ଧାନ ଗବେଷଣା ଶାଖା ଖୋଲିବାକୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆନ୍ତର୍ଜାତିକ ଧାନ ଗବେଷଣା ଅନୁଷ୍ଠାନ ଓ ରାଜ୍ୟ ସରକାରଙ୍କ ସହଭାଗିତାରେ ଓଡ଼ିଶାରେ ଏହି ଅନୁଷ୍ଠାନର ଏକ ଗବେଷଣା ଶାଖା ଖୋଲିବାକୁ ସରକାରଙ୍କ ତରଫରୁ ସମସ୍ତ ପ୍ରକାରର ସାହାଯ୍ୟ ଯୋଗାଇ ଦିଆଯିବ ବୋଲି ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ପ୍ରତିଶ୍ରୁତି ଦେଇଛନ୍ତି। ଆଜି କୃଷି ଭବନ ପ୍ରେକ୍ଷାଳୟରେ ଶ୍ରୀ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ବିଜ୍ଞାନଭିତ୍ତିକ ଆଲୋଚନା ଚକ୍ରରେ ଫିଲିପାଇନ୍ସ, ମାନିଲା ସ୍ଥିତ ଆନ୍ତର୍ଜାତିକ ଧାନ ଗବେଷଣା ଅନୁଷ୍ଠାନର ମହାନିର୍ଦ୍ଦେଶିକା ଡଃ ୟୋଭୋନ ପିଣ୍ଟୋ ଧାନ ଗବେଷଣା କ୍ଷେତ୍ରରେ ନୂତନ ଦିଗ ଉପରେ ଆଲୋକପାତ କରିଥିଲେ। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡଃ ଅରବିନ୍ଦ କୁମାର ପାଢୀ, ଶ୍ରୀମତୀ ପିଣ୍ଟୋଙ୍କୁ ସ୍ୱାଗତ କରିବା ସହ ଏହି ଆଲୋଚନା ଚକ୍ରର ଆଭିମୁଖ ସମ୍ପର୍କରେ ଆଲୋକପାତ କରିଥିଲେ। ଉପମୁଖ୍ୟମନ୍ତ୍ରୀ ତାଙ୍କ ବକ୍ତବ୍ୟରେ ଓଡିଶାରେ ଧାନ ଚାଷର ଉତ୍ପତ୍ତି ଏବଂ ଆମ ସଂସ୍କୃତି ସହ ଧାନ ଚାଷର ସମ୍ପର୍କକୁ ବାଖ୍ୟା କରିଥିଲେ। କୋରାପୁଟ ଅଞ୍ଚଳରେ ଧାନର ବିଭିନ୍ନ ପାରମ୍ପରିକ ପ୍ରଜାତିର ଉପସ୍ଥିତି କିପରି ବିଶ୍ୱ ଧାନ ଚାଷ ମାନଚିତ୍ରରେ ଓଡିଶାକୁ ଗର୍ବିତ କରୁଛି ସେ ବିଷୟରେ ମତବ୍ୟକ୍ତ କରିଥିଲେ । ଡଃ ପିଣ୍ଟୋ ଓଡ଼ିଶା ସରକାରଙ୍କ ସହଯୋଗ ଓ ସହଭାଗିତାରେ ଆନ୍ତର୍ଜାତିକ ଧାନ ଗବେଷଣା ଅନୁଷ୍ଠାନ ଧାନ ଚାଷ ସହ ଜଡିତ ଅନେକ ସମସ୍ୟାକୁ ଓଡ଼ିଶା ଜଳବାୟୁରେ ଗବେଷଣା କରି ତା’ର ସମାଧାନ ନିର୍ଦ୍ଧାରଣ ଦିଗରେ ପଦକ୍ଷପ ମାନ ନେଇ ପାରୁଥିବାରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଥିଲେ। ଧାନ ଗବେଷଣା କ୍ଷେତ୍ରରେ ଜଳବାୟୁ ପରିବର୍ତ୍ତନ ସମସ୍ୟା, ପୁଷ୍ଟିକର ଧାନ ପ୍ରଜାତିର ବିକାଶ, ଧାନର ନୂତନ ପ୍ରଜାତିର ସୃଷ୍ଟି ଏବଂ ଧାନର ମୂଲ୍ୟଶୃଙ୍ଖଳର ସୃଷ୍ଟି ସହ ରପ୍ତାନି ଭିତ୍ତିକ ବଜାର ସୃଷ୍ଟି କରି ଧାନ ଚାଷ କ୍ଷେତ୍ରରେ ଓଡିଶାକୁ ଆଗେଇ ନେବାକୁ ପ୍ରତିଶ୍ରୁତି ଦେଇଥିଲେ। କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକପ୍ରେମ ଚନ୍ଦ୍ର ଚୌଧରୀ ଧନ୍ୟବାଦ ଦେଇଥିଲେ।

  • Related Posts

    ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର

    କୋଷାଗୁମୁଡ଼ା: ବୁଲା କୁକୁରର ଦୌରାତ୍ମ୍ୟ । ଘରେ ପଶି ଶୋଇଥିବା ଶିଶୁକୁ ଝୁଣି ଲହୁଲୁହାଣ କରିଦେଇଛି । ଶିଶୁର ମୁହଁ ସହ ଶରୀରର ବିଭିନ୍ନ ଅଂଶକୁ କାମୁଡ଼ି କ୍ଷତାକ୍ତ କରିଦେଇଛି । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା…

    Continue reading
    ବଡ଼ ଭାଇକୁ ହତ୍ୟା କଲା ସାନ

    ବ୍ରଜରାଜନଗର: ଝାରସୁଗୁଡ଼ାଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ କୁଶ୍ରାଲୋଇ ଖପରପଡ଼ା ଗାଁରେ ଭାଇ ହାତରେ ଭାଇର ହତ୍ୟା ଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣକ ଅଢାପଡା (ଖପରପଡ଼ା)ର ସୁଦର୍ଶନ ଓରାମ (୩୯) ଓ ଅଭିଯୁକ୍ତ ତାଙ୍କ ସାନ ଭାଇ କିଶୋର ଓରାମ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ