ପୁଣି ପାକିସ୍ତାନକୁ ହରାଇଲା ଭାରତ

ଦୁବଇ :ଏସିଆ କପ୍‌ କ୍ରିକେଟ୍‌ର ସୁପର ୪ ମ୍ୟାଚରେ ଭାରତର ଦମ୍‌ଦାର ବିଜୟ ହୋଇଛି । ପାକିସ୍ତାନକୁ ପୁଣି ଥରେ ଭାରତ ପରାସ୍ତ କରିଛି । ଟସ୍‌ ଜିତି ଭାରତ ବୋଲିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲା । ପାକିସ୍ତାନର ଓପନିଂ ବ୍ୟାଟର୍‌ ଭଲ ଖେଳ ପ୍ରଦର୍ଶନ କରିଥିଲେ । ମାତ୍ର ଭାରତ ବୋଲରମାନ ପାକିସ୍ତାନର ମିଡିଲ୍‌ ଅଡର୍‌କୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଥିଲେ । ପାକିସ୍ତାନର ଓପନର୍‌ ସାହିବଜାଦା ଫରହାନ୍‌ ସର୍ବାଧିକ ୫୮ ରନ୍‌ କରିଥିଲେ । ଅନ୍ୟ କୌଣସି ବ୍ୟାଟର୍‌ ଏତେ ଭଲ ଖେଳର ପ୍ରଦର୍ଶନ କରିପାରି ନଥିଲେ ।ଭାରତର ଶିବମ୍‌ ଦୁବେ ୨ଟି ଓ୍ୱିକେଟ୍‌ ନେଇଥିବା ବେଳେ ହାର୍ଦିକ ପାଣ୍ଡ୍ୟା ଓ କୁଳଦୀପ ଜାଦବ ଗୋଟିଏ ଲେଖାଏଁ ଓ୍ୱିକେଟ୍‌ ନେଇଥିଲେ । ୨୦ ଓଭର୍‌ରେ ପାକିସ୍ତାନ ୫ ଓ୍ୱିକେଟ୍‌ ହରାଇ ୧୭୧ ରନ୍‌ କରିଥିଲା ।
ଏହାର ଜବାବରେ ଭାରତର ଓପନର୍‌ ବେଶ୍‌ ଭଲ ଖେଳ ପ୍ରଦର୍ଶନ କରିଥିଲେ । ଓପନର୍‌ ଅଭିଷେକ୍‌ ଶର୍ମା ସର୍ବାଧିକ ୭୪ ରନ୍‌ କରିଥିଲେ । ଶୁଭମନ୍‌ ଗିଲ୍‌ ୪୭ ରନ୍‌ର ଯୋଗଦାନ କରିଥିଲେ । ଭାରତ ୧୮.୫ ଓଭର୍‌ରେ ୪ ଓ୍ୱିକେଟ୍‌ ହରାଇ ୧୭୪ ରନ୍‌ ସଂଗ୍ରହ କରିଥିଲା। ୬ ଓ୍ୱିକେଟ୍‌ରେ ଭାରତ ଏହି ମ୍ୟାଚ୍‌ରେ ବିଜୟୀ ହୋଇଛି ।

  • Related Posts

    ଏସୀୟ କ୍ରୀଡା ; ହାରିଲା ପାକିସ୍ତାନ; ଟିମ୍ ଇଣ୍ଡିଆ ଜିତିଲା ସ୍ୱର୍ଣ୍ଣ ପଦକ

    ନୂଆଦିଲ୍ଲୀ : ଏସୀୟ କ୍ରୀଡାରେ ଇତିହାସ ରଚିଲା ଭାରତ। କ୍ରିକେଟରେ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ। ଫାଇନାଲରେ ପାକିସ୍ତାନକୁ ହରାଇ ସୁନା ଜିତିଲା ଟିମ୍ ଇଣ୍ଡିଆ। ଲଗାତାର ୨ୟ ଥର ପାଇଁ ସ୍ୱର୍ଣ୍ଣ ପଦକ ହାତେଇଲା ଭାରତ। ୧୯ ରନରେ ପାକିସ୍ତାନକୁ…

    Continue reading
    ଲଭଲିନା ରଚିଲେ ଇତିହାସ, ମେରି କମଙ୍କ ପରେ ସ୍ବର୍ଣ୍ଣ ଜିତିଥିବା ଦ୍ବିତୀୟ ଭାରତୀୟ

    ଭାରତୀୟ ବକ୍ସର ଲଭଲିନା ବୋରଗୋହେନ ୨୦୨୬ ଏସୀୟ କ୍ରୀଡ଼ାରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି । ମହିଳା ୭୫ କିଲୋଗ୍ରାମ ବର୍ଗର ଫାଇନାଲରେ ଚୀନର ବକ୍ସର ବାଓ ଜିୟିଙ୍କୁ ୫-୦ରେ ପରାସ୍ତ କରିଛନ୍ତି । ପ୍ରଥମ ଦୁଇ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ