ପ୍ରଧାନ ଶିକ୍ଷୟିତ୍ରୀ ଡ୍ରେସ ବାଣ୍ଟୁଥିଲେ , ଛିଣ୍ଡି ପଡ଼ିଲା ପଙ୍ଖା

ଶ୍ରେଣୀ ଗୃହରେ ଡ୍ରେସ୍‌ ବାଣ୍ଟୁଥିଲେ ପ୍ରଧାନଶିକ୍ଷୟିତ୍ରୀ। ହଠାତ୍‌ ଛାତରୁ ଖସିପଡ଼ିଲା ପଙ୍ଖା। ଯାହାଫଳରେ ଆହତ ହୋଇଛନ୍ତି ପ୍ରଧାନଶିକ୍ଷୟିତ୍ରୀ। ସୌଭାଗ୍ୟକୁ ଛାତ୍ରଛାତ୍ରୀ ସୁରକ୍ଷିତ ଅଛନ୍ତି। ଆଜି ଏପରି ଦୁର୍ଘଟଣା ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳରେ ଘଟିଛି।
ଉମରକୋଟ ବ୍ଲକ୍‌ କରଣ୍ଡିଆଗୁଡା ଗାଁର ପ୍ରାଥମିକ ବିଦ୍ୟାଳୟରେ ଆଜି ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ କରାଯାଉଥିଲା। ପ୍ରଧାନଶିକ୍ଷୟିତ୍ରୀ ନମିତା ରାୟଙ୍କ ପିଲାମାନଙ୍କୁ ପୋଷାକ ବାଣ୍ଟୁଥିଲେ। ଠିକ୍‌ ସେତିକି ବେଳେ ଛାତରୁ ପଙ୍ଖା ଖସି ପଡ଼ିଥିଲା। ପଙ୍ଖାର ଡେଣା ପ୍ରଧାନଶିକ୍ଷୟିତ୍ରୀଙ୍କ ମୁଣ୍ଡର ବାମ ପାର୍ଶ୍ୱରେ ବାଜିଥିଲା। ଯେଉଁଥିପାଇଁ ସେ ତଳେ ପଡ଼ି ଯାଇଥିଲେ। ସେ ଆହାତ ହୋଇଥିଲେ। ଅନ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ତାଙ୍କୁ ଉଦ୍ଧାର କରି ଉମରକୋଟ ଉପଖଣ୍ଡ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ସୌଭାଗ୍ୟକୁ କୌଣସି ଛାତ୍ରଛାତ୍ରୀ ଆହତ ହୋଇନାହାନ୍ତି।
ଅଭିଯୋଗରୁ ପ୍ରକାଶ, ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଶ୍ରେଣୀଗୃହରେ ପିଲାମାନେ ବସି ପାଠ ପଢ଼ୁଛନ୍ତି। ବର୍ଷା ଋତୁରେ ଶ୍ରେଣୀ ଗୃହ ଛାତରୁ ପାଣି ଗଳୁଥିବା ବେଳେ କଂକ୍ରିଟ୍‌ ଖଣ୍ଡ ଖସୁଛି। ଶ୍ରେଣୀ ଗୃହ କାନ୍ଥରେ ବଡ଼ ବଡ଼ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳୁଛି। ପ୍ରତିକ୍ଷଣେ ଜୀବନ ପ୍ରତି ବିପଦ ରହିଛି। ତଥାପି ପିଲାମାନେ ବିପଦ ସଙ୍କୁଳ ଅବସ୍ଥାରେ ଥିବା ଶ୍ରେଣୀ ଗୃହରେ ବସି ପାଠ ପଢ଼ୁଛନ୍ତି।

ଅଭିଭାବକଙ୍କ ବାରମ୍ୱାର ଅନୁରୋଧ ପରେ ଦୁଇଟି ଶ୍ରେଣୀ ଗୃହ ନିର୍ମାଣ ପାଇଁ ପ୍ରଶାସନ ଅର୍ଥ ମଞ୍ଜୁର କରିଥିଲା। ହେଲେ ଦୁଃଖର ବିଷୟ ଆଜି ପର୍ଯ୍ୟନ୍ତ ଶ୍ରେଣୀଗୃହ ନିର୍ମାଣ କାର୍ଯ୍ୟ ସରୁନାହିଁ। ଅଧ ପନ୍ତରିଆ ଅବସ୍ଥାରେ ପଡ଼ିଛି ଶ୍ରେଣୀଗୃହ ନିର୍ମାଣ କାର୍ଯ୍ୟ। ଅନ୍ୟପଟେ ଜରି ପାଲ ଘେରାରେ ଚାଲିଛି ମଧ୍ୟାହ୍ନ ଭୋଜନ ରୋଷେଇ। ଏହାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।

  • Related Posts

    ବିଶ୍ୱ ଜଳବାୟୁ ଦିବସ ଅବସରରେ ରାଇକିଆରେ ସ୍ୱତନ୍ତ୍ର ପଲ୍ଲିସଭା

    “ସ୍ୱଚ୍ଛ ରାଇକିଆ, ସବୁଜ ରାଇକିଆ” ଗଠନ ପାଇଁ ନିଆଗଲା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ରାଇକିଆ: ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ରାଇକିଆ ପଞ୍ଚାୟତ ପକ୍ଷରୁ ପଞ୍ଚାୟତ ଗୃହ ପରିସରରେ ଏକ ସ୍ୱତନ୍ତ୍ର ପଲ୍ଲିସଭା ଆୟୋଜିତ ହୋଇଥିଲା। ବଦଳୁଥିବା ଜଳବାୟୁ ପରିସ୍ଥିତି, ପରିବେଶ…

    Continue reading
    ଭିଜିଲାନ୍ସ ଜାଲରେ ଜୁନିୟର ଆସିଷ୍ଟାଣ୍ଟ

    ଭଦ୍ରକ: ଭିଜିଲାନ୍ସ ଜାଲରେ ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟର ଜୁନିୟର ଆସିଷ୍ଟାଣ୍ଟ। ଲାଞ୍ଚ ନେବାବେଳେ ଧରାପଡ଼ିଲେ ଜୁନିୟର ଆସିଷ୍ଟାଣ୍ଟ ଶ୍ରୀକାନ୍ତ ଦାସ। ଏକ ସାର୍ଟିଫିକେଟ ଦେବାକୁ ୧୦ ହଜାର ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ ଟିମ୍। ଧରାପଡ଼ିବା ପରେ ଶ୍ରୀକାନ୍ତଙ୍କ ଘର ଓ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ