ଘୁ.ଉଦୟଗିରି,24।09:ଦ୍ବିତୀୟ ଥର ଭୂସ୍ଖଳନ ଓ ପଥର ଖସିବା ପରେ କଳିଙ୍ଗା ଘାଟି ରାସ୍ତା ପୁନରୁଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି। ଆସନ୍ତା ୩୦ତାରିଖ ପର୍ଯ୍ୟନ୍ତ ଖୋଲିପାରିବନି କଳିଙ୍ଗା ଘାଟି ରାସ୍ତା। ଏହି ରାସ୍ତା ଦେଇ ଯାତାୟାତ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ ବୋଲି କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ ସୂଚନା ଦେଇଛନ୍ତି। ଗତକାଲି ଦ୍ୱିତୀୟ ଥର ପାଇଁ ଭୂସ୍ଖଳନ ହୋଇଥିବା ବେଳେ ଆଜି ଜିଲ୍ଲାପାଳ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ବିଭାଗୀୟ ଅଧିକାରୀମାନଙ୍କ ସହ ବିଶଦ ଆଲୋଚନା କରିଥିଲେ। ବର୍ତ୍ତମାନ ସୁଦ୍ଧା ବାଟଚଲା ରାସ୍ତା ନିର୍ମାଣ ହୋଇପାରିଛି। କିନ୍ତୁ ତାହା ମଧ୍ୟ ବିପଦପୂର୍ଣ୍ଣ ସାଜିବ। ଆଗକୁ ଆହୁରି ଲଘୁଚାପଜନିତ ବର୍ଷାର ସମ୍ଭାବନା ରହିଛି। ରାସ୍ତା ତିଆରି ସମ୍ପୂର୍ଣ୍ଣ ନହେବା ପର୍ଯ୍ୟନ୍ତ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ। ଏହାସହ କିଛି ବଡ଼ ପଥର ପାହାଡ଼ରେ ଅଟକି ରହିଛି। ସେଗୁଡ଼ିକୁ କିପରି ତଳକୁ ଖସା ଯାଇପାରିବ ଏଥିପାଇଁ ବାହାରୁ ଦୁଇଟି ଟିମ୍ ଭଞ୍ଜନଗର ଏବଂ ସୋନପୁରରୁ ଆସୁଛନ୍ତି। ସେମାନଙ୍କ ପରାମର୍ଶ ଅନୁଯାୟୀ ପାହାଡ଼ରୁ ପଥର ଖସାଯାଇ କାମ ତ୍ୱରାନ୍ୱିତ କରାଯିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ବଡ଼ ପଥର ବିପଦସଙ୍କୁଳ ଅବସ୍ଥାରେ ରହିଥିବା ଆଜି ଉଭୟପଟୁ ବାହାର କରିବା କାମ ଆରମ୍ଭ ହୋଇଛି। ଅସ୍ଥାୟୀ ଭାବେ ଉଭୟ ପଟକୁ ସଂଯୋଗ କରିବା ପାଇଁ ପ୍ରଶାସନ ପକ୍ଷରୁ ପୟାସ କରାଯାଉଥିବା ବେଳେ ବର୍ଷା ଏହି କାର୍ଯ୍ୟରେ ବାଧକ ସାଜୁଛି। ଘାଟିର ଏକାଧିକ ସ୍ଥାନରେ ରାସ୍ତା ଧୋଇ ହୋଇଯାଇଛି। ଭୂସ୍ଖଳନ ସ୍ଥଳ ସମେତ ଘାଟି ତଳ ପାଖରେ ଅନେକ ସ୍ଥାନରେ ପଥର ଓ ମାଟି ଅତଡ଼ା ଖସି ବିପଦପୂର୍ଣ୍ଣ ଭାବେ ରହିଛି। ଭୂସ୍ଖଳନ ସ୍ଥଳଠାରୁ ପ୍ରାୟ ୬୦ରୁ ୭୦ ମିଟର ତଳକୁ ଏକ ବୁଲାଣି ନିକଟରେ ଥିବା କଲଭର୍ଟ ତଳୁ ବାଲି ଓ ମାଟି ସବୁ ଧୋଇ ହୋଇଯାଇଛି। କେଉଁ ସମୟରେ ବି ଭୁଶୁଡ଼ିବା ଆଶଙ୍କା ରହିଛି। ବଡ଼ପଥରକୁ ଫଟାଇ ରାସ୍ତା ବାହାର କରିବାକୁ ଯୋଜନା ହେଉଥିବା ବେଳେ ପ୍ରତିକୂଳ ପାଗ ବାଧକ ସାଜୁଛି। ବିକଳ୍ପ ପନ୍ଥା ବାହାର କରିବା ନିମନ୍ତେ ଜାତୀୟ ରାଜପଥ ବିଶେଷଜ୍ଞଙ୍କ ପରାମର୍ଶ ନିଆଯିବ ବୋଲି ଜଣାପଡ଼ିଛି।
ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ନବୀକରଣ ଓ ନୂତନ ଉଦ୍ୟୋଗ ପ୍ରତିଯୋଗିତା
ରାଇକିଆ: ରାଇକିଆ ସ୍ଥିତ ଜୀବନ ଜ୍ୟୋତି ମହାବିଦ୍ୟାଳୟ ପରିସରରେ ନବୀକରଣ ଓ ନୂତନ ଉଦ୍ୟୋଗ ପ୍ରଶିକ୍ଷଣ ତଥା ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ଉମାକାନ୍ତ ରଥଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛାତ୍ରୀଛାତ୍ରମାନେ ନିଜସ୍ୱ ଉଦ୍ଭାବନ ଓ ନୂତନ…




