ଚାଷୀଙ୍କୁ ଦଳି ଦେଲା ଦନ୍ତା

ଢେଙ୍କାନାଳ: ଢେଙ୍କାନାଳ ବନଖଣ୍ଡ ହିନ୍ଦୋଳ ବନାଞ୍ଚଳରେ ଥମୁନି ହାତୀ ଉପଦ୍ରବ। ରବିବାର ସକାଳୁ ପୁଣି ଜଣଙ୍କୁ ହାତୀ ଦଳି ମାରିଦେଇଛି। ମୃତକ ବାଲିମି ଥାନା ଇଲାକା ବାଲିମି ଗାଁର ନରୋତ୍ତମ ବେହେରା ବୋଲି ଜଣାପଡିଛି।ନରୋତ୍ତମ ସକାଳୁ ଶୌଚ ହେବାପାଇଁ ଘର ପଛ ପଟକୁ ଯାଇଥିବା ବେଳେ ହାତୀ ଆକ୍ରମଣ କରିଥିଲା। ହାତୀଟି ନରୋତ୍ତମଙ୍କ ଛାତିରେ ପାଦ ପକାଇ ଦେବାରୁ ଘଟଣାସ୍ଥଳରେ ତାଙ୍କର ପ୍ରାଣବାୟୁ ଛାଡି ଯାଇଥିଲା । ବାରମ୍ବାର ଏହି ଅଞ୍ଚଳରେ ହାତୀ ଉପଦ୍ରବରୁ ଲୋକଙ୍କ ମୃତ୍ୟୁ ହେଉଛି । ଏନେଇ ବନ ବିଭାଗ କୌଣସି ପଦକ୍ଷେପ ଗ୍ରହଣ କରୁନଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା । ଏହାକୁ ନେଇ ସ୍ଥାନୀୟ ଗ୍ରାମବାସୀ ରାସ୍ତାରୋକ କରିଛନ୍ତି। ଫଳରେ ଗୁଡ଼ିଆକାଟେଣୀ-ହିନ୍ଦୋଳ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି।ଏ ସମ୍ପର୍କରେ ଖବର ପାଇ ପୁଲିସ ଓ ବନ ବିଭାଗ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛନ୍ତି। ହାତୀ ଆକ୍ରମଣରେ ନରୋତ୍ତମଙ୍କ ଦେହାନ୍ତ ହୋଇଥିବା ଖବର ପାଇ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଶୋକ ପ୍ରକାଶ କରିଛନ୍ତି । ହାତୀ ଉପଦ୍ରବର ସ୍ଥାୟୀ ସମାଧାନ ନିମନ୍ତେ ସଂସଦର ପବିତ୍ର ଗୃହରେ ଉପସ୍ଥାପନ କରିଥିଲି ଓ ବିଭିନ୍ନ ସମୟରେ ମଧ୍ୟ ବିଭିନ୍ନ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହିତ ଆଲୋଚନା କରୁଛି । ସୋଲାର ବ୍ୟବସ୍ଥା ଓ ଆଲୋକିକରଣ ନିମନ୍ତେ ପଦକ୍ଷେପ ନେଉଛି ବୋଲି ସେ ପ୍ରକାଶ କରିଛନ୍ତି।

  • Related Posts

    ବିଜେପିର ୪୬ ତମ ପ୍ରତିଷ୍ଠା ଦିବସ: ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

    ଭୁବନେଶ୍ବର: ବିଶ୍ବର ସର୍ବବୃହତ ରାଜନୈତିକ ଦଳ ବିଜେପିର ଆଜି ୪୬ ତମ ପ୍ରତିଷ୍ଠା ଦିବସ । ୪୫ ବର୍ଷ ତଳେ ଆଜିର ଦିନରେ ଅର୍ଥାତ ୬ ଏପ୍ରିଲ ୧୯୮୦ରେ ତିଆରି ହୋଇଥିଲା ଭାରତୀୟ ଜନତା ପାର୍ଟୀ। ବିଜେପିର ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା…

    Continue reading
    କଟକ ନେତାଜୀ ବସ ଟର୍ମିନାଲ ସ୍ଥାନାନ୍ତର ଦାବି ଉଠାଇଲେ ଭର୍ତ୍ତୃହରି

    କଟକ : କଟକ ନେତାଜୀ ବସ ଟର୍ମିନାଲରେ ସ୍ଥାନାନ୍ତର ନେଇ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ଦାବି । ଭର୍ତ୍ତୃହରି କହିଛନ୍ତି, କଟକ ବସ ଗମନାଗମନ ସୁଗମ କରିବାକୁ କାଠଯୋଡ଼ି ଉପରେ ୧୩୦ କୋଟି ଟଙ୍କା ବ୍ୟୟରେ ୬ ଲେନ୍ ସେତୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ