ମହିଳା ବିଶ୍ବକପ୍‌: ଆଜି ଭାରତ-ଅଷ୍ଟ୍ରେଲିଆ ସେମିଫାଇନାଲ

ନବି ମୁମ୍ବଇ: ଚଳିତ ମହିଳା ଦିନିକିଆ ବିଶ୍ବକପ୍‌ରେ ଫର୍ମରେ ଥିବା ୭ ଥର ଚମ୍ପିଆନ୍‌ ଅଷ୍ଟ୍ରେଲିଆ ଗୁରୁବାର ଦ୍ବିତୀୟ ସେମିଫାଇନାଲରେ ଆୟୋଜକ ଭାରତକୁ ଭେଟିବ। ଲିଗ୍‌ ପର୍ୟ୍ୟାୟରେ ଅଷ୍ଟ୍ରେଲିଆ ସର୍ବାଧିକ ୧୩ ପଏଣ୍ଟ ପାଇ ଶୀର୍ଷରେ ଥିବା ବେଳେ ଭାରତ ୭ ପଏଣ୍ଟ ପାଇ ୪ର୍ଥ ସ୍ଥାନରେ ରହିଥିଲା। ଏହା ସତ ଯେ ଭାରତକୁ ୪୫ ହଜାର ଘରୋଇ ଦର୍ଶକଙ୍କ ସମର୍ଥନ ମିଳିବ। ପାକିସ୍ତାନ ବିପକ୍ଷରେ ଅଷ୍ଟ୍ରେଲିଆ ୭୬ ରନ୍‌ରେ ୭ଟି ୱିକେଟ୍‌ ହରାଇଥିଲା। ଅବଶ୍ୟ ପରେ ବେଥ୍‌ ମୁନିଙ୍କ ଶତକ ବଳରେ ଅଷ୍ଟ୍ରେଲିଆ ସହଜରେ ୧୦୭ ରନ୍‌ରେ ମ୍ୟାଚ୍‌ ଜିତି ନେଇଥିଲା। ତଥାପି ଅଷ୍ଟ୍ରେଲିଆକୁ ରୋକିବାକୁ ହେଲେ ଭାରତୀୟ ସ୍ପିନରଙ୍କୁ ଚମତ୍କାର ପ୍ରଦର୍ଶନ କରିବାକୁ ପଡ଼ିବ। ଅଦ୍ୟାବଧି ପ୍ରଦର୍ଶନ ଓ ଫର୍ମକୁ ଦେଖି କହିହେବ ଯେ ଭାରତ ବିପକ୍ଷ ସେମିଫାଇନାଲରେ ଅଷ୍ଟ୍ରେଲିଆ ଫେଭରିଟ୍‌।

୨୦୦୫ ଓ ୨୦୧୭ରେ ଭାରତ ଫାଇନାଲ ଖେଳିଥିବା ବେଳେ ତୃତୀୟ ଥର ଫାଇନାଲରେ ପହଞ୍ଚିବାର ପ୍ରୟାସ କରିବ। ଲିଗ୍‌ ପର୍ୟ୍ୟାୟରେ ଅଷ୍ଟ୍ରେଲିଆ ବିପକ୍ଷ‌େ‌ର ଚମତ୍କାର ବ୍ୟାଟିଂ କରିଥିଲା ଭାରତୀୟ ଦଳ। ସ୍ମୃତି ମାନ୍ଧାନା ଓ ପ୍ରତୀକା ରାୱଲଙ୍କ ଅର୍ଦ୍ଧଶତକ ବଳରେ ଭାରତ ୩୩୦ ରନ୍‌ କରିଥିଲା; ସେତେବେଳେ ଯାହା ଭାରତର ସର୍ବାଧିକ ସ୍କୋର୍‌ ଥିଲା। ପରେ ଆଲିସା ହିଲିଙ୍କ ଶତକ ବଳରେ ଅଷ୍ଟ୍ରେଲିଆ ଜିତି ନେଇଥିଲା। ଭାରତର ତିନି ସ୍ପିନର ଶ୍ରୀ ଚରଣି, ଦୀପ୍ତି ଶର୍ମା ଓ ସ୍ନେହ ରାଣା ପୂରା ଟୁର୍ଣ୍ଣାମେଣ୍ଟରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଦୀପ୍ତି ୧୫ଟି ଓ ଶ୍ରୀ ଚରଣି ୧୧ଟି ୱିକେଟ୍‌ ନେଇଛନ୍ତି। ତେବେ ଭାରତୀୟ ବ୍ୟାଟିଂର ତାରକା ହେଉଛନ୍ତି ଦୁଇ ଓପ୍‌ନର ସ୍ମୃତି ମାନ୍ଧାନା ଓ ପ୍ରତୀକା ରାୱଲ। ବାମହାତି ମାନ୍ଧାନା ଗୋଟିଏ ଶତକ ଓ ୨ଟି ଅର୍ଦ୍ଧଶତକ ସହ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ୩୬୫ ରନ୍‌ କରିଛନ୍ତି। ପ୍ରତୀକା ୩୦୮ ରନ୍‌ କରିଥିଲେ ହେଁ ଆହତ ହୋଇ ସେ ବିଶ୍ବକପ୍‌ରୁ ବାଦ୍‌ ପଡ଼ିଛନ୍ତି। ଭାରତ ପାଇଁ ଏହା ଶକ୍ତ ଧକ୍କା। ତାଙ୍କ ସ୍ଥାନରେ ବଦଳ ଓପ୍‌ନର ଭାବେ ଶେଫାଳି ବର୍ମା ଭାରତୀୟ ଦଳରେ ସାମିଲ ହୋଇଛନ୍ତି।

ବିସ୍ଫୋରକ ବ୍ୟାଟିଂ ପାଇଁ ପ୍ରସିଦ୍ଧ ଶେଫାଳି ସୁଯୋଗ ପାଉଛନ୍ତି କି ନାହିଁ; ତାହା ଦେଖିବାର କଥା। ଅଧିନାୟିକା ହରମନପ୍ରୀତ କୌର ଭଲ ବ୍ୟାଟିଂ କରୁଥିଲେ ହେଁ ବଡ଼ ସ୍କୋର୍‌ କରିନାହାନ୍ତି। ରିଚା ଘୋଷ ଆହତ ହୋଇ ଶେଷ ଲିଗ୍‌ ମ୍ୟାଚ୍‌ ଖେଳି ନଥିଲେ ହେଁ ସେ ସୁସ୍ଥ ହୋଇ ଯାଇଛନ୍ତି। ରିଚାଙ୍କ ସହ ଜେମିମା ରଡ୍ରିଗ୍ବେଜ୍‌, ହର୍ଲିନ୍ ଦେଓଲ ଓ ଦୀପ୍ତି ଶର୍ମା ଭଲ ବ୍ୟାଟିଂ କରୁଛନ୍ତି। ତେବେ ଭାରତୀୟ ଓପ୍‌ନର ଭଲ ପ୍ରଦର୍ଶନ କରିଥିଲେ ହେଁ ମଧ୍ୟକ୍ରମ ବିଫଳତା ଯୋଗୁଁ ଭାରତ ଅଧିକ ମ୍ୟାଚ୍‌ ଜିତି ପାରିନାହିଁ। ଭାରତୀୟଙ୍କ ତୁଳନାରେ ଅଷ୍ଟ୍ରେଲୀୟ ବହୁତ ଭଲ ପ୍ରଦର୍ଶନ କରିଛନ୍ତି। ଆସ୍‌ଲେ ଗାର୍ଡନର ଓ ଆଲିସା ହିଲି ୨ଟି ଲେଖାଏଁ ଏବଂ ବେଥ୍‌ ମୁନି ଗୋଟିଏ ଶତକ ହାସଲ କରିଛନ୍ତି। ଫୋଏବ୍ ଲିଚ୍‌ଫିଲ୍‌ଡ ଓ ଆନାବେଲ ସଦରଲାଣ୍ଡ ମଧ୍ୟ ରନ୍‌ କରିଛନ୍ତି। ଆଲାନା କିଙ୍ଗ୍‌ ଅଲ୍‌ରାଉଣ୍ଡର ଭାବେ ଭଲ ପ୍ରଦର୍ଶନ କରିଛନ୍ତି। ସଦରଲାଣ୍ଡ ୧୫ଟି ଓ ଆଲାନା କିଙ୍ଗ୍‌ ୧୩ଟି ୱିକେଟ୍‌ ନେଇଛନ୍ତି। ତେଣୁ ଅଦ୍ୟାବଧି ଅଷ୍ଟ୍ରେଲିଆ ଚଳିତ ବିଶ୍ବକପ୍‌ର ଶ୍ରେଷ୍ଠ ଦଳ ଭାବେ ନିଜକୁ ପ୍ରମାଣିତ କରିଛି। ଏହାକୁ ପରାସ୍ତ କରିବାକୁ ହେଲେ ଭାରତକୁ ଚମତ୍କାର ପ୍ରଦର୍ଶନ କରିବାକୁ ପଡ଼ିବ। ଏହି ମ୍ୟାଚ୍‌ରେ ବର୍ଷାର ଆଶଙ୍କା ମଧ୍ୟ ରହିଛି। ତେଣୁ ଉଭୟ ଦଳ ଟସ୍ ଜିତି ଫିଲ୍‌ଡିଂ କରିବାକୁ ଚାହିଁବେ।

  • Related Posts

    ଆଇପିଏଲ: ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁହାଁମୁହିଁ

    ଆଜି ଆଇପିଏଲ ୨୦୨୬ର ପଞ୍ଚମ ମ୍ୟାଚ ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…

    Continue reading
    ବାଂଲାଦେଶରେ ଆଇପିଏଲ୍‌ ପ୍ରସାରଣ ବନ୍ଦ

    ନୂଆଦିଲ୍ଲୀ: ବାଂଲାଦେଶରେ ଚଳିତ ଆଇପିଏଲ୍‌ର ଟିଭି ପ୍ରସାରଣ ହେବନାହିଁ। ବାଂଲାଦେଶରେ ଟିସ୍ପୋର୍ଟସ ଚ୍ୟାନେଲ ଆଇପିଏଲ୍‌ ମ୍ୟାଚ୍‌ର ପ୍ରସାରଣ କରିବାର ଥିଲା। ହେଲେ ବକେୟା ଅର୍ଥ ଦେଇ ନଥିବାରୁ ଟିସ୍ପୋର୍ଟସ ସହ ଆଇପିଏଲ୍‌ର ପ୍ରସାରଣ ଅଧିକାର ପାଇଥିବା ଜିଓଷ୍ଟାର୍ ଚୁକ୍ତି ବାତିଲ କରିଦେଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ