କୋକୁଆ ଭୟ: ଗାଁରେ ବୁଲୁଛି ବାଘ

ଛତ୍ରପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକରେ ପ୍ରଥମ ଥର ପାଇଁ ବାଘ ଦେଖାଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି କରିଛି। ବ୍ଲକର ଲକ୍ଷ୍ମୀପୁର ଗ୍ରାମର ଚାଷ ଜମିରେ ବାଘ ବୁଲୁଥିବା ନେଇ ସ୍ପଷ୍ଟ ଅଭିଯୋଗ ହୋଇଛି। ଆଶ୍ଚର୍ୟ୍ୟର କଥା, ଛତ୍ରପୁର କିମ୍ବା ଏହାର ଆଖପାଖ ଅଞ୍ଚଳରେ କୌଣସି ଜଙ୍ଗଲ ନଥିବା ବେଳେ ବାଘ କିପରି ଜନବସତି ମୁହାଁ ହେଲା, ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ଗୁରୁବାର ସକାଳେ ଲକ୍ଷ୍ମୀପୁର ଗ୍ରାମର କିଛି ଲୋକ ମନ୍ଦିରରୁ ଫେରିବା ସମୟରେ ଚାଷ ଜମିରେ ଏକ ବାଘ ବୁଲୁଥିବା ଦେଖିଥିଲେ। ଏହାପରେ ସେମାନେ ଗ୍ରାମବାସୀଙ୍କୁ ଓ ପରେ ଛତ୍ରପୁର ବନ ବିଭାଗକୁ ଖବର ଦେଇଥିଲେ।ଛତ୍ରପୁର ବନପାଳ ବାବୁ ସେଠିଙ୍କ ନେତୃତ୍ୱରେ ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବନ ବିଭାଗ କର୍ମଚାରୀମାନେ ସେଠାରୁ କିଛି ପାଦ ଚିହ୍ନ ଏବଂ ଲୋମ (ରୁମ୍) ସଂଗ୍ରହ କରିଛନ୍ତି। ପାଦ ଚିହ୍ନକୁ ସ୍କେଲ୍ ଯୋଗେ ମପାଯାଇ ଏହାର ଯାଞ୍ଚ କରାଯାଉଛି। ତେବେ ଏହା ପ୍ରକୃତରେ ବାଘ ନା ଅନ୍ୟ କୌଣସି ଜନ୍ତୁ, ସେନେଇ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ବୋଲି ବନପାଳ ଶ୍ରୀ ସେଠି ସୂଚନା ଦେଇଛନ୍ତି।ଅନ୍ୟପଟେ, ଗ୍ରାମବାସୀମାନେ ଦୃଢ଼ତାର ସହ କହିଛନ୍ତି ଯେ ସେମାନେ ନିଜ ଆଖିରେ ବାଘ ଦେଖିଛନ୍ତି। ଗତ ୨ ଦିନ ଧରି ବାଘଟି ଗାଁରେ ପଶି ଛେଳି, କୁକୁଡ଼ା ଆଦି ଖାଇ ଦେଉଥିବା ସେମାନେ ଅଭିଯୋଗ କରିଛନ୍ତି। ଯେପର୍ୟ୍ୟନ୍ତ ବନ ବିଭାଗ ବାଘକୁ ଧରି ନାହିଁ କିମ୍ବା ସେଠାରୁ ଘଉଡ଼ାଇ ନାହିଁ, ସେ ପର୍ୟ୍ୟନ୍ତ ଅଞ୍ଚଳରୁ ଭୟ ଓ ଆତଙ୍କ ଦୂର ହେବ ନାହିଁ ବୋଲି ଲୋକେ କହିଛନ୍ତି।

  • Related Posts

    ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ ଗୃହଗଣନା ଏବଂ ଗୃହତାଲିକା-୨୦୨୬ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

    ପ୍ରିୟ ଭାଇ ଓ ଭଉଣୀମାନେ!ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟର ଓଡ଼ିଶାସ୍ଥିତ ଜନଗଣନା ନିର୍ଦ୍ଦେଶାଳୟ ଏବଂ ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସମନ୍ୱୟରେ ଜନଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଓଡ଼ିଶାର ୩୦ଟି ଜିଲ୍ଲାରେ ଜନଗଣନାର ପ୍ରଥମ ପର୍ଯ୍ୟାୟରେ ଗୃହଗଣନା…

    Continue reading
    ଆଉ ବଜାରରେ ବିକ୍ରି ହେବନି ରନ୍ଧନ ଗ୍ୟାସ୍ : ଯୋଗାଣ ମନ୍ତ୍ରୀ

    ଭୁବନେଶ୍ୱର: ଆଉ ବଜାରରେ ବିକ୍ରି ହେବନି ରନ୍ଧନ ଗ୍ୟାସ୍। ଏହା ବେଆଇନ୍ । ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଜି ଏହି ବଡ଼ ସୂଚନା ଦେଇଛନ୍ତି । କେବଳ ସୀକୃତି ପ୍ରାପ୍ତ ଦୋକାନୀ ବା ଏଜେନ୍ସି ହିଁ ଗ୍ୟାସ୍ ବିକ୍ରି କରିପାରିବେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ