ଭବାନୀପାଟଣା,30/09: ବହୁ ପ୍ରତୀକ୍ଷିତ ମାଁ ମାଣିକେଶ୍ବରୀଙ୍କ ପବିତ୍ର ଛତର ଯାତ୍ରା ଆଜି ଭୋର ସକାଳୁ ଆରମ୍ଭ ହୋଇଛି। ମାଁ ମାଣିକେଶ୍ଵରୀ, ମହାଷ୍ଟମୀ ମଧ୍ୟରାତ୍ରୀରେ ଗର୍ଭଗୃହରୁ ବାହାରି ଛତର ରୂପେ ସହରର ପଶ୍ଚିମ ଉପକଣ୍ଠରେ ଥିବା ୩କିମି ଦୂର ଜେନାଖାଲ ଅଭିମୁଖେ ବାରିଛନ୍ତି। ଗୁପ୍ତ ପୂଜା ସାରି ଫେରିଲା ବାଟରେ ପାହାନ୍ତିଆରୁ ମାଁଙ୍କ ଛତରର ମୁହୁର୍ତ୍ତକର ଝଲକ୍ ପାଇଁ ଶ୍ରଦ୍ଧାଳୁ, ଭକ୍ତ, ମାନସିକଧାରୀଙ୍କ ବ୍ୟାକୁଳତା ଭକ୍ତଙ୍କୁ ଉତ୍ସାହିତ କରୁଛି। ଆସନ୍ତାକାଲି ମାଁ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରାକୁ ନେଇ କଳାହାଣ୍ଡି ପୁଲିସ ପକ୍ଷରୁ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା ରହିଛି। ସାଢେ ଚାରିଲକ୍ଷ ଲୋକଙ୍କ ଆକଳନ କରିଛନ୍ତି ପ୍ରଶାସନ। ୧୩ ପ୍ଳାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି। ୨୫ଟି ଛକରେ ଟ୍ରାଫିକ ନିୟନ୍ତ୍ରଣ କରାଯାଇଛି। ୩୫ଟି ସିସିଟିଭି କ୍ୟାମେରା ଟାଉନଥାନା କଂଟ୍ରୋଲ ରୁମରୁ କଂଟ୍ରୋଲ କରାଯାଉଛି। ସେହିଭଳି ୨୨ଟି ଘଣ୍ଟଦଳ ୨୨ ଲୋକେସନରେ ପୁଲିସ ନିୟନ୍ତ୍ରଣରେ ରହିଛନ୍ତି। ଯାତ୍ରା ଶାନ୍ତିଶୃଙ୍ଖଳାର ସହ ଆୟୋଜନ ପାଇଁ ବ୍ୟାପକ ପରିମାଣରେ ପୁଲିସ ଫୋର୍ସ ନିୟୋଜିତ ଅଛନ୍ତି। ଭିଡ଼କୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ସିସିଟିଭି ବ୍ୟବସ୍ଥା କରାଯାଇଛି। ଡ୍ରୋନ କ୍ୟାମେରା ଦ୍ବାରା ସମସ୍ତ ଗତିବିଧିକୁ ରେକର୍ଡ କରାଯିବ। ଆଖି ଛଳ ଛଳ ହୋଇଯାଇଥିଲା। ଅନେକ ଆଶା ଥିବ, ବିଭିନ୍ନ ପାରମ୍ପାରିକ ବାଦ୍ୟର ତାଳେତାଳେ ମାଁଙ୍କୁ ପାଛୋଟି ଆଣୁଥିବେ। .. ମାଁଙ୍କ ଆଗମନର ଆଭାସ ଯେମିତି
ଏଣିକି ସରକାରୀ ଜମିରେ ଗଞ୍ଜେଇ ଚାଷ ହେଲେ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର: ଏଣିକି ସରକାରୀ ଜମିରେ ବେଆଇନ ଗଞ୍ଜେଇ ଚାଷରେ ଲାଗିବ ସମ୍ପୂର୍ଣ୍ଣ ରୋକ୍। ଗଞ୍ଜେଇ ଚାଷ ରୋକିବାକୁ ପ୍ରଶାସନ ପକ୍ଷରୁ ନିରନ୍ତର ଓ ସମନ୍ୱିତ ନିରୀକ୍ଷଣ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରାଯିବ। ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ, ବୌଦ୍ଧ ଓ ଗଜପତି…




