ବୈତରଣୀ ଟାପୁରେ ୩୦ ଟିକିଆ ହାତୀପଲ

ତୁରୁମୁଙ୍ଗା: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ନିକଟ ବୈତରଣୀ ନଦୀରେ ଫସିଛନ୍ତି ହାତୀପଲ। ଶନିବାର ସକାଳେ ୩୦ ଟିକିଆ ହାତୀପଲ ନଦୀ ଭିତରେ ଥିବା ଟାପୁରେ ଫସି ରହିଛନ୍ତି। ଖବର ପାଇ ଘଟଣାସ୍ଥଳରେ ଉଭୟ କେନ୍ଦୁଝର ଓ ମୟୂରଭଞ୍ଜ ବନବିଭାଗ ପହଞ୍ଚି ହାତୀପଲକୁ ଜଗି ରହିଛନ୍ତି।

ସୂଚନାନୁଯାୟୀ, ଏକ ୩୦ ଟିକିଆ ହାତୀପଲ ଖିରେଇଟାଙ୍ଗିରୀ ସେକ୍ସନ ଅଞ୍ଚଳରେ ବ୍ୟାପକ ଧାନ ଫସଲ ନଷ୍ଟ କରିବା ସହ ଗତକାଲି ଦିନ ତମାମ ନିହ୍ନୁଆ ଜଙ୍ଗଲରେ ଡେରା ପକାଇଥିଲେ। ସନ୍ଧ୍ୟାରେ ହାତୀପଲ ଜଙ୍ଗଲରୁ ବାହାରି ଝାରବେଡ଼ା ଦେଇ ୪୯ ନମ୍ଵର ଜାତୀୟ ରାଜପଥ ପାର୍ ହୋଇ ତ୍ରୀବିନ୍ଧା ଗ୍ରାମରେ ପଶିଥିଲେ। ସେଠାରୁ ବିଳମ୍ବିତ ରାତିରେ ବୈତରଣୀ ନଦୀ ପାର ହେଉଥିବା ବେଳେ ହାତୀପଲ ନଦୀ ଭିତରେ ଥିବା ଏକ ଟାପୁରେ ଫସି ରହିଛନ୍ତି। ଖବର ପାଇ ଘଟଣାସ୍ଥଳରେ ଉଭୟ କେନ୍ଦୁଝର ଓ ମୟୂରଭଞ୍ଜ ବନବିଭାଗ ପହଞ୍ଚି ହାତୀପଲକୁ ଜଗି ରହିଛନ୍ତି। ଏହି ପଲରେ ୧୧ଟି ବଡ଼ ହାତୀ, ୧୨ଟି ମାଈ ହାତୀ, ୭ଟି ଛୁଆ ହାତୀ ଥିବା ଜଣାପଡିଛି। ହାତୀଙ୍କୁ ଦେଖିବାକୁ ଲୋକଙ୍କ ଗହଳି ଜମୁଛି।

  • Related Posts

    ସ୍ୱାମୀଙ୍କ ମୃତ୍ୟୁ ପରେ ଡାକ୍ତରଖାନା ଛାତରୁ ଡେଇଁ ଜୀବନ ହାରିଲେ ସ୍ତ୍ରୀ

    ବଲାଙ୍ଗିର: ଦୁର୍ଘଟଣାରେ ସ୍ୱାମୀଙ୍କର ମୃତ୍ୟୁ ହୋଇଯିବା ପରେ ଡାକ୍ତରଖାନାର ସର୍ଜରୀ ୱାର୍ଡରୁ ଡେଇଁ ଜଣେ ମହିଳା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣାଟି ଘଟିଛି ବଲାଙ୍ଗିରର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ। ମୃତ ମହିଳାଙ୍କ ନାଁ ପଦ୍ମିନୀ ବାଗ। ତାଙ୍କ…

    Continue reading
    ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ୨୭ରୁ ସମସ୍ତ ସ୍କୁଲ ବନ୍ଦ

    ଭୁବନେଶ୍ୱର: ଆକାଶରୁ ଖସୁଛି ନିଅାଁ ଝୁଲ । ତାତିରେ ସାରା ରାଜ୍ୟ ସିଝୁଛି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଗୁଆ ଖରାଛୁଟି ଘୋଷଣା କରିଛନ୍ତି । ଆସନ୍ତା ଏପ୍ରିଲ ୨୭ର ସମସ୍ତ ସ୍କୁଳ ବନ୍ଦ ରହିବ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର