୨ରୁ ବର୍ଷରୁ କମ ପିଲାଙ୍କୁ କଫ୍ ସିରପ୍‌ ମନା

ଭୁବନେଶ୍ୱର: ୨ରୁ ବର୍ଷରୁ କମ ପିଲାଙ୍କୁ କଫ୍ ସିରପ୍‌ ମନା । କଫ୍ ସିରପ୍‌ ମୃତ୍ୟୁ ଅଭିଯୋଗ ପରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ତତ୍ପରତା । ଶିଶୁଙ୍କୁ କଫ୍‌ ସିରପ୍ ଦେବା ନେଇ କେନ୍ଦ୍ରର ଆଡ୍‌ଭାଇଜରି ଜାରି । ୨ ବର୍ଷରୁ କମ୍ ବୟସର ପିଲାଙ୍କୁ କାଶ ଏବଂ ଥଣ୍ଡା ଔଷଧ ମନା ହେବା ସହିତ ମାର୍ଗଦର୍ଶିକା ଜାରି ହୋଇଛି । ୨ ବର୍ଷରୁ କମ୍ ବୟସର ପିଲାଙ୍କୁ କାଶ ଔଷଧ ଦିଆଯାଇପାରିବ ନାହିଁ କହିଲା ଡିଜିଏଚଏସ୍ । ତେବେ ଘରୋଇ ଉପଚାର ଉପରେ ଗୁରୁତ୍ବ ଦେବାକୁ ପରାମର୍ଶ ଦିଆଯାଇଛି ।

ଡିଜିଏଚଏସ୍ (ସ୍ୱାସ୍ଥ୍ୟ ସେବା ମହାନିର୍ଦେଶାଳୟ) ପକ୍ଷରୁ ଜାରି ଚିଠାରେ କୁହାଯାଇଛି କି, ସାଧାରଣତଃ ୫ ବର୍ଷଠୁ କମ ବୟସ୍କଙ୍କ ପାଇଁ କଫ୍ ସିରପ ସୁପାରିସ କରାଯାଏ ନାହିଁ । ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଡିଜିଏଚଏସ୍ ଏହି ପରାମର୍ଶ ଦେଇଛି । ଏମ୍‌ପି ଓ ମହାରାଷ୍ଟ୍ରରେ କଫ୍ ସିରପ୍‌ ନେଇ ୧୧ ଶିଶୁଙ୍କ ମୃତ୍ୟୁ ଅଭିଯୋଗ ଆସିଛି । ଉଲ୍ଲେଖଯୋଗ୍ୟ, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ କଫ ସିରପ୍ ପିଇବା କାରଣରୁ ମୋଟ ୧୧ ପିଲାଙ୍କ ମୃତ୍ୟୁ ହୋଇଛି । ଏଥିରେ ମଧ୍ୟପ୍ରଦେଶର ଛିନ୍ଦୱାଡା ଜିଲ୍ଲାରେ ମୃତ ପିଲାଙ୍କ ସଂଖ୍ୟା ବଢି ୯ ହୋଇଛି ।ସମସ୍ତ ରାଜ୍ୟକୁ କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗର ପରାମର୍ଶ । ଦୁଇ ବର୍ଷରୁ କମ ଶିଶୁଙ୍କୁ ଥଣ୍ଡା, କାଶର ଔଷଧ ଦିଅନ୍ତୁ ନାହିଁ । ଘରୋଇ ଉପଚାର ଉପରେ ଗୁରୁତ୍ବ ଦେବାକୁ ପରାମର୍ଶ ଦିଆଯାଇଛି । ସୁରକ୍ଷିତ ଔଷଧ ଦେବାକୁ ସ୍ବାସ୍ଥ୍ୟକେନ୍ଦ୍ର ଓ ଔଷଧ ଦୋକାନକୁ ପରାମର୍ଶ ଦିଆଯାଇଛି ।ଶିଶୁ ଚିକିତ୍ସାରେ ଔଷଧ ବ୍ୟବହାର ଉପରେ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି । ଡାକ୍ତରମାନେ ପିଲାମାନଙ୍କ ପାଇଁ କାଶ ସିରପ୍ ସଠିକ ଭାବରେ ଲେଖିବା ଏବଂ ବଣ୍ଟନ କରିବା ଉପରେ ଦୃଷ୍ଟି ଦେବା ଆବଶ୍ୟକ । ପିଲାମାନଙ୍କ ମଧ୍ୟରେ ଅଧିକାଂଶ ତୀବ୍ର କାଶ ରୋଗ ହୋଇଥାଏ । କାଶ ଏବଂ ଥଣ୍ଡା ଔଷଧ ୨ ବର୍ଷରୁ କମ୍ ବୟସର ପିଲାମାନଙ୍କୁ ଦିଆଯାଇପାରିବ ନାହିଁ କିମ୍ବା ଦିଆଯିବା ଉଚିତ୍ ନୁହେଁ । ଏଗୁଡ଼ିକ ସାଧାରଣତଃ ୫ ବର୍ଷରୁ କମ୍ ବୟସ ଏବଂ ତା’ଠାରୁ ଅଧିକ ବୟସର ପିଲାମାନଙ୍କ ପାଇଁ ସୁପାରିଶ କରାଯାଏ ନାହିଁ । ଯେକୌଣସି ବ୍ୟବହାର ପାଇଁ ସତର୍କତାର ସହିତ କ୍ଲିନିକାଲ୍ ମୂଲ୍ୟାଙ୍କନ କରାଯିବା ଉଚିତ ।

  • Related Posts

    ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ସ୍ୱଚ୍ଛତା ପକ୍ଷ ପାଳନ

    ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆସ୍ଥିତ ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ଭାରତ ସରକାରଙ୍କ ନିର୍ଦ୍ଦେଶକ୍ରମେ ସ୍ୱଚ୍ଛତା ପକ୍ଷ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସ୍ୱାଧୀନତା ଦିବସ ଉପଲକ୍ଷେ ଅଗଷ୍ଟ ୧ରୁ ୧୫ ତାରିଖ ପର୍ଯ୍ୟନ୍ତ ସ୍ୱଚ୍ଛତା ପକ୍ଷ ପାଳନ କରାଯାଉଥିବା ବେଳେ ଏହାର…

    Continue reading
    ସୁଗଡ଼ବାଡ଼ି ବାଳିକା ବିଦ୍ୟାଳୟ ପରିସରରେ ‘ଆମ ପୋଲିସ ଆମ ସାଥୀ’ କାର୍ଯ୍ୟକ୍ରମ

    ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆ ପୁଲିସ ପ୍ରଶାସନ ପକ୍ଷରୁ ‘ଆମ ପୋଲିସ ଆମ ସାଥୀ’ କାର୍ଯ୍ୟକ୍ରମ ସ୍ଥାନୀୟ ସୁଗଡ଼ବାଡ଼ି ବାଳିକା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଛାତ୍ରୀମାନଙ୍କୁ ସାଇବର ଅପରାଧ, ଆଇନ, ପୋକ୍ସୋ ଆଇନ (ଶିଶୁ ଯୌନ ନିର୍ଯାତନା ନିବାରଣ ଆଇନ୍)ଓ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ