କନ୍ୟା ସନ୍ତାନ ସୁରକ୍ଷା ଉପରେ ରାଜ୍ୟସ୍ତରୀୟ ଜୁଭେନାଇଲ୍‌ ଜଷ୍ଟିସ୍‌ ପରାମର୍ଶ କର୍ମଶାଳା

କଟକ/ଭୁବନେଶ୍ୱର,୧୩/୦୯: ଓଡ଼ିଶା ହାଇକୋର୍ଟର ଜୁଭେନାଇଲ୍‌ ଜଷ୍ଟିସ୍‌ କମିଟି, ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ୟୁନିସେଫ୍‌ର ମିଳିତ ଆନୁକୂଲ୍ୟରେ ‘କନ୍ୟା ଶିଶୁ ସୁରକ୍ଷା: ଭାରତରେ କନ୍ୟା ସନ୍ତାନଙ୍କ ପାଇଁ ଏକ ସୁରକ୍ଷିତ ଏବଂ ସକ୍ଷମ ପରିବେଶ’ ଶୀର୍ଷକ ଏକ ରାଜ୍ୟସ୍ତରୀୟ ଜୁଭେନାଇଲ୍‌ ଜଷ୍ଟିସ୍‌ ପରାମର୍ଶ କର୍ମଶାଳା ଆୟୋଜିତ ହୋଇଯାଇଛି । ଆଜି କଟକର ଓଡ଼ିଶା ଜୁଡିସିଆଲ୍‌ ଏକାଡେମୀରେ ଆୟୋଜିତ ଏହି କର୍ମଶାଳାକୁ ଉଦ୍‌ଘାଟନ କରି ମାନ୍ୟବର ମୁଖ୍ୟ ବିଚାରପତି ଶ୍ରୀ ହରିଶ ଟଣ୍ଡନ୍‌ ହିଂସା, ବାଲ୍ୟବିବାହ ଏବଂ ଶୋଷଣରୁ କନ୍ୟାମାନଙ୍କୁ ସୁରକ୍ଷା ଦେବା ପାଇଁ ଦୃଢ଼ ସଂସ୍ଥାଗତ ବ୍ୟବସ୍ଥା ଏବଂ ଗୋଷ୍ଠୀ-ଆଧାରିତ ପ୍ରୟାସ ଉପରେ ଗୁରୁତ୍ୱାରୋପ କରିଛନ୍ତି । ସେ ତାଙ୍କର ବ୍ୟକ୍ତିଗତ ଅନୁଭୂତି ବର୍ଣ୍ଣନା କରିବା ସହ ବାଲ୍ୟବିବାହ ନିଷେଧ ଆଇନ, ୨୦୦୬ ଏବଂ କିଶୋର ନ୍ୟାୟ (ଶିଶୁଙ୍କ ଯତ୍ନ ଏବଂ ସୁରକ୍ଷା) ଆଇନ, ୨୦୧୫ର ବିଭିନ୍ନ ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ । ବୈଷୟିକ ଅଧିବେଶନରେ ହେବାକୁ ଥିବା ଆଲୋଚନା କନ୍ୟାମାନଙ୍କୁ ଏକ ସୁରକ୍ଷିତ ଏବଂ ସକ୍ଷମ ପରିବେଶ ସୁନିଶ୍ଚିତ କରିବା ପାଇଁ ମାର୍ଗ ପ୍ରଶସ୍ତ କରିବ ବୋଲି ସେ ଆଶା ପ୍ରକାଶ କରିଥିଲେ ।

  • Related Posts

    ଲାଞ୍ଚ ନେଇ ଧରାପଡ଼ିଲେ ରାଜସ୍ୱ ନିରୀକ୍ଷକ

    ଭୁବନେଶ୍ୱର: ଜାତି ସାର୍ଟିଫିକେଟ୍ କରାଇଦେବା ପାଇଁ ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଲକାନଗିରି ଜିଲ୍ଲା ଝରାପାଲି ପଞ୍ଚାୟତର ରାଜସ୍ୱ ନିରୀକ୍ଷକ (RI) ସୁରଜବାଲା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଜଣେ ଯୁବକଙ୍କ ଜାତି ସାର୍ଟିଫିକେଟ୍ କରାଇଦେବା ପାଇଁ ସୁରଜ ବାଲା…

    Continue reading
    ସୁପ୍ରିମକୋର୍ଟ​‌ରେ ଡିଜିପି ନିଯୁକ୍ତି ମାମଲା : ପକ୍ଷ ରଖିଲେ ଓଡିଶା ସରକାର

    ଭୁବନେଶ୍ବର: ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲାର ମଙ୍ଗଳବାର ଶୁଣାଣି ହୋଇଥିଲା। ଏଥିରେ ଓଡିଶା ସରକାର ନିଜ ପକ୍ଷ ରଖିଛନ୍ତି। ତେବେ ସେପ୍ଟେମ୍ବର ୨ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି।ଓଡିଶାରେ ଡିଜିପି ଚୟନକୁ ନେଇ ଆପତ୍ତି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ