି ନୂଆ ମଦ ଦୋକାନ ଖୋଲାଯିବ ନାହିଁ: ମୁଖ୍ୟମନ୍ତ୍ରୀ

    ଡେଡ୍‌‌ଲାଇନ୍ ୨୦୨୯ ସୁଦ୍ଧା ଦେଶକୁ ନିଶାମୁକ୍ତ କରିବା ପାଇଁ ଓଡ଼ିଶା ପ୍ରତିବଦ୍ଧ ​ନିଶାକୁ ନାଁ, ଜୀବନକୁ ହଁ—ଜୀବନ ଜିଇଁବାର ପ୍ରକୃତ ଶିକ୍ଷା ନିଅନ୍ତୁ – ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର:ସ୍ଥାନୀୟ ରେଳ ଅଡିଟୋରିଅମଠାରେ କମିଶନରେଟ୍ ପୋଲିସ, ଆଜି ଆୟୋଜନ କରିଥିବା ଜନସଚେତନତା କାର୍ଯ୍ୟକ୍ରମ ‘ଜୀବନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ