କ୍ୟାବିନେଟ: ପାର୍ବତୀ ଗିରି ବୃହତ ଉଠା ଜଳସେଚନ ଯୋଜନା ପାଇଁ ୧୦,୭୫୯ କୋଟି

ଭୁବନେଶ୍ବର : ରାଜ୍ୟ କ୍ୟାବିନେଟର ୨୮ତମ ବୈଠକ ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ଏଥିରେ ୧୦ଟି ବିଭାଗର ୧୫ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ରାଜ୍ୟ ସରକାର ଦ୍ୱିତୀୟ ପର୍ୟ୍ୟାୟରେ ‘ପାର୍ବତୀ ଗିରି ବୃହତ ଉଠା ଜଳସେଚନ ଯୋଜନା’କୁ ଅନୁମୋଦନ ଦେଇଛନ୍ତି । ଯୋଜନାରେ ୧୦,୭୫୯ କୋଟି ୨୦ ଲକ୍ଷ ଟଙ୍କା ବ୍ୟୟ ବରାଦରେ ନଦୀ, ଜଳଭଣ୍ଡାର ଏବଂ କେନାଲରୁ ଜଳ ଉତ୍ତୋଳନ କରାଯାଇ ୩୨,୬୩,୮୦୧ ହେକ୍ଟର ଜମିକୁ ଜଳସେଚନର ସୁବିଧା ଯୋଗାଇ ଦିଆଯିବ । ଯୋଜନା ଅନ୍ତର୍ଗତ ସମ୍ବଲପୁର ଜିଲ୍ଲାର ହୀରାକୁଦ ଜଳଭଣ୍ଡାର ଏବଂ ଭେଡେନ ନଦୀରୁ ଜଳ ଉତ୍ତୋଳନ କରି ଚାପ ନିୟନ୍ତ୍ରିତ ଜଳଯୋଗାଣ ବ୍ୟବସ୍ଥା ମାଧ୍ୟମରେ ସମ୍ବଲପୁର ଜିଲ୍ଲାର ୨୫ ଗାଁ’ର ୮,୫୦୭ ହେକ୍ଟର ଚାଷ ଜମିକୁ ଜଳସେଚନ ଯୋଗାଇ ଦେବା ସହିତ ୧୫ ବର୍ଷ ପର୍ୟ୍ୟନ୍ତ ପ୍ରକଳ୍ପ ଗୁଡିକର ରକ୍ଷଣାବକ୍ଷଣ ବ୍ୟବସ୍ଥା ରହିଛି । ଏହି ପ୍ରକଳ୍ପର ନିର୍ମାଣ କାର୍ୟ୍ୟ ନିମନ୍ତେ ୨୧୧ କୋଟି ୪୬ ଲକ୍ଷ ୯୩ ହଜାର ୨୧୦ ଟଙ୍କା ଓ ୧୫ ବର୍ଷ ପର୍ୟ୍ୟନ୍ତ ରକ୍ଷଣାବକ୍ଷଣ ପାଇଁ ୧୬ କୋଟି ୯୪ ଲକ୍ଷ ୯୫ ହଜାର ୪୯୩ ଟଙ୍କାର ଟେଣ୍ଡରକୁ ଅନୁମୋଦନ ହୋଇଛି । ପ୍ରକଳ୍ପଟି ୩୬ ମାସ ମଧ୍ୟରେ ସମ୍ପୂର୍ଣ୍ଣ ହେବ ।

  • Related Posts

    ନବଉତ୍କଳର ନିର୍ମାତା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି

    ଭୁବନେଶ୍ୱର :ଓଡ଼ିଆଭାଷୀ ଅଞ୍ଚଳର ଏକତ୍ରୀକରଣ ଓ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଅପୂର୍ବ ନେତୃତ୍ୱ ପ୍ରଦାନ କରିଥିବା ନବଉତ୍କଳର ନିର୍ମାତା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଓଡ଼ିଆ ଜାତିର ସ୍ୱାଭିମାନ ଓ ଅସ୍ମିତାର ଏକ ଅବିସ୍ମରଣୀୟ ପ୍ରତୀକ ଭାବେ…

    Continue reading
    ମହାନଦୀରେ ବୁଡି ମାଛ ଧରାଳିଙ୍କ ମୃତ୍ୟୁ

    ପାରାଦୀପ: ମହାନଦୀରେ ବୁଡି ଯୁବକ ମୃତ। ପାରାଦୀପ ଚଉମୁହାଣି ନିକଟରେ ମହାନଦୀରେ ଜାଲ ଟାଣି ମାଛ ଧରୁଥିବା ବେଳେ ଯୁବକ ଜଣକ ପାଣିରେ ବୁଡ଼ି ଯାଇ ମୃତ୍ୟୁବରଣ କରିଛନ୍ତି। କୁଜଙ୍ଗରୁ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲା। ମୃତ ବ୍ୟକ୍ତି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର