‘ବିକଶିତ ଭାରତ ଗଠନରେ ଯୁବଶକ୍ତିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ଭୁବନେଶ୍ୱର: ଭାରତ ଏକ ଯୁବ ରାଷ୍ଟ୍ର। ଯୁବ ଶକ୍ତି ହେଉଛି ରାଷ୍ଟ୍ରର ଶକ୍ତି। ବିବିଧତାରେ ଏକତା ରାଷ୍ଟ୍ରର ଶ୍ରେଷ୍ଠ ପରିଚୟ। ରାଜ୍ୟ ରାଜ୍ୟ ମଧ୍ୟରେ ସମ୍ପର୍କ ଯେତେ ବୃଦ୍ଧି ପାଇବ ଏବଂ ଜନସାଧାରଣଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନ ଯେତେ ଅଧିକ ହେବ ତାହା ରାଷ୍ଟ୍ରକୁ ସେତେ ସଶକ୍ତ ଓ ସମୃଦ୍ଧ କରିବ। ବିକଶିତ ଭାରତ ଗଠନରେ ଯୁବଗୋଷ୍ଠୀଙ୍କ ଏକ ମହତ୍ୱପୂର୍ଣ୍ଣ ଭୂମିକା ରହିଛି। ସେଥିପାଇଁ ରାଜ୍ୟ ରାଜ୍ୟ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଅଧିକରୁ ଅଧିକ ଯୁବ ଆଦାନ ପ୍ରଦାନ କାର୍ଯ୍ୟକ୍ରମକୁ ପ୍ରାଧାନ୍ୟ ଦେଇ ଆରମ୍ଭ କରାଯାଇଥିବା ଯୁବା ସଙ୍ଗମ କାର୍ଯ୍ୟକ୍ରମ ଯୁବ ଗୋଷ୍ଠୀଙ୍କ ମଧ୍ୟରେ ନୂତନ ଉତ୍ସାହ ଓ ଆଗ୍ରହ ସୃଷ୍ଟି କରିପାରିଛି ବୋଲି ରାଜ୍ୟପାଳ ରଘୁବର ଦାସ ପ୍ରକାଶ କରିଛନ୍ତି। ଆଜି ରାଜଭବନର ଅଭିଷେକ ହଲ୍‌ରେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ‘ଏକ ଭାରତ ଶ୍ରେଷ୍ଠ ଭାରତ’ର ବାର୍ତ୍ତା ଓ ସଂକଳ୍ପ ଅଧୀନରେ ଆରମ୍ଭ କରାଯାଇଥିବା ‘ଯୁବା ସଙ୍ଗମ’ କାର୍ଯ୍ୟକ୍ରମର ପଞ୍ଚମ ପର୍ଯ୍ୟାୟରେ ଓଡ଼ିଶା ରାଜ୍ୟ ପରିଦର୍ଶନରେ ଆସିଥିବା ମହାରାଷ୍ଟ୍ରର ୫୦ରୁ ଊର୍ଦ୍ଧ୍ୱ ଯୁବ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ପ୍ରତିନିଧି ଦଳଙ୍କୁ ଉଦ୍‌ବୋଧନ ଦେବା ଅବସରରେ ରାଜ୍ୟପାଳ ଦେଶରେ ପ୍ରଣୟନ କରାଯାଇଥିବା ଜାତୀୟ ଶିକ୍ଷାନୀତି ୨୦୨୦ ଦେଶର ସମୃଦ୍ଧ ବିବିଧତା ସମ୍ପର୍କରେ ପ୍ରତ୍ୟକ୍ଷ ଜ୍ଞାନ ଆହରଣ ଉପରେ ପ୍ରାଧାନ୍ୟ ଦେଇଥିବା ଉଲ୍ଲେଖ କରିବା ସହ ଦେଶର ଯୁବଗୋଷ୍ଠୀଙ୍କୁ ବର୍ତ୍ତମାନର ବୈଶ୍ୱିକ ଆହ୍ୱାନକୁ ମୁକାବିଲା କରିବା ପାଇଁ ଦକ୍ଷତା ବିକାଶ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି ବୋଲି କହିଥିଲେ। ମହାରାଷ୍ଟ୍ର ଯୁବ ପ୍ରତିନିଧି ଦଳ ସେମାନଙ୍କ ଗସ୍ତ ସମୟରେ ସଂସ୍କୃତି ସଂପନ୍ନ ଓଡ଼ିଶା ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ କରିପାରିବେ ବୋଲି ରାଜ୍ୟପାଳ କହିଥିଲେ। ଏହି କାର୍ଯ୍ୟକ୍ରମର ରାଜ୍ୟରେ ନୋଡାଲ ଅନୁଷ୍ଠାନ ଆଇଆଇଟି, ଭୁବନେଶ୍ୱରର ଛାତ୍ର ବ୍ୟାପାରର ଡିନ୍ ପ୍ରଫେସର ରାଜେଶ ରୋଶନ ଦାସ ଯୁବା ସଙ୍ଗମ କାର୍ଯ୍ୟକ୍ରମ ଓ ମହାରାଷ୍ଟ୍ର ଯୁବ ପ୍ରତିନିଧି ଦଳ ସମ୍ପର୍କରେ ପ୍ରାରମ୍ଭରେ ସଂକ୍ଷିପ୍ତରେ ସୂଚନା ପ୍ରଦାନ କରିଥିଲେ। ଅନୁରୂପଭାବେ ଓଡ଼ିଶାର ପଚାଶରୁ ଊର୍ଦ୍ଧ୍ୱ ପ୍ରତିନିଧି ଦଳ ବର୍ତ୍ତମାନ ଯୁବା ସଙ୍ଗମ କାର୍ଯ୍ୟକ୍ରମ ଅଧୀନରେ ମହାରାଷ୍ଟ୍ର ଗସ୍ତରେ ଅଛନ୍ତି।

  • Related Posts

    ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର

    କୋଷାଗୁମୁଡ଼ା: ବୁଲା କୁକୁରର ଦୌରାତ୍ମ୍ୟ । ଘରେ ପଶି ଶୋଇଥିବା ଶିଶୁକୁ ଝୁଣି ଲହୁଲୁହାଣ କରିଦେଇଛି । ଶିଶୁର ମୁହଁ ସହ ଶରୀରର ବିଭିନ୍ନ ଅଂଶକୁ କାମୁଡ଼ି କ୍ଷତାକ୍ତ କରିଦେଇଛି । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା…

    Continue reading
    ବଡ଼ ଭାଇକୁ ହତ୍ୟା କଲା ସାନ

    ବ୍ରଜରାଜନଗର: ଝାରସୁଗୁଡ଼ାଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ କୁଶ୍ରାଲୋଇ ଖପରପଡ଼ା ଗାଁରେ ଭାଇ ହାତରେ ଭାଇର ହତ୍ୟା ଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣକ ଅଢାପଡା (ଖପରପଡ଼ା)ର ସୁଦର୍ଶନ ଓରାମ (୩୯) ଓ ଅଭିଯୁକ୍ତ ତାଙ୍କ ସାନ ଭାଇ କିଶୋର ଓରାମ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ