ଏବିଭିପିର ରାଜ୍ୟ ବ୍ୟାପୀ ଆନ୍ଦୋଳନ

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଓଡ଼ିଶା ତରଫରୁ ସମସ୍ତ କ୍ୟାମ୍ପସ ୟୁନିଟ ଦ୍ୱାରା କାର୍ୟ୍ୟକର୍ତ୍ତା ମାନଙ୍କୁ ନେଇ କ୍ୟାମ୍ପସର ସମସ୍ତ ପ୍ରକାର ସମସ୍ୟାକୁ ନେଇ କଲେଜରେ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ସ୍ଥାନରେ ଆନ୍ଦୋଳନ ହୋଇଛି ।ଏହା ସହିତ ସାରା ଓଡ଼ିଶାରେ ୫୦୦ ରୁ ଉର୍ଦ୍ଧ କ୍ୟାମ୍ପସରେ ବିପର୍ୟ୍ୟସ୍ତ ଶିକ୍ଷା ସ୍ଥିତି ବିରୁଦ୍ଧରେ ଆନ୍ଦୋଳନ କରିବ ଏବିଭିପି । ବିଭିନ୍ନ ଦାବି ଦ୍ଵାରା ବିକ୍ଷୋଭ ପ୍ରଦର୍ଶନ କରିବ ଏବିଭିପି ।ଦାବି ଗୁଡ଼ିକ ହେଉଛି ।ପ୍ରତ୍ୟେକ କ୍ୟାମ୍ପସ ପାଇଁ ଉପଯୁକ୍ତ ସୁରକ୍ଷା ଏବଂ ସମ୍ପୂର୍ଣ୍ଣ ବାଡ଼ ଆବଶ୍ୟକ ।କଲେଜର ଉପଯୁକ୍ତ ପରିମଳକରଣ ସହିତ ପୁଅ ଏବଂ ଝିଅ ଉଭୟଙ୍କ ପାଇଁ ସଫା ଶୌଚାଳୟ ଏବଂ କମନ ରୁମ୍ ଆବଶ୍ୟକ ।ପାଠାଗାରରେ ପର୍ୟ୍ୟାପ୍ତ ପୁସ୍ତକ ସହିତ ଇ-ଲାଇବ୍ରେରୀ ସ୍ଥାପନ। ପୋଷ୍ଟ ମାଟ୍ରିକ ମେଧାବୃତ୍ତି ଠିକ୍ ସମୟରେ ନ ମିଳିବା କାରଣରୁ ବହୁତ୍ ଗରିବ ବିଦ୍ୟାର୍ଥୀ କଷ୍ଟ ଅନୁଭବ କରୁଛନ୍ତି । ଏହା ଉଚିତ୍ ସମୟ ମଧ୍ୟରେ ପ୍ରଦାନ କରାଯିବା ଉଚିତ।ଛାତ୍ର ଛାତ୍ରୀଙ୍କ ସୁରକ୍ଷା ନିମିତ୍ତ କଲେଜ ପରିସରରେ ସିସିଟିଭି ବ୍ୟବସ୍ଥା କରାଯିବା ଦରକାର ।ଏଥି ସହିତ ଦୀର୍ଘଦିନ ଧରି ବନ୍ଦ ଥିବା ଛାତ୍ର ସଂସଦ ନିର୍ବାଚନର ତାରିଖକୁ ତୁରନ୍ତ ଘୋଷଣା କରାଯାଉ। ଖାଲି ପଡ଼ିଥିବା ଶିକ୍ଷକ ଏବଂ ଅଣଶିକ୍ଷକ ପଦବୀ ଯଥା ଶିଘ୍ର ପୁରାଣ କରାଯାଉ।କଲେଜ ଜମି କଲେଜ ନାମରେ ଜଥା ଶୀଘ୍ର ରାଜ୍ୟ ସରକାର ପଦକ୍ଷେପ ନିଅନ୍ତୁ ବୋଲି ସମସ୍ତ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ଜରିଆରେ ଉଚ୍ଚଶିକ୍ଷା ମନ୍ତ୍ରୀ ଙ୍କୁ ଏବିଭିପି ଦାବି ପ୍ରଦାନ୍ କରିବା ସହିତ ସବୁ କ୍ୟାମ୍ପସରେ ଏବିଭିପି ବିକ୍ଷୋଭ ପ୍ରଦର୍ଶନ କରିବ ।ଏହାର ସମାଧାନ ନହେଲେ ଉଗ୍ର ଆନ୍ଦୋଳନ ହେବା ସହିତ ବିଦ୍ୟାର୍ଥୀ ସମାଜ ରାଜ ରାସ୍ତାକୁ ଆସିବା ପାଇଁ ବାଧ୍ୟ ହେବେ ବୋଲି ରାଜ୍ୟ ସମ୍ପାଦକ ସୁଶ୍ରୀ ଦିପ୍ତିମୟୀ ପ୍ରତିହାରୀ ଦାବି କରିଛନ୍ତି ।

  • Related Posts

    ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ନବୀକରଣ ଓ ନୂତନ ଉଦ୍ୟୋଗ ପ୍ରତିଯୋଗିତା

    ରାଇକିଆ: ରାଇକିଆ ସ୍ଥିତ ଜୀବନ ଜ୍ୟୋତି ମହାବିଦ୍ୟାଳୟ ପରିସରରେ ନବୀକରଣ ଓ ନୂତନ ଉଦ୍ୟୋଗ ପ୍ରଶିକ୍ଷଣ ତଥା ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ଉମାକାନ୍ତ ରଥଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛାତ୍ରୀଛାତ୍ରମାନେ ନିଜସ୍ୱ ଉଦ୍ଭାବନ ଓ ନୂତନ…

    Continue reading
    ପାରାଦୀପ ବନ୍ଦରରେ ଜାହାଜ ଆରେଷ୍ଟ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

    କଟକ: ଏକ ଜାହାଜକୁ ଆରେଷ୍ଟ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସାମୁଦ୍ରିକ ବିବାଦ ସଂପର୍କିତ ଏକ ମାମଲାର ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି। ବ୍ୟାବସାୟିକ ବିବା‌ଦକୁ ନେଇ ବୋଇଲରମ୍ୟାନ ଲିମିଟେଡ ପକ୍ଷରୁ ଦାୟର ଆବେଦନର ହାଇକୋର୍ଟ ଶୁଣାଣି କରି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ