ନୂଆପଡ଼ା ଉପନିର୍ବାଚନ: ଭୋଟର ତାଲିକା ସଂଶୋଧନ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର: ନୂଆପଡ଼ା ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ନିର୍ବାଚନ କମିଶନ ଏହି ନିର୍ବାଚନ ମଣ୍ଡଳୀରେ ଭୋଟର ତାଲିକା ସଂଶୋଧନ ନିମନ୍ତେ କାର୍ୟ୍ୟସୂଚୀ ଜାରି କରିବା ସହ ଆସନ୍ତା ଅକ୍ଟୋବର ୯ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ତାରିଖ ଧାର୍ୟ୍ୟ କରିଛନ୍ତି । ନୂଆପଡ଼ାରେ ବିଜେଡି ବିଧାୟକ ରାଜେନ୍ଦ୍ର ଢ଼ୋଲକିଆଙ୍କ ମୃତ୍ୟୁ ପରେ ଏହି ଆସନ ଖାଲିପଡ଼ିଛି ଓ ବିହାର ନିର୍ବାଚନ ସହ ଏଠାରେ ଉପନିର୍ବାଚନ ହେବାର ସମ୍ଭାବନା ରହିଛି ।ନିର୍ବାଚନ କମିଶନଙ୍କ ପକ୍ଷରୁ ଜାରି ସୂଚନା ଅନୁସାରେ, ୭୧-ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ଅନୁଷ୍ଠିତ ହେବାକୁ ଯାଉଥିବା ଉପନିର୍ବାଚନ ପାଇଁ ଜନପ୍ରତିନିଧି ଆଇନ-୧୯୫୦ର ଧାରା-୨୧ ଅନୁଯାୟୀ ଏକ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ନିର୍ବାଚନ କମିଶନ ୨୦୨୫ ଜୁଲାଇ ୧ତାରିଖକୁ ଯୋଗ୍ୟତା ତାରିଖ ଭାବେ ବିବେଚନା କରି ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ପାଇଁ କାର୍ୟ୍ୟସୂଚୀ ଜାରି କରିଛନ୍ତି ।

ସେପ୍ଟେମ୍ବର ୧୪ତାରିଖ ସୁଦ୍ଧା ମତଦାନ ନ୍ଦ୍ରେର ପୁନଃବ୍ୟବସ୍ଥାପନ ବା ପରିବର୍ତ୍ତନ, ୧୫ତାରିଖରେ ସମନ୍ୱିତ ଚିଠା ଭୋଟର ତାଲିକା ପ୍ରକାଶ କରି ସେହିଦିନଠୁ ସେପ୍ଟେମ୍ବର ୨୯ତାରିଖ ପର୍ୟ୍ୟନ୍ତ ଏହା ଉପରେ ଦାବି ଓ ଆପତ୍ତି ଦାଖଲ ଆହ୍ୱାନ, ଅକ୍ଟୋବର ୭ସୁଦ୍ଧା ଦାବି ଓ ଆପତ୍ତିର ସମାଧାନ ଏବଂ ଅକ୍ଟୋବର ୯ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ନିମନ୍ତେ ନିର୍ବାଚନ କମିଶନ କାର୍ୟ୍ୟସୂଚୀ ଜାରି କରିଛନ୍ତି ।ରାଜ୍ୟରେ ବିଜେଡିର ୨୪ବର୍ଷର ଶାସନର ପତନ ପରେ ବିଗତ ୧୫ମାସ ଧରି କ୍ଷମତାସୀନ ବିଜେପି ସରକାର ପାଇଁ ଏହା ପ୍ରଥମ ବିଧାନସଭା ଉପନିର୍ବାଚନ । ଏହି ଉପନିର୍ବାଚନକୁ ଜିତିବା ପାଇଁ ବିଜେପି ସମେତ ବିଜେଡି ଓ କଂଗ୍ରେସ ମଧ୍ୟ ନିଜର ରଣନୀତି ଚୂଡ଼ାନ୍ତ କରିବାରେ ଲାଗିଛନ୍ତି । ଯଦିଓ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇନାହିଁ ଓ ଏହା ଅକ୍ଟୋବର ଶେଷ କିମ୍ବା ନଭେମ୍ବର ପ୍ରଥମ ସପ୍ତାହରେ ହେବାର ସମ୍ଭାବନା ରହିଛି ତାକୁ ଦୃଷ୍ଟିରେ ରଖି ୩ ପ୍ରମୁଖ ଦଳ ନିଜ ନିଜର ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ କରିଦେଇଥିବା ସୂଚନା ମିଳିଛି ।

  • Related Posts

    ବନ୍ୟା ପ୍ରଭାବିତଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦଶସୂତ୍ରୀ ପ୍ୟାକେଜ ଘୋଷଣା

    ପ୍ରାରମ୍ଭିକ ଆକଳନ ଅନୁଯାୟୀ ୧୦୦୦ କୋଟି ଟଙ୍କାର ସ୍ୱତନ୍ତ୍ର ସହାୟତା ପ୍ୟାକେଜ ପ୍ରଭାବିତ ଚାଷୀମାନଙ୍କୁ ୨ ହେକ୍ଟର ପର୍ଯ୍ୟନ୍ତ କୃଷି ଇନପୁଟ୍‌ ସବସିଡି ସହାୟତା ପ୍ରଦାନ କରାଯିବ କ୍ଷତିଗ୍ରସ୍ତ ଚାଷୀଙ୍କୁ ଧାନ ଓ ଅଣଧାନ ବିହନ କ୍ରୟ ପାଇଁ DBT ମାଧ୍ୟମରେ…

    Continue reading
    ୨୮ରେ ମିଳିବ ସୁଭଦ୍ରାର ୫ମ କିସ୍ତି, ନୟାଗଡ଼ରେ ରାଜ୍ୟସ୍ତରୀୟ ସୁଭଦ୍ରା ସମାବେଶ

    ଭୁବନେଶ୍ବର: ସୁଭଦ୍ରା ହିତାଧିକାରୀଙ୍କ ପାଇ ଖୁସି ଖବର। ଆସନ୍ତା ୨୮ ତାରିଖ ରାକ୍ଷୀ ପୂର୍ଣ୍ଣମୀରେ ମିଳିବ ସୁଭଦ୍ରାର ୫ମ କିସ୍ତି। ନୟାଗଡ଼ରେ ରାଜ୍ୟସ୍ତରୀୟ ସମାବେଶରେ ଏହି ଟଙ୍କା ପ୍ରଦାନ କରାଯିବ। ଏ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଓଡ଼ିଶା ସରକାରଙ୍କ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ