
ଭୁବନେଶ୍ୱର: ୨ରୁ ବର୍ଷରୁ କମ ପିଲାଙ୍କୁ କଫ୍ ସିରପ୍ ମନା । କଫ୍ ସିରପ୍ ମୃତ୍ୟୁ ଅଭିଯୋଗ ପରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ତତ୍ପରତା । ଶିଶୁଙ୍କୁ କଫ୍ ସିରପ୍ ଦେବା ନେଇ କେନ୍ଦ୍ରର ଆଡ୍ଭାଇଜରି ଜାରି । ୨ ବର୍ଷରୁ କମ୍ ବୟସର ପିଲାଙ୍କୁ କାଶ ଏବଂ ଥଣ୍ଡା ଔଷଧ ମନା ହେବା ସହିତ ମାର୍ଗଦର୍ଶିକା ଜାରି ହୋଇଛି । ୨ ବର୍ଷରୁ କମ୍ ବୟସର ପିଲାଙ୍କୁ କାଶ ଔଷଧ ଦିଆଯାଇପାରିବ ନାହିଁ କହିଲା ଡିଜିଏଚଏସ୍ । ତେବେ ଘରୋଇ ଉପଚାର ଉପରେ ଗୁରୁତ୍ବ ଦେବାକୁ ପରାମର୍ଶ ଦିଆଯାଇଛି ।
ଡିଜିଏଚଏସ୍ (ସ୍ୱାସ୍ଥ୍ୟ ସେବା ମହାନିର୍ଦେଶାଳୟ) ପକ୍ଷରୁ ଜାରି ଚିଠାରେ କୁହାଯାଇଛି କି, ସାଧାରଣତଃ ୫ ବର୍ଷଠୁ କମ ବୟସ୍କଙ୍କ ପାଇଁ କଫ୍ ସିରପ ସୁପାରିସ କରାଯାଏ ନାହିଁ । ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଡିଜିଏଚଏସ୍ ଏହି ପରାମର୍ଶ ଦେଇଛି । ଏମ୍ପି ଓ ମହାରାଷ୍ଟ୍ରରେ କଫ୍ ସିରପ୍ ନେଇ ୧୧ ଶିଶୁଙ୍କ ମୃତ୍ୟୁ ଅଭିଯୋଗ ଆସିଛି । ଉଲ୍ଲେଖଯୋଗ୍ୟ, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ କଫ ସିରପ୍ ପିଇବା କାରଣରୁ ମୋଟ ୧୧ ପିଲାଙ୍କ ମୃତ୍ୟୁ ହୋଇଛି । ଏଥିରେ ମଧ୍ୟପ୍ରଦେଶର ଛିନ୍ଦୱାଡା ଜିଲ୍ଲାରେ ମୃତ ପିଲାଙ୍କ ସଂଖ୍ୟା ବଢି ୯ ହୋଇଛି ।ସମସ୍ତ ରାଜ୍ୟକୁ କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗର ପରାମର୍ଶ । ଦୁଇ ବର୍ଷରୁ କମ ଶିଶୁଙ୍କୁ ଥଣ୍ଡା, କାଶର ଔଷଧ ଦିଅନ୍ତୁ ନାହିଁ । ଘରୋଇ ଉପଚାର ଉପରେ ଗୁରୁତ୍ବ ଦେବାକୁ ପରାମର୍ଶ ଦିଆଯାଇଛି । ସୁରକ୍ଷିତ ଔଷଧ ଦେବାକୁ ସ୍ବାସ୍ଥ୍ୟକେନ୍ଦ୍ର ଓ ଔଷଧ ଦୋକାନକୁ ପରାମର୍ଶ ଦିଆଯାଇଛି ।ଶିଶୁ ଚିକିତ୍ସାରେ ଔଷଧ ବ୍ୟବହାର ଉପରେ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି । ଡାକ୍ତରମାନେ ପିଲାମାନଙ୍କ ପାଇଁ କାଶ ସିରପ୍ ସଠିକ ଭାବରେ ଲେଖିବା ଏବଂ ବଣ୍ଟନ କରିବା ଉପରେ ଦୃଷ୍ଟି ଦେବା ଆବଶ୍ୟକ । ପିଲାମାନଙ୍କ ମଧ୍ୟରେ ଅଧିକାଂଶ ତୀବ୍ର କାଶ ରୋଗ ହୋଇଥାଏ । କାଶ ଏବଂ ଥଣ୍ଡା ଔଷଧ ୨ ବର୍ଷରୁ କମ୍ ବୟସର ପିଲାମାନଙ୍କୁ ଦିଆଯାଇପାରିବ ନାହିଁ କିମ୍ବା ଦିଆଯିବା ଉଚିତ୍ ନୁହେଁ । ଏଗୁଡ଼ିକ ସାଧାରଣତଃ ୫ ବର୍ଷରୁ କମ୍ ବୟସ ଏବଂ ତା’ଠାରୁ ଅଧିକ ବୟସର ପିଲାମାନଙ୍କ ପାଇଁ ସୁପାରିଶ କରାଯାଏ ନାହିଁ । ଯେକୌଣସି ବ୍ୟବହାର ପାଇଁ ସତର୍କତାର ସହିତ କ୍ଲିନିକାଲ୍ ମୂଲ୍ୟାଙ୍କନ କରାଯିବା ଉଚିତ ।




