ଘରେ ଝାଡ଼ୁକୁ ରଖୁଛନ୍ତି କି ?

ଝାଡ଼ୁ ଦ୍ବାରା ଘରକୁ କେବଳ ସଫା କରାଯାଏନି, ଐଶ୍ୱର୍ଯ୍ୟ ବୃଦ୍ଧିରେ ମଧ୍ୟ ଏହା ବେଶ୍‌ ସହାୟକ ହୋଇଥାଏ। ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ଘରେ ଝାଡ଼ୁକୁ କିପରି ବ୍ୟବହାର କଲେ ଶୁଭଫଳ ମିଳିଥାଏ, ଜାଣନ୍ତୁ ସେ ସମ୍ପର୍କରେ…
* କଦାପି ଭାଙ୍ଗି ଯାଇଥିବା ଝାଡ଼ୁକୁ ବ୍ୟବହାର କରିବେ ନାହିଁ। ଏହାଦ୍ବାରା ଅଯଥାରେ ଟଙ୍କା ପଇସା ଖର୍ଚ୍ଚ ହୋଇଥାଏ।
* ଶନିବାର ଦିନ ନୂଆ ଝାଡ଼ୁ କିଣି ବ୍ୟବହାର କଲେ ଶୁଭଫଳ ମିଳିଥାଏ।
* ଝାଡ଼ୁକୁ ସର୍ବଦା ଘରର ଦକ୍ଷିଣ ଦିଗ ଅଥବା ଦକ୍ଷିଣ ପଶ୍ଚିମ ଦିଗରେ ରଖିବା ଆବଶ୍ୟକ।
* ରୋଷେଇ ଘରେ କିମ୍ବା ଆଲମାରି ନିକଟରେ ଝାଡ଼ୁ ରଖିଲେ ଧନହାନି ହେବା ସହ ପରିବାର ଲୋକଙ୍କର ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ ବୋଲି ବିଶ୍ୱାସ ରହିଛି।
* କୁହାଯାଏ, ସୂର୍ଯ୍ୟାସ୍ତ ପରେ ଘର ଝାଡ଼ୁ କଲେ ମହାଲକ୍ଷ୍ମୀ ରୋଷ କରିଥାନ୍ତି। ତେଣୁ ସର୍ବଦା ସୂର୍ଯ୍ୟୋଦୟ ପରେ ଏବଂ ସୂର୍ଯ୍ୟାସ୍ତ ପୂର୍ବରୁ ଝାଡ଼ୁ କରିବା ଆବଶ୍ୟକ।
* ସେହିପରି ଝାଡ଼ୁ କରିବା ସମୟରେ ଘରୁ ବାହାରୁଥିବା ଅଳିଆକୁ ଦାଣ୍ଡଦୁଆରେ ବେଶୀ ସମୟ ଗଦେଇ ରଖିବେ ନାହିଁ। ଏହାବି ଘରର ଐଶ୍ୱର୍ଯ୍ୟରେ ବାଧା ସୃଷ୍ଟି କରିଥାଏ।
* ଘରେ ଯଦି ଏକାଧିକ ଝାଡୁ ରହିଛି; ତା’ହେଲେ ସେ ସବୁକୁ ଏକାଠି ଗୋଟେ ସ୍ଥାନରେ ନ ରଖି ଅଲଗା ଅଲଗା ସ୍ଥାନରେ ରଖିବା ଆବଶ୍ୟକ। ନଚେତ୍‌ ଘରେ କଳହ ଲାଗିଥାଏ ବୋଲି ଲୋକବିଶ୍ୱାସ ରହିଛି।

  • Related Posts

    ଜିମ୍‌ ନ ଯାଇ ରୁହନ୍ତୁ ଫିଟ୍‌

    ଦିନକୁ ଦିନ ମଣିଷର ଜୀବନଶୈଳୀ ପରିବର୍ତ୍ତନ ହେବାରେ ଲାଗିଛି । ମଣିଷ ଆଜିକାଲି ଫିଟ ରହିବା ଉପରେ ଅଧିକ ଗୁରୁତ୍ୱ ଦେଉଛି । ଏଥିପାଇଁ ଜିମ ଅଧିକ ଲୋକଙ୍କ ପସନ୍ଦ ପାଲଟିଛି । ଆପଣ ଦେଖୁଥିବା ସକାଳ ହେଲେ ପାର୍କରେ ଓପନ…

    Continue reading
    ସ୍ୱାସ୍ଥ୍ୟ ପାଇଁ ଉପକାରୀ କଖାରୁ ମଞ୍ଜି,ଜାଣନ୍ତୁ

    ଦୈନନ୍ଦିନ ଜୀବନରେ ଆମେ ଖାଦ୍ୟରେ ଅନେକ ପନିପରିବା ଖାଇଥାଉ । ତନ୍ମଧ୍ୟରୁ କେଉଁ ପରିବା ସ୍ୱାସ୍ଥ୍ୟ ପାଇଁ କେତେ ଜରୁରୀ ତାହା ଜାଣିବା ନିହାତି ଆବଶ୍ୟକ । କଖାରୁ ଏକ ପୁଷ୍ଟିକର ପନିପରିବା, ଯାହା ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭ ହୋଇଥାଏ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ