କ୍ୟାବିନେଟ: ଛୋଟ ଅପରାଧୀଙ୍କୁ ଦଣ୍ଡ ପରିବର୍ତ୍ତେ ଜୋରିମାନା

ଭୁବନେଶ୍ବର : ରାଜ୍ୟ କ୍ୟାବିନେଟର ୨୮ତମ ବୈଠକ ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ଏଥିରେ ୧୦ଟି ବିଭାଗର ୧୫ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ରାଜ୍ୟରେ କ୍ଷୁଦ୍ର ଓ ପ୍ରକ୍ରିୟାଗତ ଅପରାଧକୁ ଅପରାଧମୁକ୍ତ କରି ବିଶ୍ବାସଭିତ୍ତିକ ଶାସନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଓଡ଼ିଶା ସରକାର ପଦକ୍ଷେପ ନେଇଛନ୍ତି। ରାଜ୍ୟ କ୍ୟାବିନେଟ ଓଡ଼ିଶା ଜନବିଶ୍ବାସ ଅଧ୍ୟାଦେଶ, ୨୦୨୫କୁ ଅନୁମୋଦନ ପ୍ରଦାନ କରିଛନ୍ତି। ଏହା ଅଣ-ଗୁରୁତର ଅପରାଧଗୁଡ଼ିକୁ ଫୌଜଦାରୀ ଦଣ୍ଡରୁ ମୁକ୍ତକରି ଦେୟଦଣ୍ଡ ବ୍ୟବସ୍ଥା ପ୍ରଚଳନ କରିବ ଏବଂ ବ୍ୟବସାୟ ଓ ଜୀବନଧାରଣରେ ସହଜତା ଆଣିବ। ଏହି ଅଧ୍ୟାଦେଶ ରାଜ୍ୟରେ ନିୟାମକ ବୋଝ ହ୍ରାସ କରି ନିବେଶକଙ୍କ ବିଶ୍ବାସ ବଢ଼ାଇବା ସହ ଓଡ଼ିଶାକୁ ଏକ ନାଗରିକ-ଅନୁକୂଳ ଓ ଅଭିବୃଦ୍ଧିମୁଖୀ ରାଜ୍ୟ ଭାବେ ସ୍ଥାନିତ କରିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଓଡ଼ିଶା ଜନ ବିଶ୍ବାସ ଅଧ୍ୟାଦେଶ, ୨୦୨୫ ରାଜ୍ୟରେ ଏକ ବିଶ୍ବାସଭିତ୍ତିକ ଓ ସୁଗମ ଶାସନ ବ୍ୟବସ୍ଥା ପ୍ରତିଷ୍ଠା କରିବା ଲାଗି ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ। ଏହି ଅଧ୍ୟାଦେଶ ଭାରତ ସରକାରଙ୍କ ଜନ ବିଶ୍ବାସ(ସଂଶୋଧନ ବ୍ୟବସ୍ଥା) ଆଇନ, ୨୦୨୩ ଏବଂ ଭାରତୀୟ ନ୍ୟାୟ ସଂହିତା (ବିଏନଏସ), ୨୦୨୩ ସହିତ ସମନ୍ବୟ ରକ୍ଷା କରୁଛି। ଏହା ଅଣ-ଗୁରୁତର ନିୟାମକ ଓ ପ୍ରଶାସନିକ ଅପରାଧଗୁଡ଼ିକୁ ଫୌଜଦାରୀ ଦଣ୍ଡରୁ ମୁକ୍ତ କରି ଦେୟ ଦଣ୍ଡ ବ୍ୟବସ୍ଥା ପ୍ରଚଳନ କରିବା ସହ ଅନୁପାଳନ ବୋଝକୁ ହ୍ରାସ କରିବ। ରାଜ୍ୟ ସରକାର ଏହି ଅଧ୍ୟାଦେଶ ପାଇଁ ୧୬୫ଟି ରାଜ୍ୟ ଆଇନର ଏକ ପଦ୍ଧତିଗତ ସମୀକ୍ଷା କରିଥିଲେ, ଯେଉଁଥିରେ ୯ଟି ବିଭାଗ ସାମିଲ ଥିଲା। ଏହି ଅଧ୍ୟାଦେଶର ମୁଖ୍ୟ ବୈଶିଷ୍ଟ୍ୟ ମଧ୍ୟରେ ରହିଛି ଜୋରିମାନା ବ୍ୟବସ୍ଥାରେ ପରିବର୍ତ୍ତନ, ପ୍ରକ୍ରିୟାଗତ ତ୍ରୁଟି ପାଇଁ ଦଣ୍ଡର ସୀମା ହ୍ରାସ, ବୈଷୟିକ ଓ ନିୟାମକ ଉଲ୍ଲଙ୍ଘନ ପାଇଁ ଆନୁପାତିକ ଦଣ୍ଡ ଏବଂ ଅଣ-ଗୁରୁତର ମାମଲାରେ କାରାଦଣ୍ଡ ବିଲୋପ। ଏହାସହ ଅନୁସନ୍ଧାନ ଓ ଆପିଲ୍ ପ୍ରକ୍ରିୟାକୁ କ୍ଷମତାପ୍ରାପ୍ତ ଅଧିକାରୀଙ୍କ ଦ୍ୱାରା ସମ୍ପାଦନ କରାଯିବ। ଯାହା ବିବାଦ ସମାଧାନର ସମୟ ଓ ମୋକଦ୍ଦମା ଖର୍ଚ୍ଚକୁ ହ୍ରାସ କରିବ। ଏହି ଅଧ୍ୟାଦେଶ ୧୬ଟି ଗୁରୁତ୍ବପୂର୍ଣ୍ଣ ରାଜ୍ୟ ଆଇନକୁ ଅନ୍ତର୍ଭୁକ୍ତ କରୁଛି। ଓଡ଼ିଶା ପୌର ଆଇନ- ୧୯୫୦, ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଆଇନ-୧୯୫୬, ଓଡ଼ିଶା ବିଦ୍ୟୁତ୍ (ଶୁଳ୍କ) ଆଇନ-୧୯୬୧, ଓଡ଼ିଶା ଉନ୍ନୟନ କର୍ତ୍ତୃପକ୍ଷ ଆଇନ-୧୯୮୨ ଏବଂ ଓଡ଼ିଶା ମୂଲ୍ୟଯୁକ୍ତ ଟିକସ ଆଇନ-୨୦୦୪ ଆଦି ରହିଛି। ଏହି ଆଇନଗୁଡ଼ିକରେ ଅଣ-ଗୁରୁତର ଉଲ୍ଲଙ୍ଘନକୁ ଦେୟ ଦଣ୍ଡ ଦ୍ୱାରା ସମାଧାନ କରାଯିବ।

  • Related Posts

    ସ୍ୱାମୀଙ୍କ ମୃତ୍ୟୁ ପରେ ଡାକ୍ତରଖାନା ଛାତରୁ ଡେଇଁ ଜୀବନ ହାରିଲେ ସ୍ତ୍ରୀ

    ବଲାଙ୍ଗିର: ଦୁର୍ଘଟଣାରେ ସ୍ୱାମୀଙ୍କର ମୃତ୍ୟୁ ହୋଇଯିବା ପରେ ଡାକ୍ତରଖାନାର ସର୍ଜରୀ ୱାର୍ଡରୁ ଡେଇଁ ଜଣେ ମହିଳା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣାଟି ଘଟିଛି ବଲାଙ୍ଗିରର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ। ମୃତ ମହିଳାଙ୍କ ନାଁ ପଦ୍ମିନୀ ବାଗ। ତାଙ୍କ…

    Continue reading
    ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ୨୭ରୁ ସମସ୍ତ ସ୍କୁଲ ବନ୍ଦ

    ଭୁବନେଶ୍ୱର: ଆକାଶରୁ ଖସୁଛି ନିଅାଁ ଝୁଲ । ତାତିରେ ସାରା ରାଜ୍ୟ ସିଝୁଛି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଗୁଆ ଖରାଛୁଟି ଘୋଷଣା କରିଛନ୍ତି । ଆସନ୍ତା ଏପ୍ରିଲ ୨୭ର ସମସ୍ତ ସ୍କୁଳ ବନ୍ଦ ରହିବ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର