ଆଜି ଭାରତ-ପାକିସ୍ତାନ ମୁକାବିଲା

ଦୁବାଇ : ଚଳିତ ଏସିଆ କପ୍‌ରେ ଠିକ୍‌ ସପ୍ତାହକ ପରେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ମଧ୍ୟରେ ପୁଣି ମୁକାବିଲା ହେବ। ଆଜି ଉଭୟ ଦଳ ସେମାନଙ୍କ ପ୍ରଥମ ସୁପର-୪ ମ୍ୟାଚ୍‌ ଖେଳିବେ। ସ୍ବାଭାବିକ ଭାବେ ଉଭୟ ଦଳ ପ୍ରଥମ ମ୍ୟାଚ୍‌ ଜିତି ଫାଇନାଲ ଆଡ଼କୁ ପାଦ ବଢ଼ାଇବାକୁ ଚାହିଁବେ।ଗତ ୧୪ରେ ଲିଗ୍‌ ପର୍ୟ୍ୟାୟରେ ପାକିସ୍ତାନକୁ ଭାରତ ସହଜରେ ୭ ୱିକେଟ୍‌ରେ ପରାସ୍ତ କରିଥିଲା। ତେବେ ଉକ୍ତ ମ୍ୟାଚ୍‌ର ଫଳାଫଳ ଅପେକ୍ଷା ବିବାଦୀୟ ପରିସ୍ଥିତି କ୍ରିକେଟ୍‌ ଦୁନିଆରେ ଆଲୋଡ଼ନ ସୃଷ୍ଟି କରିଥିଲା। ଟସ୍‌ ପରେ ଦୁଇ ଅଧିନାୟକ ସୂର୍ୟ୍ୟକୁମାର ଯାଦବ ଓ ସଲ୍‌ମାନ ଆଗା ହାତ ମିଳାଇ ନଥିଲେ। ମ୍ୟାଚ ଶେଷ ପରେ ମଧ୍ୟ ଭାରତୀୟ ଖେଳାଳି ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇନଥିଲେ। ପାକିସ୍ତାନ କ୍ରିକେଟ ବୋର୍ଡ ମ୍ୟାଚ ରେଫରୀ ଆଣ୍ଡି ପାଇକ୍ରଫ୍ଟଙ୍କୁ ହଟାଇବା ଲାଗି ଦାବି କରିଥିଲା।ପୁଣି ପାକିସ୍ତାନକୁ ହରାଇବା ପରେ ସୂର୍ୟ୍ୟକୁମାର ପହଲଗାଓଁ ଆକ୍ରମଣ ଓ ଅପରେସନ୍ ସିନ୍ଦୂର ପ୍ରସଙ୍ଗ ଉଠାଇବାକୁ ପାକିସ୍ତାନ ସହଜରେ ଗ୍ରହଣ କରିନଥିଲା। ଏପରି ସ୍ଥିତିରେ ରବିବାର ଉଭୟ ଦଳ ପୁଣି ମୁହାଁମୁହିଁ ହେବାକୁ ଯାଉଥିବା ବେଳେ ଉଭୟ ଦଳର ଖେଳାଳି ପ୍ରଥମ ମ୍ୟାଚ୍‌ କଥା ଭୁଲିନଥିବେ। ତେଣୁ ମ୍ୟାଚ୍‌ରେ ଉତ୍ତେଜନା ରହିବ ନିଶ୍ଚୟ। ଏପରି ସ୍ଥିତିରେ ମ୍ୟାଚ୍‌ ଜିତି ପରସ୍ପରଙ୍କୁ କଡ଼ା ଜବାବ ଦେବାକୁ ଉଭୟ ଦଳ ଚାହିଁବେ।ଏହି କାରଣରୁ ରବିବାରର ମୁକାବିଲା ଆହୁରି ରୋଚକ ହୋଇଯାଇଛି। ତେବେ ପଡ଼ିଆ ବାହାରର ପ୍ରସଙ୍ଗକୁ ଭୁଲି ଉଭୟ ଦଳ କ୍ରିକେଟ୍‌ ଉପରେ ଧ୍ୟାନ କେନ୍ଦ୍ରୀତ କରିବାକୁ ଚାହିଁବେ। ସୁପର-୪ ମୁକାବିଲା ସମସ୍ତ ଦଳଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ। ସାରା କ୍ରିକେଟ୍‌ ଦୁନିଆର ନଜର ଏହି ମ୍ୟାଚ୍‌ ଉପରେ ରହିବ। ତେବେ ଉଭୟ ଦଳର ସାମର୍ଥ୍ୟକୁ ଦେଖିଲେ ଭାରତ ଏହି ମ୍ୟାଚ୍‌ ଜିତିବାକୁ ଫେଭରିଟ୍‌। ଜିତିବାକୁ ହେଲେ ପାକିସ୍ତାନକୁ କିଛି ଚମତ୍କାର କ୍ରିକେଟ୍‌ ଖେଳିବାକୁ ପଡ଼ିବ। ଉଭୟ ବ୍ୟାଟିଂ ଓ ବୋଲିଂରେ ପାକିସ୍ତାନ ଦୁର୍ବଳ ମନେହେଉଛି।ପାକିସ୍ତାନର କୌଣସି ବ୍ୟାଟ୍‌ସମ୍ୟାନ୍ ୩ଟି ମ୍ୟାଚ୍‌ରୁ ମୋଟ ୧୦୦ ରନ୍‌ କରି ପାରିନାହାନ୍ତି। ମହମ୍ମଦ ହାରିସ୍‌ ଓ ଫଖର ଜମାନ ଅର୍ଦ୍ଧଶତକ ମାରିଛନ୍ତି; ତାହା ପୁଣି ଦୁର୍ବଳ ଓମାନ୍ ଓ ୟୁଏଇ ବିପକ୍ଷରେ। ସାହେବଜାଦା ଫରହାନଙ୍କ ଷ୍ଟ୍ରାଇକ୍‌ରେଟ୍‌ ୯୦ରୁ କମ୍‌। ଏ ତିନି ଜଣଙ୍କୁ ଛାଡ଼ି କେହି ମୋଟ ୨୫ ରନ୍‌ ମଧ୍ୟ କରିନାହାନ୍ତି। ପାକିସ୍ତାନର ବୋଲିଂ ପ୍ରଦର୍ଶନ ଆହୁରି ଦୁର୍ବଳ। କାମଚଳା ଅଫ୍‌ସ୍ପିନର ସୈମ୍ ଆୟୁବ ସର୍ବାଧିକ ୬ଟି ୱିକେଟ୍‌ ନେଇଛନ୍ତି। ମହମ୍ମଦ ନୱାଜ୍‌ଙ୍କୁ ପାକିସ୍ତାନ ପ୍ରଶିକ୍ଷକ ମାଇକ୍ ହେସନ୍ ବିଶ୍ବର ସର୍ବଶ୍ରେଷ୍ଠ ସ୍ପିନର କହିଥିବା ବେଳେ ସେ ୩ଟି ମ୍ୟାଚ୍‌ରୁ ମାତ୍ର ଗୋଟିଏ ୱିକେଟ୍‌ ନେଇଛନ୍ତି। ତେବେ ଶୁକ୍ରବାର ଓମାନ୍ ବିପକ୍ଷ ଶେଷ ଲିଗ୍‌ ମ୍ୟାଚ୍‌ରେ ଭାରତ ଯେପରି ପ୍ରଦର୍ଶନ କରିଥିଲା; ପାକିସ୍ତାନକୁ ଏହା ଆତ୍ମବିଶ୍ବାସ ଦେବ। ଭାରତୀୟ ବୋଲର ଓମାନ୍‌ର ମାତ୍ର ୪ଟି ୱିକେଟ୍‌ ନେଇ ପାରିଥିଲେ ଏବଂ ୧୬୭ ରନ୍‌ ଦେଇଥିଲେ। ଭାରତ ମାତ୍ର ଗୋଟିଏ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ଓମାନ୍‌ର ୨ ଜଣ ଅର୍ଦ୍ଧଶତକ ମାରିଥିଲେ।ଶୁଭମନ ଗିଲ୍‌ଙ୍କୁ ବାମହାତି ପେସ୍‌ ବୋଲର ଶାହା ଫୈଜଲ ବୋଲ୍‌ଡ କରିବା ପରେ ଅନ୍ୟ ବ୍ୟାଟ୍‌ସମ୍ୟାନଙ୍କୁ ନିୟମିତ ବିଟ୍‌ କରିଥିଲେ। ଭାରତ ଯଶପ୍ରୀତ ବୁମ୍‌ରା ଓ ବରୁଣ ଚକ୍ରବର୍ତ୍ତୀଙ୍କୁ ବିଶ୍ରାମ ଦେଇଥିବା ବେଳେ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଦୁହେଁ ଖେଳିବେ। ଓମାନ୍ ବିପକ୍ଷ ମ୍ୟାଚ୍‌ରେ ମୁଣ୍ଡରେ ଆଘାତ ପାଇଥିବା ଅକ୍ଷର ପଟେଲ ଯଦି ଫିଟ୍‌ ନ ହୁଅନ୍ତି; ତାଙ୍କ ସ୍ଥାନରେ ଅର୍ଶଦୀପ ସିଂହ କିମ୍ବା ହର୍ଷିତ ରାଣା ଖେଳିପାରନ୍ତି। ଦୁବାଇରେ ପେସ୍‌ ବୋଲର ସହାୟତା ପାଇଥିବା ବେଳେ ଦୁବାଇରେ ସ୍ପିନରଙ୍କୁ ସହାୟତା ମିଳିବ। ପାକିସ୍ତାନର ସ୍ପିନ୍ ଆକ୍ରମଣ ମଧ୍ୟ ଶକ୍ତିଶାଳୀ ଅଛି।

  • Related Posts

    ବିଶ୍ବ ପାରା ତୀରନ୍ଦାଜୀ ସିରିଜ୍‌,ବିଶ୍ବ ଚମ୍ପିଆନ୍‌ଙ୍କୁ ହରାଇ ପାୟଲଙ୍କୁ ସ୍ବର୍ଣ୍ଣ

    ବଲାଙ୍ଗିର: ବ୍ୟାଙ୍ଗକକ୍‌ରେ ଚାଲିଥିବା ବିଶ୍ବ ପାରା ତୀରନ୍ଦାଜୀ ସିରିଜ୍‌ରେ କ୍ରମାଗତ ୨ୟ ଦିନ​‌ରେ ଦେଶ ପାଇଁ ୨ୟ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଓଡ଼ିଆ ଝିଅ ପାୟଲ ନାଗ। ଶନିବାର ଫାଇନାଲରେ ୧୮ ବର୍ଷ ବୟସ୍କା ପାୟଲ ମହିଳା କମ୍ପାଉଣ୍ଡ ବ୍ୟକ୍ତିଗତ ବର୍ଗରେ…

    Continue reading
    ୱାର୍ଲ୍ଡ ଆଥେଲେଟିକ୍ସ ଚମ୍ପିଅନସିପ ୨୦୨୮; ଆୟୋଜନ ପାଇଁ ପ୍ରସ୍ତୁତ ଓଡି଼ଶା, କାଉଣ୍ଟଡାଉନ ଆରମ୍ଭ

    ଭୁବନେଶ୍ବର: ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଆୟୋଜନ ହେବ ୱାର୍ଲ୍ଡ ଆଥେଲେଟିକ୍ସ ଚମ୍ପିଅନସିପ ୨୦୨୮ । ଏହି ବିଶ୍ୱସ୍ତରୀୟ ପ୍ରତିଯୋଗିତା ଆୟୋଜନ ପାଇଁ ଓଡିଶା ପ୍ରସ୍ତୁତ ରହିଛି । ଅନ୍ତର୍ଜାତୀୟ ପ୍ରତିଯୋଗିତା ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ